• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

by Voice of Victims
December 14, 2023
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ନେଇ କଲେ ଭବିଷ୍ୟବାଣୀ

ଭୁବନେଶ୍ବର: କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ୨୦୨୪ ନିର୍ବାଚନ ପାଇଁ ଏକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଧର୍ମେନ୍ଦ୍ର କିଛି ତଥ୍ୟ ଅଧାରରେ କହିଲେ ନା କର୍ମିମାନେ ଖୁସି ହେବା ପାଇଁ କହିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ମନ୍ତବ୍ୟ ଜାତୀୟ ଗଣମାଧ୍ୟମରେ ମଧ୍ୟ ଶିରୋନାମା ପାଲଟିଛି। ଧର୍ମେନ୍ଦ୍ର ସାକ୍ଷାତ ଦେବା ବେଳେ ଓଡିଶା ରାଜନୀତି ସଂପର୍କରେ କହିଥିଲେ। ସେଥିରେ ସେ କହିଥିଲେ ଯେ, ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଓଡିଶାରୁ ୨୧ ଟି ଆସନରୁ ୧୫ଟି ଆସନରେ ବିଜୟଲାଭ କରିବ। ସେ ପୁଣି କହିଛନ୍ତି ଯେ, ଗତ ୨୦୧୪ରେ ଲୋକସଭାରେ ୨୨ ପ୍ରତିଶତ ପାଇଥିଲୁ, ୧୯ରେ ବଢି ଏହା ୩୮ ପ୍ରତିଶତ ହେଲା। ସେହି ଅନୁସାରେ ୨୦୨୪ ରେ ବିଜେପି ୪୫ ପ୍ରତିଶତରୁ ଅଧିକ ଭୋଟ ପାଇବ। ସେହି ହିସାବରେ ଏଥର ବିଜେପି ଲୋକସଭାରେ ୧୫ ଟି ଆସନ ଜିତିବ ବୋଲି ସେ କହିଛନ୍ତି। ଏହି ସାକ୍ଷାତକାରରେ ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ରାଜ୍ୟରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପସନ୍ଦ କରନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ଓଡିଶାକୁ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ତେବେ ଏକ ସର୍ଭେ ଅନୁସାରେ ଓଡିଶାରେ ବର୍ତ୍ତମାନ 80 ପ୍ରତିଶତ ବିଜେପିର ସଫଳତା ରହିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେହିପରି ନିର୍ବାଚନ ମଣ୍ଡଳି ଅନୁସାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଛି ବୋଲି ଏହି ସର୍ଭେରେ ପ୍ରକାଶ ପାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପୂର୍ବରୁ ନୂଆଦିଲ୍ଲୀରେ ବିଜେପି ସଭାପତି ମନମୋହନ ସାମଲ ଓଡିଶାରେ ବିଜେପି ସରକାର କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ସେ କହିଥିଲେ ଯେ, ରାଜ୍ୟର ଲୋକମାନେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ସେଥିପାଇଁ ସେମାନଙ୍କର ବିକଳ୍ପ ଭାବେ ବିଜେପି ହିଁ ରହିଛି ବୋଲି ମନମୋହନ କହିଥିଲେ। ତେବେ ଏଥର ନିର୍ବାଚନ ନୁହେଁ, ବିଗତ ନିର୍ବାଚନଗୁଡିକ ପୂର୍ବରୁ ବିଜେପି ଏହିପରି ଦମ୍ଭୋକ୍ତି ପ୍ରକାଶ କରିଆସିଛି। ଓଡିଶାରେ ଯେତେସବୁ ଉପନିର୍ବାଚନ ହୋଇଛି ସେଥିରେ ବିଜେପି ଜିତିବ ବୋଲି କହୁଥିଲେ ମଧ୍ୟ ଫଳାଫଳ ଆସିବେ ପରେ ହାରିଯାଇଛି। ସେହିପରି ସାଧାରଣ ନିର୍ବାଚନରେ ମଧ୍ୟ ଏଥର ବିଜେପି ଆସିବ, ସରକାର ଗଠନ କରିବ ବୋଲି କହୁଥିଲେ ମଧ୍ୟ ସେଥିରେ ସଫଳ ହୋଇପାରୁ ନାହିଁ। ତେବେ ଏଥର ମଧ୍ୟ ସେହିପରି ଧର୍ମେନ୍ଦ୍ର ଏବଂ ବିଜେପି ନେତାଙ୍କ ଏହି ଭବିଷ୍ୟବାଣୀ କେତେ ସଫଳ ହେବ ତାହାକୁ ବର୍ତ୍ତମାନ ଆକଳନ କରିବା ସମ୍ଭବ ନୁହେଁ।

Post Views: 358
Share200Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In