ପୁରୁଷ ପ୍ରଭୁତ୍ବ ଦୁନିଆରେ ମହିଳାମାନଙ୍କୁ ଘରୋଇ ହିଂସାରୁ ନିବୃତ କରିବା ପ୍ରଚେଷ୍ଟା ସ୍ୱାଭାବିକ ଏବଂ ଯଥାର୍ଥ I ଏହା ଦଶନ୍ଧି ଧରି ଚାଲି ଆସୁଛି।
ମହିଳାମାନଙ୍କୁ ସୁରକ୍ଷା ଦେବା କାର୍ଯ୍ୟ ନିଶ୍ଚିତ ଜରୁରୀ I ତେବେ ଅନେକ ଲୋକ ଜାଣନ୍ତି ନାହିଁ ଯେ ପୁରୁଷଙ୍କ ପ୍ରତି ହେଉଥିବା ହିଂସା ଏବଂ ନିର୍ଯାତନା କେତେ ବ୍ୟାପକ ଅଟେ।
ଘରୋଇ ନିର୍ଯାତନା ଏବଂ ହିଂସା ଆନ୍ତର୍ଜାତୀୟ ଆଲାଇନ୍ସ (DAVIA) ଦ୍ଵାରା ୨୦୨୨ ରେ ଉପସ୍ଥାପିତ ହୋଇଥିଲା, ଘରୋଇ ନିର୍ଯାତନାର ଶିକାର କେବଳ ମହିଳାଙ୍କ ମଧ୍ୟରେ ସୀମିତ ନୁହେଁ ବୋଲି ପ୍ରତିକ୍ରିୟାରେ ଏହି ଦିନ ଗଠନ କରାଯାଇଥିଲା।
ଯଦିଓ ମହିଳାଙ୍କ ପାଇଁ ଏହି ସଂଖ୍ୟା ଟିକେ ଅଧିକ- ପ୍ରତି ୪ ମହିଳାରେ ଜଣେ ହିଂସାରେ ଶିକାର ହେଉଥିବା ବେଳେ, ପ୍ରତି ୬/ ୭ ପୁରୁଷଙ୍କ ମଧ୍ୟରୁ ଜଣେ ଘରୋଇ ହିଂସା କିମ୍ବା ନିର୍ଯାତନାର ଶିକାର ହୋଇ ଥିବା ଏକ ପରିସଂଖ୍ୟାନରୁ ଜଣାଯାଇଛି ।
“ସର୍ବଦା ଯଥା ସମ୍ଭବ ସର୍ବୋତତ୍କୃଷ୍ଟ ପାଇଁ ଚେଷ୍ଟା କର। ତୁମେ ବର୍ତ୍ତମାନ ଯେଉଁ ଗଛ ଲଗାଉଛ, ପରେ ତାହାରି ଫଳ ହଁ ଅମଳ କରିବ।” – ଓଗ୍ ମାଣ୍ଡିନୋ, ଆମେରିକୀୟ ଲେଖକ।
କୈଳାସ ଚନ୍ଦ୍ର ଶତପଥୀ
ଆଇନଜୀବୀ, କଟକ-୨
