• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନିଶା ବଳୟରେ ଯୁବଗୋଷ୍ଠୀ, ସ୍ୱିଗିରେ ଆସୁଛି ଡ୍ରଗ୍ସ: ପୁଲିସ କମିଶନର୍‌

by Voice of Victims
December 13, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନିଶା ବଳୟରେ ଯୁବଗୋଷ୍ଠୀ, ସ୍ୱିଗିରେ ଆସୁଛି ଡ୍ରଗ୍ସ: ପୁଲିସ କମିଶନର୍‌

ଭୁବନେଶ୍ୱର: ଅନ୍‌ଲାଇନ୍ ମାଧ୍ୟମରେ ହେଉଛି ନିଶା କାରବାର । ଫୁଡ୍ ଡେଲିଭେରି କର୍ମଚାରୀ ଗ୍ରାହକକୁ ଯୋଗାଇଛନ୍ତି ଡ୍ରଗ୍ସ । ଏ କଥା ଆମେ କହୁନୁ, ଆଜି ‘ନିଶାମୁକ୍ତ ଭାରତ ଅଭିଯାନ’ର ଏକ ବୈଠକରେ ବିସ୍ଫୋରକ ବୟାନ ଦେଇଛନ୍ତି ଦ୍ୱୈତନଗରୀର ପୁଲିସ କମିଶନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ । ଅନ୍‌ଲାଇନ୍‍ ଫୁଡ୍‍ ଡେଲିଭରୀ ସ୍ୱିଗିରେ ଆସୁଛି ଡ୍ରଗ୍ସ ବୋଲି ପୁଲିସ କମିଶନର ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି । ବିଶେଷ କରି ଖାଦ୍ୟ ଡେଲିଭରି ଦେଉଥିବା ସ୍ୱିଗି ଭଳି ଅନେକ ସଂସ୍ଥା ରହିଛି ଯେଉଁଥିରେ ରାଜଧାନୀରେ ହେଉଛି ଡ୍ରଗ୍ସ ପରି ଭୟଙ୍କର ନିଶା କାରିବାର । ଏହା ଜରିଆରେ ଡ୍ରଗ୍ସ କାରବାର ହେଉଥିବା ବିଶ୍ୱାସ ହେଉନଥିଲେ ବି ଏହା ସତ । ପୁଲିସ ଡାଳେ ଡାଳେ ଗଲେ ପତ୍ରେ ପତ୍ରେ ଯାଉଛନ୍ତି ଡ୍ରଗ୍ସ ପେଡ୍‌ଲର୍ । ଖାଦ୍ୟ ଡେଲିଭରି ସଂସ୍ଥା ଜରିଆରେ ଏବେ ନିଷିଦ୍ଧ ନିଶାର କାରବାର ଚାଲିଛି । ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର୍ ଶ୍ରୀ ପ୍ରିୟଦର୍ଶୀ ।
‘ଆପଣମାନେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି କି?’ ତେବେ ଫୁଡ୍‍ ଡେଲିଭରି ବୟ ଦେଇଥିବା ପ୍ୟାକେଟ୍‌କୁ ତନତନ କରି ଯାଞ୍ଚ କରିବା ପରେ ହି ପିଲାଙ୍କୁ ଖାଦ୍ୟ ଦିଅନ୍ତୁ । କାରଣ ଅନ୍‌ଲାଇନ୍ ଫୁଡ ଡେଲିଭରି ଆଳରେ ପିଲା ଡ୍ରଗ୍ସ ଅର୍ଡର କରି ଥାଇପାରେ । ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ପୂର୍ବରୁ ବ୍ରାଉନସୁଗର୍ ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବପିଢି ଡ୍ରଗ୍ସ ସେବନ ପ୍ରତି ଆକୃଷ୍ଟ ହେଲେଣି । ଏପରିକି ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ଡଗ୍ସ ସୀମିତ ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନିଶା ମୁକ୍ତ କରିବା ପାଇଁ ନିଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଖୁବ୍‍ ଶୀଘ୍ର ନିଶା ମୁକ୍ତ ଭାରତ ଅଭିଯାନ ନିଶା ନିବାରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ସ୍ୱତନ୍ତ୍ର ସେଲ୍‍ ଗଠନ କରିବେ ରାଜ୍ୟ ସରକାର । ଏଥିରେ ଏନ୍‌ଜିଓମାନଙ୍କର ସହାୟତା ନିଆଯିବ । ଯେଉଁମାନେ ମୁଖ୍ୟତଃ ସଚେତନତା କାର୍ଯ୍ୟକ୍ରମ କରିବା ସହ ଶିକ୍ଷାନୁଷ୍ଠାନଠାରୁ ୧୦୦ ମିଟର ଦୂରରେ ସିଗାରେଟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଲାସ୍ତରରେ ବି କମିଟି ଗଠନ କରାଯିବ । ୧୦ ଜିଲ୍ଲାରେ କମିଟି ଗଠନ ସରିଛି । ବାକି ୨୦ ଜିଲ୍ଲାରେ ମଧ୍ୟ ଖୁବ୍‍ ଶୀଘ୍ର କମିଟି ଗଠନ କରାଯିବ । ନିଶା ନିବାରଣ ଦିଗରେ ରାଜ୍ୟ ସରକାର ଏନ୍‌ଫୋର୍ସମେଣ୍ଟ୍ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ୨୦୧୮ରେ ୫୨୩ କ୍ୱିଣ୍ଟାଲ ଗଞ୍ଜେଇ ଓ ୧.୦୫୪ କିଲୋଗ୍ରାମ ବ୍ରାଉନସୁଗର୍ ଜବତ କରିଛି ଓଡ଼ିଶା ପୁଲିସ । ୨୦୧୯ରେ ୬୧୮ କ୍ୱିଣ୍ଟାଲ ଗଞ୍ଜେଇ ଓ ୩.୬୪୪ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍‍ ହୋଇଛି । ୨୦୨୦ରେ ୧୩୭୪ କ୍ୱିଣ୍ଟାଲ ଗଞ୍ଜେଇ ଓ ୩୪.୩୨ କିଲେଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ୨୦୨୧ରେ ୧୬୭୫ କ୍ୱିଣ୍ଟାଲ ଗଞ୍ଜେଇ ଓ ୫୦ କିଲୋଗ୍ରାମ ବ୍ରାଉନ୍‌ସୁଗର୍ ରେଡ୍ ସମୟରେ ଧରାପଡ଼ିଥିଲା । ୨୦୨୨ରେ ୧୫୪୬ କ୍ୱିଣ୍ଟାଲ ଗଞ୍ଜେଇ ଓ ୭୬.୮୩୨ କିଲୋଗ୍ରାମ ବ୍ରାଉନ୍‌ସୁଗର୍ ସିଜ୍‍ କରାଯାଇଥିଲା । ୨୦୨୩ ସେପ୍ଟେମ୍ବର ସୁଦ୍ଧା ୧୯୪୭ କ୍ୱିଣ୍ଟାଲ ଗଞ୍ଜେଇ ଓ ୩୭ କିଲୋଗ୍ରାମ ବ୍ରାଉନସୁଗର୍ ଜବତ କରିବାରେ ସଫଳତା ପାଇଛି ପୁଲିସ । ହେଲେ ରାଜ୍ୟରେ ବଢ଼ୁଥିବା ନିଶା କାରବାର ଉଦୟ ରାଜ୍ୟ ସରକାର ଓ ପୁଲିସର ମୁଣ୍ଡବ୍ୟଥାର କାରଣ ପାଲିଟିଯାଇଛି । ତେଣୁ ଏବେ ଏହାରି ଦିଗର କଠୋର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯିବା ନେଇ ଶ୍ରୀ ପ୍ରିୟଦର୍ଶୀ କହିଛନ୍ତି । ଆଗକୁ ଡେଲିଭେରୀ କର୍ମଚାରୀମାନଙ୍କ ଉପରେ କଡ଼ା ନଜର ରଖାଯିବା ବୋଲି ସିପି କହିଛନ୍ତି ।

Post Views: 340
Tags: Youth in addiction
Share199Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In