ସ୍ବାଧୀନ ଭାରତର ଯେଉଁ ସମ୍ବିଧାନ ପ୍ରସ୍ତୁତ କରାଗଲା ତାହାକୁ ଗ୍ରହଣ କରାଯିବା ପାଇଁ ସ୍ଥିରୀକୃତ ହେଲା ଆଜିର ତାରିଖରେ। ଏହାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୨୬ ନଭେମ୍ବରରେ ଭାରତରେ “ସମ୍ବିଧାନ ଦିବସ” ପାଳନ କରାଯାଏ।
ଭାରତୀୟ କନଷ୍ଟିଷ୍ଟୁଏଣ୍ଟ ଆସେମ୍ଳି ୨୬ ନଭେମ୍ବର ୧୯୪୯ ରେ ଭାରତର ସମ୍ବିଧାନକୁ ବିଧିବଦ୍ଧ ଭାବରେ ଗ୍ରହଣ କଲା ଏବଂ ଏହା ୨୬ ଜାନୁୟାରୀ ୧୯୫୦ ରେ କାର୍ଯ୍ୟକାରୀ ହେଲା।
ଏଥି ପୂର୍ବରୁ ସମ୍ବିଧାନ ଦିବସକୁ ଆଇନ ଦିବସ ଭାବରେ ପାଳନ କରାଯାଉଥିଲା।
୨୦୨୩ ଭାରତୀୟ ସମ୍ବିଧାନ ଗ୍ରହଣର ୭୪ ତମ ବାର୍ଷିକୀ ପାଳନ କରୁଛି |
ଅକ୍ଟୋବର ୨୦୧୫ ରେ ମୁମ୍ବାଇର ଇନ୍ଦୁ ମିଲ୍ସ କମ୍ପେକ୍ଳଠାରେ ଆମ୍ବେଦକର ସ୍ମାରକୀ ଉଦ୍ଘାଟନ ସମୟରେ ଏହି ଦିନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏବଂ ତା’ପରେ, ନଭେମ୍ବର ୧୯, ୨୦୧୫ ରେ, ଭାରତ ସରକାର ଏକ ଗେଜେଟ୍ ବିଜ୍ଞପ୍ତି ସାହାଯ୍ୟରେ ନଭେମ୍ବର ୨୬ କୁ ସମ୍ବିଧାନ ଦିବସ ଭାବରେ ଘୋଷଣା କରିଥିଲେ।
୨୬ ନଭେମ୍ବରକୁ “ସମ୍ବିଧାନ ଦିବସ” ଭାବରେ ପାଳନ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଲେ। ଏତଦ୍ ବ୍ୟତୀତ ବିଭିନ୍ନ ଦେଶରେ ଯେଉଁ ଭାରତୀୟ ଶିକ୍ଷାନୁଷ୍ଠାନ ରହିଛି ଏହି ସମ୍ବିଧାନକୁ ସେହି ଦେଶର ସ୍ଥାନୀୟ ଭାଷାରେ ଅନୁବାଦ କରି ବିଭିନ୍ନ ଏକାଡେମୀ, ଲାଇବ୍ରେରୀ ଇତ୍ୟାଦିରେ ବିତରଣ କରିବାକୁ ଦୂତାବାସମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।
ଭାରତୀୟ ସମ୍ବିଧାନର ପ୍ରଣେତାମାନଙ୍କ ମଧ୍ୟରୁ ବି. ଆର ଆମ୍ବେଦକରଙ୍କ ଅବଦାନ ଉଲ୍ଲେଖନୀୟ ଅଟେ। “ଯଦି ମୁଁ ସମ୍ବିଧାନର ଅପବ୍ୟବହାର ହୋଇଥିବାର ଦେଖେ, ତେବେ ମୁଁ ଏହାକୁ ପ୍ରଥମ ଜାଳି ଦେବି।” – ବି.ଆର. ଆମ୍ବେଦକର
ଟିମ୍ ଭଏସ୍ ଅଫ୍ ଭିକ୍ଟିମ୍ସ
