• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ବଢ଼ିଲା ଧନୁଯାତ୍ରା ଅନୁଦାନ ରାଶି: ୧୦ଲକ୍ଷରୁ ହେଲା କୋଟିଏ

by Voice of Victims
December 28, 2024
in ରାଜ୍ୟ

ଭୁବନେଶ୍ୱର : ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ହେବ ଆହୁରି ଲୋକପ୍ରିୟ। ଏହି ପାରମ୍ପରିକ ମହାକୁମ୍ଭର ପ୍ରଚାର ପ୍ରସାର, କଳାକାରମାନଙ୍କ ସମ୍ମାନ ସହ ଏହାକୁ ଆହୁରି ଭବ୍ୟ କରିବା ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ବଢ଼ାଇଛନ୍ତି। ଏହି ରାଶି ୧୦ ଲକ୍ଷରୁ ବଢ଼ାଇ କୋଟିଏ ଟଙ୍କା କରିବା ସହ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଧନୁଯାତ୍ରାରେ ଅଂଶ ଗ୍ରହଣ କରିଥିବା ୧୭୦ କଳାକାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ। ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପ୍ରଦାନ ପାଇଁ ବିଶେଷଜ୍ଞ କମିଟି ଗଠନ କରାଯିବ। ଧନୁଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ ପାଇଁ ସମର୍ପିତ ୱେବସାଇଟ୍ ନିର୍ମାଣ କରାଯିବ। ଏଲ୍‌ଇଡି ପରଦା ମାଧ୍ୟମରେ ପ୍ରଥମର ଥର ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ଧନୁଯାତ୍ରାର ସିଧାପ୍ରସାରଣ କରାଯିବ। ପୂର୍ବ ବର୍ଷମାନଙ୍କରେ ଧନୁଯାତ୍ରାରେ ଅଂଶଗ୍ରହଣ କରିଥିବା କଳାକାର ଓ ସେମାନଙ୍କ ପରିବାର ବର୍ଗଙ୍କୁ ସମ୍ମାନ ଏବଂ ସମ୍ୱର୍ଦ୍ଧନା ମଧ୍ୟ ପ୍ରଦାନ କରାଯିବ।
ପ୍ରକାଶ ଯେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ନେଇ ବେଶ ଚଳଚଞ୍ଚଳ ବରଗଡ଼। ଆସନ୍ତା ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ୩ ରୁ ୧୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ ଦିନ ଧରି ବିରାଟ ଖୋଲା ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଯାତ୍ରା । ଆଉ କିଛିଦିନ ପରେ ବରଗଡ଼ ପାଲଟିଯିବ ମଥୁରା ନଗରୀ ଓ ଅମ୍ବାପାଲି ହେବ ଗୋପପୁର। ନାଟକକୁ ଜୀବନ୍ତ ଓ ଚିତ୍ତାକର୍ଷକ କରିବା ପାଇଁ ଅଭିନେତାମାନେ ଅଭ୍ୟାସ ଜୋରଦାର ରଖିଥିବା ବେଳେ ପ୍ରସ୍ତୁତି ଜାରି ରହିଛିି।

Post Views: 28
Share198Tweet124Send
Voice of Victims

Voice of Victims

Recent Posts

  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ
  • ଅସହ୍ୟ ତାତିରେ ସିଝୁଛି ଓଡ଼ିଶା, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ତାତି
  • ଆଜି ରାଜଧାନୀ ପାଳୁଛି ପ୍ରତିଷ୍ଠା ଦିବସ, ସଜେଇ ହୋଇଛି ରାଜଧାନୀ
  • ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ଚଡ଼କ ଯାତ୍ରା; ଆଜି ନୀଳ ପର୍ବ ଓ କାମିନା ବିବାହ ଅନୁଷ୍ଠିତ
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ, ସଙ୍ଗୀତ ଜଗତରେ ଗୋଟିଏ ଯୁଗର ଅବସାନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In