• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ “ବ୍ଲକଚେନ୍‌” ଟେକ୍ନୋଲୋଜି ବ୍ୟବହାର କରିବାରେ “ଓଭୋ ଫାର୍ମ” ଦେଶରେ ପ୍ରଥମ

by Voice of Victims
December 9, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଣ୍ଡା ଉଦ୍ୟୋଗରେ ଅତ୍ୟାଧୁନିକ “ବ୍ଲକଚେନ୍‌” ଟେକ୍ନୋଲୋଜି ବ୍ୟବହାର କରିବାରେ “ଓଭୋ ଫାର୍ମ” ଦେଶରେ ପ୍ରଥମ

ଭୁବନେଶ୍ୱର/ବଲାଙ୍ଗିର: ଆଜି କୃଷି ଉଦ୍ୟୋଗ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଫଳରେ ଉତ୍ପାଦନ ପ୍ରକ୍ରିୟା ବ୍ୟାପକ ଓ ଦକ୍ଷ ହୋଇପାରୁଛି। ଅଣ୍ଡା ଉଦ୍ୟୋଗରେ “ବ୍ଲକଚେନ୍‌” ପରି ଟେକ୍ନୋଲୋଜି ବ୍ୟବହାର କରି ବଲାଙ୍ଗିରର “ଓଭୋ ଫାର୍ମ” ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଗ୍ରାହକମାନଙ୍କ ହାତ ପାଆନ୍ତାରେ ଆବଶ୍ୟକ ସୂଚନା ପହଞ୍ଚାଉଛି। ଅଣ୍ଡା ଉଦ୍ୟୋଗରେ ଏହି ଜ୍ଞାନକୌଶଳ ବ୍ୟବହାର କରିବାରେ ଓଭୋ ଦେଶରେ ପ୍ରଥମ।ଆପଣ ବଜାରରେ କ୍ଷୀର, ଦହି ବା ପାଉଁରୁଟି ଭଳି ଖାଦ୍ୟ ଜିନିଷ କିଣିବା ବେଳେ ପ୍ରଥମେ ଏହାର “ଉତ୍ପାଦନ ତାରିଖ” ଏବଂ “ବ୍ୟବହାରଯୋଗ୍ୟ ତାରିଖ” (ବେଷ୍ଟ ବିଫୋର) ଦେଖିଥାନ୍ତି। ଏବେ ଅଣ୍ଡା କିଣିବା ବେଳେ ମଧ୍ୟ ଆପଣଙ୍କୁ ଏହି ସୂଚନା ମିଳିପାରିବ। ଓଭୋ ଫାର୍ମ ପକ୍ଷରୁ ବଜାରକୁ ଆସୁଥିବା “କେନକୋ” ବ୍ରାଣ୍ଡର ଅଣ୍ଡା ପ୍ୟାକେଟରେ ଥିବା କ୍ୟୁଆର୍ କୋଡକୁ ମୋବାଇଲରେ ସ୍କାନ କରି ଆପଣ ଏହିସବୁ ତଥ୍ୟ ପାଇପାରିବେ। ଗ୍ରାହକଙ୍କୁ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ଏଭଳି ଜରୁରୀ ତଥ୍ୟ ଯୋଗାଇ ଦେବାକୁ ଓଭୋ ଫାର୍ମ ବ୍ୟବହାର କରୁଛି “ବ୍ଲକଚେନ୍‌” ଟେକ୍ନୋଲୋଜି। ବ୍ଲକଚେନ୍ ହେଉଛି ଏକ ଅତ୍ୟାଧୁନିକ ଟେକ୍ନୋଲୋଜି, ଯାହା ମୁଖ୍ୟତଃ ଅନ୍ତର୍ଜାତୀୟ ସ୍ତରରେ ଡିଜିଟାଲ ଆର୍ଥିକ କାରବାର, ବହୁମୁଖୀ ପରିବହନ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା ଏବଂ ବୀମା ଆଦି କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହାକୁ ଅଣ୍ଡା ଉଦ୍ୟୋଗରେ ବ୍ୟବହାରକରି ଓଭୋ ଫାର୍ମ ଗ୍ରାହକମାନଙ୍କ ପାଇଁ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ସୂଚନା ଦେଉଛି। କେନକୋ ଅଣ୍ଡା ଓଡ଼ିଶାର ପ୍ରମୁଖ ସହରରେ ଥିବା ଗ୍ରୋସରୀ ଆଉଟଲେଟ୍ ସହିତ ଦେଶର ବିଭିନ୍ନ ସହରରେ ମିଳୁଛି। ଏହାଛଡ଼ା କମ୍ପାନିର ନିଜସ୍ୱ ଆଉଟଲେଟ୍ “ଏଗ୍‌-ଷ୍ଟ୍ରା” ମାଧ୍ୟମରେ ବିକ୍ରି କରାଯାଉଛି। ଅଣ୍ଡାର ପ୍ୟାକେଟ ବା ଟ୍ରେ ଉପରେ ଥିବା କ୍ୟୁଆର୍ କୋଡ୍‌କୁ ସ୍କାନ କଲେ ଏହାର ଉତ୍ପାଦନ ତାରିଖ ସହ ଅଣ୍ଡାର ପୋଷଣ ଗୁଣ ସମ୍ପର୍କରେ ବିଶେଷ ସୂଚନା ମିଳିପାରିବ। ଏପରିକି କେନକୋ ପ୍ୟାକରେ ଆସୁଥିବା ପ୍ରତିଟି ଅଣ୍ଡା ଉପରେ ଏହାର ଉତ୍ପାଦନ ତାରିଖ ଛପାଯାଉଛି, ଯାହାକି ଗ୍ରାହକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। “ଆମର ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ବେଶ୍ ଉପକାରୀ। ଏହାର ଉତ୍ପାଦନ କ୍ଷେତ୍ରରେ ଆମେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ପ୍ରାଥମିକତା ଦେଉଛୁ। ଓଭୋ ଫାର୍ମରୁ ବାହାରୁଥିବା ପ୍ରତିଟି ଅଣ୍ଡା କିପରି ସୁସ୍ଥ ଓ ପୋଷଣଯୁକ୍ତ ରହିବ ତଥା ଗ୍ରାହକମାନଙ୍କ ପାଇଁ ଆମେ କିପରି ଆବଶ୍ୟକ ସୂଚନା ଦେଇପାରିବୁ ସେ ଦିଗରେ ବିଶେଷ ଧ୍ୟାନ ଦେଉଛୁ। ଫାର୍ମକୁ ସମ୍ପୂର୍ଣ୍ଣ ରୋଗମୁକ୍ତ ରଖିବା ସହିତ ଅଟୋମେସନର ବ୍ୟବହାର ଏବଂ “କଣ୍ଟାକ୍ଟ ଲେସ୍‌” ଉତ୍ପାଦନ ପ୍ରକ୍ରିୟା ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ। ତା’ ସହିତ ଅଣ୍ଡାକୁ ପ୍ରତ୍ୟେକ ସ୍ତରରେ ଯାଞ୍ଚ୍ କରାଯାଇ ଦେଶ ବିଦେଶକୁ ପଠାଯାଉଛି”, କହିଛନ୍ତି ଓଭୋ ଫାର୍ମର ସହପ୍ରତିଷ୍ଠାତା ସମରେନ୍ଦ୍ର ମିଶ୍ର। ଓଭୋ ଫାର୍ମରେ କୁକୁଡ଼ାମାନଙ୍କୁ ସୁସ୍ଥ ବାତାବରଣ ଭିତରେ ରଖାଯାଉଛି। ଏଥିପାଇଁ ବିଭିନ୍ନ ପ୍ରକାର ନିୟମ ପାଳନ କରାଯାଉଛି। ଭାରତ ସରକାରଙ୍କ ପକ୍ଷରୁ ଓଭୋ ଫାର୍ମକୁ ମିଳିଛି “ଡିଜିଜ୍ ଫ୍ରି” ଜୋନ୍ ସାର୍ଟିଫିକେଟ। ସେହିପରି ଓଭୋ ଫାର୍ମରେ କୁକୁଡ଼ାଙ୍କୁ ଆଣ୍ଟିବାୟୋଟିକ୍‌-ମୁକ୍ତ ରଖିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଉଛି। ପ୍ରତିଟି ଅଣ୍ଡା ଡ୍ରାଏ କ୍ଲିନ୍‌, କ୍ୟାଣ୍ଡେଲିଂ, ଗ୍ରେଡିଂ ଏବଂ ୟୁଭି ଟ୍ରିଟମେଣ୍ଟ ଭଳି ଆଧୁନିକ ପ୍ରକ୍ରିୟା ଦେଇ ଓଭୋ ଫାର୍ମରୁ ବାହାରୁଛି। ସେହିପରି ସେଠାରେ ପରିବେଶ-ଅନୁକୂଳ ପ୍ୟାକେଜିଂ ପଦ୍ଧତି ଅନୁସରଣ କରାଯାଇ ସୁସ୍ଥ ଅଣ୍ଡାକୁ ବଜାରକୁ ପଠାଯାଉଛି। ଓଭୋ ଫାର୍ମରେ ସୁସ୍ଥ ପରିବେଶକୁ ସୁନିଶ୍ଚିତ କରିବା ପାଇଁ “ବାୟୋ ସିକ୍ୟୁରିଟି” ବ୍ୟବସ୍ଥା ପାଳନ କରାଯାଉଛି। ନିୟମିତ ବ୍ୟବଧାନରେ କୁକୁଡ଼ାମାନଙ୍କର ରକ୍ତ ଓ ମଳ ପରୀକ୍ଷା କରାଯାଉଛି। ଏହା ସହିତ ଉତ୍ପାଦିତ ଅଣ୍ଡାର ମଧ୍ୟ ବିଭିନ୍ନ ପ୍ରକାର ପରୀକ୍ଷା କରାଯାଉଛି। ପଶ୍ଚିମ ଓଡ଼ିଶାର ପ୍ରମୁଖ ସହର ବଲାଙ୍ଗିରରେ ଥିବା ଏହି କୃଷିଭିତ୍ତିକ ଉଦ୍ୟୋଗ “ଓଭୋ ଫାର୍ମ” ଆଜି ପୂର୍ବ ଭାରତର ଏକ ଅଗ୍ରଣୀ ଅଣ୍ଡା ଉତ୍ପାଦନକାରୀ ସଂସ୍ଥା ଭାବେ ପରିଚୟ ପାଇଛି । ଦିନକୁ ପ୍ରାୟ ୧୦ ଲକ୍ଷ ଅଣ୍ଡା ଉତ୍ପାଦନର କ୍ଷମତା ରଖିଛି ଏହି ଫାର୍ମ। ବଲାଙ୍ଗିରର ଦୁଇ ଉଦ୍ୟୋଗୀ ଭାଇ ସୌମେନ୍ଦ୍ର ମିଶ୍ର ଓ ସମରେନ୍ଦ୍ର ମିଶ୍ରଙ୍କ ପ୍ରଚେଷ୍ଟାରେ ଏହି ଉଦ୍ୟୋଗ ରାଜ୍ୟର ଏକ ସଫଳ ଶିଳ୍ପ ହୋଇପାରିଛି । ଏହି ଅନୁଷ୍ଠାନରେ ବଲାଙ୍ଗିର ଓ ଆଖପାଖ ଅଞ୍ଚଳର ୩୦୦ରୁ ଅଧିକ ଲୋକଙ୍କୁ ମଧ୍ୟ ଜୀବିକା ମିଳିପାରିଛି । “ପ୍ରାୟ ୨୦ ବର୍ଷ ତଳେ ଆମେ ଯେତେବେଳେ ଓଭୋ ଫାର୍ମ ଆରମ୍ଭ କରିଥିଲୁ ସେତେବେଳେ ପଶ୍ଚିମ ଓଡ଼ିଶାରେ ବ୍ୟବସାୟ ପାଇଁ ବିଶେଷ ଅନୁକୂଳ ପରିବେଶ ନଥିଲା । ଜିଲ୍ଲାର ବହୁ ଲୋକ କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଯାଉଥିଲେ । କିନ୍ତୁ ଏବେ ପରିସ୍ଥିତି ବଦଳିଛି । ଓଭୋ ଫାର୍ମରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ରୋଜଗାର ମିଳିପାରିଛି”, କହନ୍ତି ଓଭୋ ଫାର୍ମର ସହପ୍ରତିଷ୍ଠାତା ତଥା ବଡ଼ଭାଇ ସୌମେନ୍ଦ୍ର ମିଶ୍ର । ଓଡ଼ିଶା ତଥା ଦେଶର ବିଭିନ୍ନ ସ୍ଥାନ ସହିତ ଆଜି କେନକୋ ଅଣ୍ଡା କତାର ଓ ଆଫ୍ରିକା ଆଦି ଦେଶକୁ ରପ୍ତାନି କରାଯାଉଛି । ଆଗାମୀ ଦିନରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆକୁ ଅଣ୍ଡା ପଠାଇବାକୁ ଯୋଜନା ରଖିଛି ଓଭୋ ଫାର୍ମ । ବ୍ୟବସାୟିକ ସଫଳତା ସହିତ ସାମାଜିକ ପ୍ରତିବଦ୍ଧତା ପ୍ରତିଟି ଉଦ୍ୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟୟ ଏହାକୁ ଆଧାରକରି ଓଭୋ ଫାର୍ମ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରାଯାଉଛି । ବିଶେଷକରି, ଫାର୍ମର ଆଖପାଖ ଅଞ୍ଚଳରେ ରହୁଥିବା ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ପ୍ରତିଦିନ ଥରେ ମାଗଣାରେ ପୋଷଣଯୁକ୍ତ ଭୋଜନ ଦିଆଯାଉଛି।

Post Views: 319
Share198Tweet124Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In