• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ବଢୁଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଓଡ଼ିଶା ଏକ ନମ୍ବର

by Voice of Victims
December 6, 2023
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବଢୁଛି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା: ଓଡ଼ିଶା ଏକ ନମ୍ବର

ଭୁବନେଶ୍ୱର: ଦୁର୍ନୀତି ଓ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କ୍ରମାଗତ ଭାବେ ବଢିଚାଲିଥିବା ବେଳେ ଓଡ଼ିଶାରେ ଏହା ସୀମା ଅତିକ୍ରମ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ମାମଲା ରୁଜୁ କରିବାରେ ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦେଶାଳୟ (ଭିଜିଲାନ୍ସ) ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଛି। ଜାତୀୟ ଅପରାଧ ନଥି ସଂସ୍ଥା (ଏନସିଆରବି) ପକ୍ଷରୁ ପ୍ରକାଶିତ ୨୦୨୨ ଅପରାଧ ତଥ୍ୟରେ ଏହା ଦର୍ଶାଯାଇଛି। ଏନସିଆରବି ତଥ୍ୟ ଅନୁଯାୟୀ ଓଡ଼ିଶାରେ ସର୍ବାଧିକ ଆୟ ବର୍ହିଭୂତ ସମ୍ପତ୍ତି ମାମଲା ରୁଜୁ ହୋଇଥିଲା ବେଳେ ଦଣ୍ଡବିଧାନରେ ଦ୍ବିତୀୟ ସ୍ଥାନରେ ରହିଛି। କ୍ରମାଗତ ଦ୍ବିତୀୟ ଥର ଲାଗି ଆୟ ବର୍ହିଭୂତ ସମ୍ପତ୍ତି ମାମଲାରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରିଛି। ୨୦୨୧ରେ ଏହି ସଂଖ୍ୟା ୯୨ ଥିଲା। ପ୍ରକାଶିତ ତଥ୍ୟ ଅନୁସାରେ ୨୦୨୨ ମସିହାରେ ଦେଶରେ ୩୭୨ଟି ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା ରୁଜୁ ହୋଇଥିଲା ବେଳେ ଓଡ଼ିଶାରେ ସର୍ବାଧିକ ୮୫ଟି ମାମଲା ହୋଇଛି। ୫୬ଟି ମାମଲା ରୁଜୁ କରି କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ଥିବା ବେଳେ ୪୮ଟି ମାମଲା କରି ବିହାର ତୃତୀୟ ସ୍ଥାନରେ ରହିଛି। ସରକାରୀ ଅର୍ଥ ଆତ୍ମସାତ ମାମଲାରେ ୧୩୫ଟି ମାମଲା ରୁଜୁ କରି ପଞ୍ଜାବ ଏକ ନମ୍ବର ସ୍ଥାନରେ ଥିବା ବେଳେ ୮୪ଟି ମାମଲା କରି ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ୩୨୧ଟି ମାମଲାର ଅଭିଯୋଗ ଫର୍ଦ ଦାଖଲ କରି ଓଡିଶା ଭିଜିଲାନ୍ସ ତୃତୀୟ ସ୍ଥାନରେ ଥିଲା ବେଳେ ୪୮୪ଟି ଅଭିଯୋଗ ଫର୍ଦ ଦାଖଲ କରି ରାଜସ୍ଥାନ ଦ୍ବିତୀୟ ଓ ମହାରାଷ୍ଟ୍ର ୪୯୭ଟି ଅଭିଯୋଗ ଫର୍ଦ ଦାଖଲ କରି ପ୍ରଥମ ସ୍ଥାନରେ ରହିଛି। ସେହିପରି ୫୫୧ଜଣ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରି ଓଡିଶା ତୃତୀୟ ସ୍ଥାନରେ ରହିଛି। ଏହି କ୍ଷେତ୍ରରେ ୭୨୪ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଫର୍ଦ ଦାଖଲ କରି ରାଜସ୍ଥାନ ପ୍ରଥମ ସ୍ଥାନରେ ରହିଛି। ୯୦ଟି ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଓଡିଶା ଭିଜିଲାନ୍ସ ତୃତୀୟ ସ୍ଥାନରେ ଥିବା ବେଳେ ୧୧୦ ମାମଲାରେ ଦୋଷୀ ସାବ୍ୟସ୍ତ କରି ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ୨୦୨୨ବର୍ଷରେ ୧୨୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଓଡିଶା ଦ୍ବିତୀୟ ସ୍ଥାନ ହାସଲ କରିଥିବା ବେଳେ ୧୪୪ ଜଣକୁ ଦୋଷୀ ସାବ୍ୟସ୍ତ କରି ରାଜସ୍ଥାନ ପ୍ରଥମରେ ରହିଛି। ୩୦ଜଣ ଦୋଷୀ ସାବ୍ୟସ୍ତ ସରକାରୀ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କ୍ଷେତ୍ରରେ ଓଡିଶା ତୃତୀୟ ସ୍ଥାନରେ ଥିବା ବେଳେ ତାମିଲନାଡୁ ପ୍ରଥମ (୫୮) ସ୍ଥାନରେ ରହିଛି। ୪୧ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କ୍ଷେତ୍ରରେ ଓଡିଶା ଦ୍ବିତୀୟରେ ଥିବା ବେଳେ ୮୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ତାମିଲନାଡୁ ପ୍ରଥମ ସ୍ଥାନରେ ରହିଛି।

Post Views: 298
Share199Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In