• About Us
  • Contact Us
Thursday, April 2, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ନିତି ଆୟାଗ ବୈଠକରେ ବିକଶିତ ଭାରତ ଉପରେ ମାନସମନ୍ଥନ, ପ୍ରଧାନମନ୍ତ୍ରୀ କହିଲେ, ଗୋଟିଏ ଟିମ୍ ହୋଇ କାମ କର

by Voice of Victims
May 25, 2025
in ଦେଶ ବିଦେଶ, ମୁଖ୍ୟ ଖବର
୪୮ ଘଣ୍ଟାରେ ଭାରତ ଛାଡିବେ ପାକ୍ ନାଗରିକ, ଏପ୍ରିଲ ୨୭ରୁ ଭିସା ହେବ ବାତିଲ

ନୂଆଦିଲ୍ଲୀ: ନିତି ଆୟୋଗ ବୈଠକରେ ମୋଦୀଙ୍କ ମନ୍ତ୍ର । ମୁଖ୍ୟମନ୍ତ୍ରୀମାନଙ୍କୁ ସଫଳତାର ମନ୍ତ୍ର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ପ୍ରତି ଭାରତୀୟଙ୍କ ଲକ୍ଷ୍ୟ ବିକଶିତ ଭାରତ ।  ଗୋଟିଏ ରାଜ୍ୟ ଗୋଟିଏ ବିଶ୍ସସ୍ତରୀୟ ଲକ୍ଷ୍ୟ ଉପରେ ଫୋକସ କରିବାକୁ କହିଛନ୍ତି ମୋଦୀ । ଏଥିସହ କହିଛନ୍ତି ଗୋଟିଏ ଟିମ୍ ହୋଇ କାମ କରନ୍ତୁ କେନ୍ଦ୍ର ଓ ରାଜ୍ୟ । ଆଜି ଦିଲ୍ଲୀରେ ଶେଷ ହୋଇଛି ନିତି ଆୟୋଗର ୧୦ମ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିକଶିତ ଭାରତର ନକ୍ସା ଆଙ୍କିଛନ୍ତି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ବିକଶିତ ରାଜ୍ୟ ସଂକଳ୍ପକୁ ସତ କରିବାକୁ ଆହ୍ବାନ ଦେଇଛନ୍ତି ମୋଦୀ ।

ଏହାଛଡା ମୋଦୀ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ଟିମ୍ ଇଣ୍ଡିଆ ହୋଇ କାମ କଲେ, କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ । ବିକଶିତ ହେଲେ ରାଜ୍ୟ, ବିକଶିତ ହେବ ଭାରତ କାର୍ୟ୍ୟକ୍ଷେତ୍ରରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବା ଜରୁରୀ । ଯାହାଦ୍ବାରା ବିକାଶର ବେଗରୁ ଆହୁରି ତ୍ବରାନିତ୍ବ କରିବାକୁ ହେବ । ଦ୍ରୁତ ଓ ବିକଶିତ ସହରୀକରଣ ଉପରେ ଗୁରୁତ୍ବ ଦେବାକୁ ପଡିବ । ୨୦୪୭ ବିକଶିତ ଭାରତର ସ୍ବପ୍ନ  ପୁରା ପାଇଁ ଟିମ୍ ଇଣ୍ଡିଆ ହୋଇ କେନ୍ଦ୍ର ଓ ରାଜ୍ୟ ଏକାଠି କାମ କରିବାକୁ ପରାମର୍ଶ ଦେଇଛନ୍ତି  ।

ସେପଟେ ନିତି ଆୟୋଗ ବୈଠକ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ତେବେ ପ୍ରଚାର ମଇଦାନ ହେଉ କି କୌଣସି ଦଳୀୟ କାର୍ଯ୍ୟକ୍ରମ । ବିରୋଧୀ ଦଳର ନେତା ମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ମୋଦୀଙ୍କ ବିରୋଧରେ ବୟାନବାଜୀ କରିଥାନ୍ତି । ତେବେ ଆଜିର ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି । କିଏ ଚା କପ ଧରି ଚର୍ଚ୍ଚା କରିଛନ୍ତି ତ ପୁଣି କିଏ ପ୍ରଧାନମନ୍ତ୍ରୀଙ୍କ ସହ ହସଖୁସି କରୁଥିବା,ମୁଣ୍ଡପୋତି ପ୍ରଣାମ କରୁଥିବା ଆଉ କିଏ ହାତ ମିଳାଉଥିବା ଦେଖିବାକୁ ମିଳିଛି । ଯାହାର ଫଟୋ ଓ ଭିଡିଓ ବେଶ ଚର୍ଚ୍ଚା ସାଉଁଟିଛି । 

Post Views: 249
Share198Tweet124Send
Voice of Victims

Voice of Victims

Recent Posts

  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ
  • ରଣପୁରର ବିଭିନ୍ନ ସ୍ଥାନରେ ଗ୍ୟାସ କଳାବଜାରୀ ଉପରେ ଚଢ଼ାଉ
  • ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୧୩୭ ୟୁନିଟ ରକ୍ତ
  • ରାଜ୍ୟରେ ବନ୍ଦ ହେବ LPG, ମିଳିବ PNG ; ମାସେ ଭିତରେ ସାରା ରାଜ୍ୟରେ ଲାଗୁହେବ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In