• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷଣା

by Voice of Victims
December 6, 2023
in ଦେଶ ବିଦେଶ, ରାଜ୍ୟ
ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗର ଅନୁମୋଦନ କ୍ରମେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଓ ୨୦୨୨ ମସିହା ପାଇଁ ବିଭିନ୍ନ ପୁରସ୍କାର ଘୋଷଣା କରାଯାଇଛି।୨୦୨୧ ମସିହା ପାଇଁ ସମ୍ବଲପୁରର ବିଶିଷ୍ଟ ଜୀବବିଜ୍ଞାନୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଓ ୨୦୨୨ ମସିହା ପାଇଁ କଟକ ଏସ୍‌.ସି.ବି ମେଡିକାଲ କଲେଜର ପ୍ରଫେସର ବିଦ୍ୟୁତ କୁମାର ଦାସଙ୍କୁ ବୈଜ୍ଞାନିକ ଉତ୍କର୍ଷ ନିମନ୍ତେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ପୁରସ୍କାର ବାବଦରେ ୨ ଲକ୍ଷ ଟଙ୍କା ଅର୍ଥରାଶି ସହିତ ରୌପ୍ୟ ପଦକ, ଉପଢୌକନ, ପ୍ରଶସ୍ତି ପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ଅନୁରୂପ ଭାବରେ ୨୦୨୧ ମସିହା ପାଇଁ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପ୍ରଫେସର ହୃଦୟନାଥ ଥାଟୋଇ, ଭୁବନେଶ୍ୱରସ୍ଥିତ ସିଏସ୍‌ଆଇଆର୍‌ର ପ୍ରମୁଖ ବୈଜ୍ଞାନିକ ଡ. ବିକାଶ କୁମାର ଜେନା, ଭୁବନେଶ୍ୱରର ଡ. ଅଶୋକ କୁମାର ସାହୁ ଓ ରୁର୍‌କି ଆଇଆଇଟିର ପ୍ରଫେସର ଡ. ନାରାୟଣ ପ୍ରସାଦ ପାଢ଼ୀ ଏବଂ ୨୦୨୨ ମସିହା ପାଇଁ ଓୟୁଏଟିର ପ୍ରଫେସର ରମେଶ ଚନ୍ଦ୍ର ପାତ୍ର, ସିଏସ୍‌ଆଇଆର୍‌ର ଡ. ଭାଗ୍ୟଧର ଭୋଇ ଓ ରୁର୍‌କିସ୍ଥିତ ସେଣ୍ଟ୍ରାଲ ବିଲ୍‌ଡିଂ ରିସର୍ଚ୍ଚ ଇନ୍‌ଷ୍ଟିଚୁ୍ୟଟ୍‌ର ପ୍ରଫେସର ଦେବୀପ୍ରସନ୍ନ କାନୁନ୍‌ଗୋଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ବୈଜ୍ଞାନିକ ପୁରସ୍କାର’ ମିଳିବ। ପ୍ରାପକମାନଙ୍କୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଅର୍ଥରାଶି ସହିତ ଉପଢୌକନ, ପ୍ରଶସ୍ତିପତ୍ର ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରାଯିବ। ‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ବର୍ଗରେ ୨୦୨୧ ମସିହା ପାଇଁ ଡ. ବାସୁଦେବ କର(ଖୋର୍ଦ୍ଧା), ଡ. ସ୍ୱାଗତିକା ଦାଶ(ଭୁବନେଶ୍ୱର), ଡ. ବିଷ୍ଣୁପ୍ରସାଦ ବିଶ୍ୱାଳ(ନାଇଜର) ଏବଂ ୨୦୨୨ ମସିହା ପାଇଁ ଗବେଷକ ଡ. ସୌମ୍ୟରଞ୍ଜନ ଜେନା, ବାରିପଦା ଏମ୍‌ପିସି କଲେଜର ଡ. ଉତ୍ତମ କୁମାର ପାଣିଗ୍ରାହୀ, ଭୁବନେଶ୍ୱର ଆଇଆଇଟିର ଡ. ସୌମ୍ୟ ପ୍ରକାଶ ଦାଶ ଓ ଭୁବନେଶ୍ୱରର ଡ. ରେଖା ବିଶ୍ୱାଳ ପୁରସ୍କୃତ ହେବେ । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ । ଲୋକପି୍ରୟ ବିଜ୍ଞାନ ପୁସ୍ତକର ଲେଖକ ବର୍ଗରେ ୨୦୨୧ ମସିହା ପାଇଁ ଶ୍ରୀ ଅରୁଣ କୁମାର ପାତ୍ର ଓ ଡ. ଅସିତ୍‌ କୁମାର ସ୍ୱାଇଁ ଏବଂ ୨୦୨୨ ମସିହା ପାଇଁ ଶ୍ରୀ କାର୍ତ୍ତିକ ସ୍ୱାଇଁ ଓ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ପୁରସ୍କାର’ ହିସାବରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଏହାବ୍ୟତୀତ ବରିଷ୍ଠ ବୈଜ୍ଞାନିକ ଭାବରେ ଉଲ୍ଲେଖନୀୟ ଅବଦାନ ସକାଶେ ୨୦୨୧ ମସିହା ପାଇଁ ଡ. ସୁବାସିନୀ ଲେଙ୍କା, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର ଗଣପତି ପଣ୍ଡା, ଡ. ଧୀରେନ୍ଦ୍ର କୁମାର ଦାସ, ଡ. ରାମଚନ୍ଦ୍ର ମହାନ୍ତି ଏବଂ ୨୦୨୨ ମସିହା ପାଇଁ ଡ. ସୁବୋଦ କୁମାର ସାହୁ, ଡ. ବିଜୟକେତନ ପଟ୍ଟନାୟକ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରପେସର ସତ୍ୟବାନ ଜେନା ଓ ଡ. ମନୋରଞ୍ଜନ କରଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏକାଡେମୀ ପକ୍ଷରୁ ନିକଟ ଭବିଷ୍ୟତରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶରେ ଏସବୁ ପୁରସ୍କାର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ।

Post Views: 303
Share199Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In