ବାଲିପାଟଣା: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ,ବାଲିପାଟଣା ବ୍ଲକ ର ୪୦ ତମ ଶିଶୁ ଉତ୍ସବ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ଭାକର ସାହି ପରିସରରେ ଅନୁଷ୍ଠିତ ହୋଇଯାଇଛି। ବାଲିପାଟଣା ବ୍ଲକ ଓଷ୍ଟା ସଭାପତି ବିଜୟ କୁମାର ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସରପଞ୍ଚ ଶ୍ରୀମତୀ ଚନ୍ଦ୍ରକାନ୍ତି ବେହେରା,ପ୍ରଧାନ ଶିକ୍ଷକ ରଘୁନାଥ ଲେଙ୍କା ପ୍ରାକ୍ତନ ସମ୍ପାଦକ ପୀତବାସ ପ୍ରହରାଜ,,ପ୍ରାକ୍ତନ ସଭାପତି ଉମେଶ ଚନ୍ଦ୍ର ଷଡଙ୍ଗୀ ଓ ନରହରି ବେହେରା,ବନମାଳୀପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅର୍ଣ୍ଣବ୍ କୁମାର ବେଉରା, ପ୍ରଧାନଶିକ୍ଷକ ଶ୍ରୀ ମହେନ୍ଦ୍ର କୁମାର ମହାନ୍ତି,ଭକ୍ତବସ୍ଥଳ ମହାପାତ୍ର,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ତ୍ରିଲୋଚନ ଗଡ ତଳା ପ୍ରମୁଖ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉତ୍ସବରେ ୨୦ଟି ମାଧ୍ୟମିକ ବିଦ୍ୟାଳୟ ରୁ 171 ଜଣ ଯୋଗଦେଇ ଥିଲେ ଓ ପ୍ରତି ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ।ଉଦଯାପନ ଉତ୍ସବରେ ରାଜ୍ୟ ଓଷ୍ଟା ର କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର,ଶିକ୍ଷା ପ୍ରଦୀପ ଯୁଗ୍ମ ସମ୍ପାଦକ ପ୍ରଦୀପ୍ତ କୁମାର ପ୍ରଧାନ ଖୋର୍ଦ୍ଧା ଜିଲ୍ଲା ଯୁଗ୍ମ ସମ୍ପାଦକ ଘନଶ୍ୟାମ ସ୍ୱାଇଁ ,କାର୍ଯକାରୀ କମିଟି ସଦସ୍ୟ ସୁନିଲ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରତିଯୋଗୀ ମାନଙ୍କ ଭିତରେ ଥିବା ସୁପ୍ତ ପ୍ରତିଭା ର ବିକାଶ ପାଇଁ ଓଷ୍ଟା ନିରନ୍ତର କାର୍ଯ କରୁଛି ବୋଲି ପ୍ରଶଂସା କରିଥିଲେ। ଶିଶୁ ଉତ୍ସବର ସମସ୍ତ କାର୍ଯ୍ୟ ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ଆଚାର୍ଯ୍ୟଙ୍କ ଦ୍ଵାରା ସୁରୁ ଖୁରୁରେ ପରିଚାଳନା କରାଯାଇଥିଲା, ଉତ୍ସବରେ ୨୦ଟି ମାଧ୍ୟମିକ ବିଦ୍ୟାଳୟ ରୁ 171 ଜଣ ଯୋଗଦେଇ ଥିଲେ ଓ ପ୍ରତି ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଥିବା ସମସ୍ତ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା।
