ଭୁବନେଶ୍ବର: ୪ ବର୍ଷର ଶିଶୁ ନିଖୋଜ ହେବାର ୪ ଦିନ ପରେ ମିଳିଲା ନିଖୋଜ ଶିଶୁର ପତ୍ତା। ଗାଁ ନିକଟସ୍ଥ ଅନ୍ୟ ଏଜ ପଥର ଖଣିରୁ ମିଳିଲା ଶିଶୁର ଶବ। ତାର ହାତ ଗୋଡ଼ ବନ୍ଧା ହୋଇଥିଲା। ପୋଲିସ ପ୍ରଶାସନ ଗତ ୪ ଦିନ ହେଲା ଅପରେସନ ଚଳାଇଥିଲେ ମଧ୍ୟ ଠାବ କରିପାରିନଥିଲା ନିଖୋଜ ଶିଶୁଙ୍କୁ। ଗତ ୧୭ ତାରିଖ ଦିନ ଟାଙ୍ଗୀ ଥାନା ଭୂଷଣ୍ଡପୁର ଫାଣ୍ଡି ଉଜ୍ୱଳା ଗୋପିନାଥ ପୁର ର ସୁବାସ ପ୍ରଧାନଙ୍କ ପୁତ୍ର ସୌମ୍ୟ ରଂଜନ ପ୍ରଧାନ @ ରାହୁଲ୍ (୪ବର୍ଷ) ସମ୍ପର୍କୀୟ ଜେଜେଙ୍କ ସହ ଗାଁ ନିକଟସ୍ଥ ଖଣି କୁ ଗାଧୋଇବାକୁ ଯାଇଥିଲା। ଗାଧୋଇବାକୁ ଯାଇ ଦିନ ୧୧ଟା ଠାରୁ ଘରକୁ ଫେରିନଥିଲା ରାହୁଲ। ଏ ନେଇ ପରିବାର ଲୋକେ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଦଳ ଘଟଣା ସ୍ଥଳକୁ ଯାଇ ବହୁ ଖୋଜାଖୋଜି କରିଥିଲେ। ନାବାଳକ ରାହୁଲ ଗାଧୋଇବାକୁ ଯାଇଥିବା ଖଣିରେ ତନ୍ନ ତନ୍ନ କରି ଖୋଜିଥିଲେ ଓଡ୍ରାଫ ଓ ଅଗ୍ନିଶମ ବାହିନୀ। ନିକଟସ୍ଥ ଜଙ୍ଗଲ.କୂଅ. ପୋଖରୀରେ ମଧ୍ୟ ତଲାସ କରିଥିଲେ ସଫଳ ହୋଇ ପାରିନଥିଲେ। ଆଜି ଗାଁ ନିକଟରେ ଥିବା ଅନ୍ୟ ଏକ ପଥର ଖଣିରେ ଶିଶୁର ଶବ ଉଦ୍ଧାର ହୋଇଛି। ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ
