• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ମାନବ ସମାଜ ବନର ମହତ୍ତ୍ୱକୁ ଭୁଲି ଯିବାର ଭୁଲ କରିବସୁଛି: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

by Voice of Victims
April 27, 2024
in ରାଜ୍ୟ

ନୂଆଦିଲ୍ଲୀ: ମାନବ ସମାଜ ବନକୁ ନିଜ ମନରୁ ଭୁଲି ଯିବାର ଭୁଲ କରିବସୁଛି। ବନ ହେଉଛି ମାନବ ସମାଜର ଜୀବନଦାତା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୪ ଏପ୍ରିଲ, ୨୦୨୪) ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ବନ ଏକାଡେମୀ, ଡେରାଡ଼ୁନଠାରେ ଭାରତୀୟ ବନ ସେବା (୨୦୨୨ ବ୍ୟାଚ୍)ର ଦୀକ୍ଷାନ୍ତ ସମାରୋହରେ ଅଧିକାରୀ ପ୍ରଶିକ୍ଷୁମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବାସ୍ତବିକତା ଏହା ଯେ ବନ ପୃଥିବୀରେ ଜୀବସତ୍ତାକୁ ସଂରକ୍ଷିତ କରି ରଖିଆସିଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏହି ଅବସରରେ କହିଛନ୍ତି ଯେ ଆଜି ଆମେ ଏନ୍ଥ୍ରୋପୋସିନ୍ ଯୁଗର କଥା କହୁଛୁ, ଯାହା ମାନ କେନ୍ଦ୍ରିତ ବିକାଶର ଯୁଗ । ଏହି ଅବଧିରେ ବିକାଶ ସହିତ ବିନାଶକାରୀ ପରିଣାମ ଆମ ସମ୍ମୁଖରେ ଉଭା ହୋଇଛି । ପ୍ରାକୃତିକ ସଂସାଧନର ନିରନ୍ତର ଦୋହନ ଫଳରେ  ମାନବ ସମାଜ ଏପରି ଏକ ବିନ୍ଦୁରେ ଆସି ପହଞ୍ଚିଛି ଯାହା ଫଳରେ ବିକାଶର ମାନକଗୁଡ଼ିକର ପୁନର୍ମୂଲ୍ୟାୟନ କରିବାକୁ ପଡ଼ିବ । ରାଷ୍ଟ୍ରପତି ମାନବ ସମାଜକୁ ଏହାର ମହତ୍ତ୍ୱକୁ ହୃଦୟଙ୍ଗମ କରିବା ସକାଶେ ପରାମର୍ଶ ଦେଇ କହିଛନ୍ତି ଯେ ଆମେ ପୃଥିବୀର ସକଳ ସଂପଦର ମାଲିକ ନୋହୁ, ବରଂ ଆମେ ଏହାର ଟ୍ରଷ୍ଟି । ଆମର ପ୍ରାଥମିକତା ଗୁଡ଼ିକ ମାନବଶାସ୍ତ୍ରୀୟ ହେବା ସହିତ ପର୍ଯ୍ୟାବରଣ କେନ୍ଦ୍ରିତ ମଧ୍ୟ ହେବା ଆବଶ୍ୟକ । ସେ ଆହୁରି କହିଛନ୍ତି ଯେ କେବଳ ପାରିସ୍ଥିତିକ ପରିବେଶ ସହିତ ଯୋଡ଼ିହୋଇ ରହିଲେ ହିଁ ଆମେ ବାସ୍ତବ ମାନବଶାସ୍ତ୍ରଧର୍ମୀ ହୋଇପାରିବା ।                          ରାଷ୍ଟ୍ରପତି କହିଛନ୍ତି ଯେ ବିଶ୍ୱର ଅନେକ ଭାଗରେ ବନ୍ୟ ସମ୍ପଦ ବ୍ୟାପକ ମାତ୍ରାରେ ହ୍ରାସ ପାଇଚାଲିଛି । ବନ୍ୟ ସମ୍ପଦର ହ୍ରାସ ଗୋଟିଏ ଦୃଷ୍ଟିରୁ ବିଚାର କଲେ ମାନବତାର ହ୍ରାସ ବୋଲି ବୁଝା ପଡ଼ିବ । ଏହା ଏକ ସର୍ବଜନବିଦିତ ତଥ୍ୟ ଯେ ବିଶ୍ୱର ଜୈବ ବିବିଧତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ସଂରକ୍ଷଣ ଏକ ଅତୀବ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଯାହା ଆମକୁ ଯଥା ଶୀଘ୍ର ସଂପାଦନ କରିବାକୁ ପଡ଼ିବ । ରାଷ୍ଟ୍ରପତି କହିଛନ୍ତି ଯେ ବନସମ୍ପଦ ଏବଂ ବନ୍ୟଜୀବମାନଙ୍କ ସଂରକ୍ଷଣ ଏବଂ ସଂବର୍ଦ୍ଧନ  ମାଧ୍ୟମରେ ମାନବ ଜୀବନ ପ୍ରତି ଦେଖା ଦେଇଥିବା ସଂକଟରୁ ଆମେ ଉଦ୍ଧାର ପାଇପାରିବା । ଆମେ ବିଜ୍ଞାନ ଏବଂ ପ୍ରାଦ୍ୟୋଗିକତାର ସହାୟତା ନେଇ ଯଥା ଶୀଘ୍ର ହୋଇଥିବା କ୍ଷୟକ୍ଷତିକୁ ଭରଣା କରିପାରିବା । ଉଦାହରଣ ସ୍ୱରୂପ, ମିୟାବାକି ପଦ୍ଧତିକୁ ଯେକୌଣସି ସ୍ଥାନରେ ପ୍ରବର୍ତ୍ତନ କରାଯାଇ ପାରିବ । କୃତ୍ରିମ ପ୍ରଜ୍ଞା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ମାଧ୍ୟମରେ ବନୀକରଣ ଏବଂ କ୍ଷେତ୍ରୀୟ ବୈଶିଷ୍ଟ୍ୟ ଜରିଆରେ ବୃକ୍ଷ ପ୍ରଜାତି ନିମନ୍ତେ ଉପଯୁକ୍ତ କ୍ଷେତ୍ର ଚିହ୍ନଟ କରିବାରେ ଆମକୁ ସହାୟତା ପ୍ରାପ୍ତ ହୋଇପାରିବ । ସେ କହିଥିଲେ ଯେ ଏହିଭଳି ବିଭିନ୍ନ ବିକଳ୍ପଗୁଡ଼ିକର ଆକଳନ କରିବା ଏବଂ ଭାରତର ଭୌଗୋଳିକ ପରିସ୍ଥିତିମାନଙ୍କ ସକାଶେ ଉପଯୁକ୍ତ ସମାଧାନର ବିକାଶ ଘଟାଇବାର ଜରୁରି ଆବଶ୍ୟକତା ରହିଛି । ରାଷ୍ଟ୍ରପତି କହିଛନ୍ତି ଯେ ବିକାଶ ରଥର ଦୁଇଟି ଚକ ରହିଛି – ଗୋଟିଏ ହେଉଛି ପରମ୍ପରା ଏବଂ ଅନ୍ୟଟି ହେଉଛି ଆଧୁନିକତା । ଆଜି ମାନବ ସମାଜ ଅନେକ ପାରିବେଶିକ ସମସ୍ୟାର କୁଫଳ ଭୋଗ କରୁଛି । ଏହାର ଏକ ମୁଖ୍ୟ କାରଣ ହେଉଛି ଏହାର ଯେ ଗୋଟିଏ ବିଶେଷ ପ୍ରକାର ଆଧୁନିକତା ଆମେ ଆପଣାଇଛୁ । ତାହା ହେଉଛି ଶୋଷଣର ମାନସକତା । ଏହି ପ୍ରକ୍ରିୟାରେ ପାରମ୍ପରିକ ଜ୍ଞାନକୁ ଉପେକ୍ଷା କରାଯାଉଛି ।ରାଷ୍ଟ୍ରପତି କହିଛନ୍ତି ଯେ ଆଦିବାସୀ ସମାଜ ସଦାସର୍ବଦା ପ୍ରକୃତିର ଶାଶ୍ୱତ ନିୟମକୁ ନିଜର ଜୀବନର ଆଧାର ଭାବରେ ଗ୍ରହଣ କରିଆସିଛନ୍ତି । ଏହି ସମାଜର ଲୋକମାନେ ପ୍ରକୃତିର ସଂରକ୍ଷଣ କରିଥାନ୍ତି । କିନ୍ତୁ, ଅସନ୍ତୁଳିତ ଆଧୁନିକତାର ଆବେଗରେ କିଛି ଲୋକ ଆଦିବାସୀ ସମ୍ପ୍ରଦାୟ ଏବଂ ଅନେକ ସାମୂହିକ ଜ୍ଞାନକୁ ଆଦିମ ବୋଲି ହେତୁ କରିଥାନ୍ତି । ଜଳବାୟୁ ପରିବର୍ତ୍ତନରେ ଆଦିବାସୀ ସମାଜର କୌଣସି ଭୂମିକା ନାହିଁ, କିନ୍ତୁ ଏହାର ଦୁଷ୍ପ୍ରଭାବର ବୋଝ ସେମାନଙ୍କୁ ଅଧିକ ମାତ୍ରାରେ ମୁଣ୍ଡାଇବାକୁ ପଡ଼ୁଛି । ରାଷ୍ଟ୍ରପତି କହିଛନ୍ତି ଯେ ଶହ ଶହ ବର୍ଷ ଧରି ଆଦିବାସୀ ସମାଜ ଦ୍ୱାରା ସଂଗ୍ରହ କରାଯାଇଆସିଥିବା ଜ୍ଞାନର ମହତ୍ତ୍ୱକୁ ବୁଝିବା ଏବଂ ପରିବେଶକୁ ଉତ୍ତମ ଓ ସୁରକ୍ଷିତ ରଖିବା ନିମନ୍ତେ ଏହାର ଉପଯୋଗ କରିବା ବେଶ୍ ମହତ୍ତ୍ୱପୂର୍ଣ୍ଣ କଥା । ସେ କହିଛନ୍ତି ଯେ ଏହାର ସାମୂହିକ ଜ୍ଞାନ ଆମକୁ ପାରିସ୍ଥିତିକ ରୂପରେ ଯେତିକି ହିତପ୍ରଦ, ନୈତିକତା ଦୃଷ୍ଟିରୁ ସେତିକି ବାଂଛନୀୟ ଏବଂ ସାମାଜିକ ରୂପରେ ସେତିକି ଉଚିତ ମାର୍ଗ ଯାହା ମାଧ୍ୟମରେ ଆମକୁ ଆଗକୁ ଅଗ୍ରସର ହେବାରେ ସହାୟତା ପ୍ରାପ୍ତ ହୋଇପାରିବ । ସେ ଏହା ଉପରେ ଗୁରୁତ୍ୱ ଆରୋପ କରି କହିଛନ୍ତି ଯେ ଆମମାନଙ୍କୁ ଅନେକ ଭୁଲ୍ ଧାରଣରକୁ ମନରୁ ଦୂର କରିବାକୁ ପଡ଼ିବ ଏବଂ ଆଦିବାସୀ ସମାଜର ସନ୍ତୁଳିତ ଜୀବନ ଶୈଳୀକୁ ଆଦର୍ଶ ଭାବରେ ଶିକ୍ଷାଲାଭ କରିବାକୁ ହେବ । ଆମକୁ ପରିବେଶ ନ୍ୟାୟର ଭାବନାର ସହିତ ଆଗକୁ ଅଗ୍ରସର ହେବାକୁ ପଡ଼ିବ । ରାଷ୍ଟ୍ରପତି କହିଛନ୍ତି ଯେ ୧୮ଶ ଏଂ ୧୯ଶ ଶତାବ୍ଦୀରେ ଔଦ୍ୟୋଗିକ ବିପ୍ଳବରେ କାଠ ଏବଂ ଅନ୍ୟ ବନ ଉତ୍ପାଦର ଚାହିଦାକୁ ବୃଦ୍ଧି କରିଥିଲା । ଏହି ଆବଶ୍ୟକତାକୁ ପୂରଣ କରିବା ସକାଶେ ନୂଆ ନୂଆ ନିୟମ, ବିନିୟମ ଏବଂ ବନ ଉପଯୋଗର ଉପାୟର ନୂଆ ନୂଆ ଉପାୟ ଅବଲମ୍ବନ କରାଯାଇଥିଲା । ଏଭଳି ନିୟମ ଏବଂ ବିନିୟମକୁ ଲାଗୁ କରିବା ସକାଶେ ଭାରତୀୟ ବନ ସେବାର ପୂର୍ବବର୍ତ୍ତୀ ସେବା, ଇମ୍ପରିଆଲ ବନ ସେବା ଗଠନ କରାଯାଇଥିଲା । ଏହି ସେବାର ଅଧିଦେଶ ଜନଜାତୀୟ ସମାଜ ଏବଂ ବନ୍ୟ ସମ୍ପଦର ସୁରକ୍ଷା କରିବା ନଥିଲା । ଏହାର ଜନାଦେଶ ଭାରତର ବନ୍ୟ ସଂସାଧନକୁ ଅଧିକତମ ଦୋହନ କରିବା ବ୍ରିଟିଶ୍ ସରକାରଙ୍କ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ଥିଲା । ବ୍ରିଟିଶ ଶାସନ କାଳରେ ବନ୍ୟପ୍ରାଣୀଙ୍କୁ ସାମୂହିକ ଭାବରେ ଶିକାର ସମ୍ପର୍କରେ ଉଲ୍ଲେଖ କରି ରାଷ୍ଟ୍ରପତି କହିଥିଲେ ଯେ ଯେତେବେଳେ ସେ କୌଣସି ସଂଗ୍ରହାଳୟ ପରିଦର୍ଶନ କରୁଛନ୍ତି ଯେଉଁଠାରେ ଏଭଳି ଜଙ୍ଗଲର ଜୀବଜନ୍ତୁମାନଙ୍କ ଚମଡ଼ା କିମ୍ବା କଟା ହୋଇଥିବା ମୁଣ୍ଡ କାନ୍ଥରେ ସଜା ହୋଇଥିବା ଦେଖନ୍ତି, ସେତେବେଳେ ତାଙ୍କୁ ଲାଗେ ଯେ ଏଭଳି ବସ୍ତୁ ମାନବ ସଭ୍ୟତାର ପତନର କାହାଣୀ ହିଁ ବଖାଣିଥାଏ । ରାଷ୍ଟ୍ରପତି କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ଯେ ଭାରତୀୟ ବନ ସେବାର ଅଧିକାରୀମାନେ ଏଭଳି ଉପନିବେଶବାଦୀ ମାନସିକତା ଏବଂ ପୂର୍ବର ରାଜକୀୟ ବନ ସେବା ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ ହୋଇ ନିଜର କର୍ତ୍ତବ୍ୟ ସଂପାଦନ କରିବା ଉଚିତ । ସେ କହିଛନ୍ତି ଯେ ଭାରତୀୟ ବନ ସେବାର ଅଧିକାରୀମାନଙ୍କୁ କେବଳ ଭାରତର ପ୍ରାକୃତିକ ସଂସାଧନର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରିବା ନୁହେଁ, ଅପରନ୍ତୁ ମାନବତାର ହିତ ସାଧନ ନିମନ୍ତେ ପାରମ୍ପରିକ ଜ୍ଞାନର ମଧ୍ୟ ଉପଯୋଗ କରିବା ଆବଶ୍ୟକ । ରାଷ୍ଟ୍ରପତି ଆଧୁନିକତା ଏବଂ ପରମ୍ପରାକୁ ସମକାଳୀନ କରିବା ଏବଂ ବନବାସୀମାନଙ୍କ ହିତ ସାଧନ ନିମନ୍ତେ ଏହାକୁ ଆଗକୁ ଆଗେଇ ନେବା ଲାଗି ବନ ସମ୍ପଦର ରକ୍ଷା କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସେ କହିଛନ୍ତି ଯେ ମାନବ ସଭ୍ୟତାର ଜୀବନ ବନ ଉପରେ ଆଧାରିତ । ତେଣୁ ଏଭଳି ପନ୍ଥା ଆପଣାଇଲେ ବନସେବା ଅଧିକାରୀମାନେ ସକାରାତ୍ମକ ଯୋଗଦାନ କରିପାରିବେ ଏବଂ ଅନ୍ୟମାନଙ୍କୁ ସକ୍ଷମ କରିପାରିବେ ଯାହା ବାସ୍ତବତା ଦୃଷ୍ଟିରୁ ସମାବେଶୀ ଏବଂ ପରିବେଶ ଅନୁକୂଳ । ରାଷ୍ଟ୍ରପତି କହିଛନ୍ତି ଯେ ଭାରତୀ ବନ ସେବା ଦେଶକୁ ଅନେକ ଅଧିକାରୀ ପ୍ରଦାନ କରିଛି ଯେଉଁମାନେ ପରିବେଶ ସୁରକ୍ଷା ନିମନ୍ତେ ଅଦ୍ୱିତୀୟ କାର୍ଯ୍ୟ ସଂପାଦନ କରିଛନ୍ତି । ଶ୍ରୀ ପି. ଶ୍ରୀନିବାସ, ଶ୍ରୀ ସଞ୍ଜୟ କୁମାର ସିଂହ, ଶ୍ରୀ ଏସ ମଣିକନ୍ଦନଙ୍କ ଭଳି ଭାରତୀୟ ବନ ସେବା ଅଧିକାରୀମାନଙ୍କ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସେମାନଙ୍କର ଜୀବନକୁ ବଳିଦାନ କରିଛନ୍ତି । ରାଷ୍ଟ୍ରପତି ଅଧିକାରୀ ପ୍ରଶିକ୍ଷୁମାନଙ୍କୁ ଆହ୍ୱାନ ଜଣାଇଥିଲେ ଯେ ସେମାନେ ଏହିଭଳି ଅଧିକାରୀମାନଙ୍କୁ ନିଜର ଆଦର୍ଶ ଏବଂ ମାର୍ଗଦର୍ଶକ ଭାବରେ ଗ୍ରହଣ କରନ୍ତୁ ଏବଂ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗରେ ଆଗକୁ ଅଗ୍ରସର ହୁଅନ୍ତୁ । ରାଷ୍ଟ୍ରପତି ଆଇଏଫଏସ. ଅଧିକାରୀମାନଙ୍କୁ ଆହ୍ୱାନ ଜଣାଇ କହିଛନ୍ତି ଯେ ସେମାନେ ଜନଜାତୀୟ ଲୋକମାନଙ୍କ ନିକଟକୁ ସମୟାନ୍ତରେ ଯାଇ କିଛି ସମୟ ବିତାନ୍ତୁ ଏବଂ ସେମାନଙ୍କର ସ୍ନେହ ଓ ବିଶ୍ୱାସ ଅର୍ଜନ କରନ୍ତୁ । ସେ କହିଛନ୍ତି ଯେ ସେମାନେ ଆଦିବାସୀ ସମାଜର ଉତ୍ତମ ପ୍ରଥାର କିଛି ଶିକ୍ଷାଲାଭ କରିବା ଆବଶ୍ୟକ । ସେମାନେ ଆଦିବାସୀମାନଙ୍କର ଦାୟିତ୍ୱବୋଧର ସ୍ୱାମୀତ୍ୱ ନେବା ଏବଂ ଏକ ରୋଲ ମଡେଲ ଭାବେ ନିଜକୁ ଗଢ଼ିବା ଲାଗି ଆହ୍ୱାନ ଜଣାଇଛନ୍ତି ।

Post Views: 34
Share196Tweet123Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In