• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ମୋଟର ଯାନରୁ ହେବ ବକେୟା ଟିକସ ଛାଡ଼

by Voice of Victims
December 5, 2023
in ମୁଖ୍ୟ ଖବର, ରାଜ୍ୟ
ମୋଟର ଯାନରୁ ହେବ ବକେୟା ଟିକସ ଛାଡ଼

ଭୁବନେଶ୍ୱର: ବିଭିନ୍ନ ମୋଟର ଯାନରୁ ସରକାର ବକେୟା ଟିକସ ଛାଡ଼ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନଜରକୁ ଆସିଛି ଯେ ୫୦,୦୦୦ରୁ ଉର୍ଦ୍ଧ୍ୱ ଗାଡି ମାଲିକଙ୍କ ଉପରେ ବକେୟା ମୋଟର ଯାନ ଟିକସ ଏବଂ ଜୋରିମାନା ଅନାଦେୟହୋଇ ପଡ଼ିରହିଛି । ଟ୍ୟାକ୍ସ ରିକଭରି ନୋଟିସ୍ ଏବଂ ସ୍ୱତନ୍ତ୍ର ଡ୍ରାଇଭ୍ ସତ୍ତ୍ୱେ ୨୦୨୨ ମସିହାରେ କେବଳ ୪୬୬୮ ମାଲିକଙ୍କଠାରୁ ବକେୟା ଟିକସ ସଂଗ୍ରହ କରାଯାଇପାରିଛି । ଯେତେବେଳେ ଜଣେ ଗାଡି ମାଲିକ ଟିକସ ଠିକ୍ ସମୟରେ କିଛି ଦିନ ଧରି ନଦିଏ, ଏହା ପୌନଃପୌନିକ ଭାବେ ବୃଦ୍ଧି ହୁଏ ଓ ଶେଷରେ ତାହାକୁ ଗାଡ଼ି ମାଲିକ ଭରଣା କରିପାରେ ନାହିଁ । କେତେକ କ୍ଷେତ୍ରରେ ମାଲିକମାନେ ଟିକସ ଛାଡ଼ ପାଇଁ ଅଦାଲତରେ ମାମଲା ଦାୟର କରନ୍ତି । ଏହା ବହୁଦିନ ଧରି ଚାଲେ । ଏତଦ୍‌ବ୍ୟତୀତ, ଯାନବାହାନ ଜନିତ ନିର୍ଗମନକୁ ପ୍ରତିବନ୍ଧିତ କରିବାର ଏକ ପଦକ୍ଷେପ ଭାବରେ, ଭାରତ ସରକାରଙ୍କର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପୁରୁଣା ତଥା ପ୍ରଦୂଷଣ କରୁଥିବା ଯାନଗୁଡିକୁ ହଟାଇବା ପାଇଁ ପରାମର୍ଶ ଦେଇଛନ୍ତି ଏବଂ ପୁରୁଣା ଗାଡିଗୁଡିକର ଗାଡ଼ି ମାଲିକମାନଙ୍କୁ ଏଥିପାଇଁ ଆକର୍ଷିତ କରିବା ପାଇଁ ଅନାଦେୟ ଟିକସ ଛାଡ଼ ପାଇଁ ଏକକାଳୀନ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ରାଜ୍ୟ ସରକାରଙ୍କ ପଞ୍ଜୀକୃତ ଯାନ ଗ୍ରାଫି ସୁବିଧା କେନ୍ଦ୍ରରେ ଯାନଗୁଡ଼ିକୁ ବିନା ପ୍ରଦୂଷଣରେ ବୈଜ୍ଞାନିକ ପଦ୍ଧତିରେ ସ୍ଟ୍ରାପ୍ କରାଯାଇପାରିବ ।
ଉପରୋକ୍ତ କାରଣଗୁଡ଼ିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଏବଂ ପରିବହନ ବିଭାଗ, ଓଡ଼ିଶା ସରକାର ବକେୟା ମୋଟର ଯାନ ଟିକସ ଛାଡ଼/ରିହାତି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ମାଲିକମାନେ ଗାଡ଼ିଗୁଡ଼ିକ ସ୍ଟ୍ରାପ୍ କରିବାକୁ ଇଚ୍ଛୁକ ଥିବେ, ସେମାନଙ୍କ କ୍ଷେତ୍ରରେ ବକେୟା ଟିକସ ଓ ଜରିମାନା ସମ୍ପୂର୍ଣ୍ଣ ଛାଡ଼ କରିବାର ବ୍ୟବସ୍ଥା ହୋଇଛି । ଯେଉଁମାନେ ଟିକସ ପ୍ରଦାନ କରି ଗାଡି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହିତ ଗାଡ଼ିର ବୟସ ଅନୁଯାୟୀ ଟିକସ ପରିମାଣ କୋହଳ କରାଯିବାର ବ୍ୟବସ୍ଥା ରହିବ । ଏହା ଦ୍ୱାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କ ଗାଡ଼ିଗୁଡିକୁ ସ୍ଟ୍ରାପ୍ ଏବଂ ପଞ୍ଜୀକରଣ ରଦ୍ଦ କରିବାକୁ ଆଗେଇ ଆସିବେ । ସେହିପରି ଅନ୍ୟ ଯାନଗୁଡ଼ିକର ଗାଡ଼ି ମାଲିକମାନେ ଯେଉଁମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ । ଏହାଦ୍ୱାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡ଼ି ମାଲିକମାନେ ଅଧିକ ଲାଭବାନ ହେବେ ।

Post Views: 118
Share202Tweet127Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In