ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏକ ଦିନିକିଆ ରାଜ୍ୟସ୍ତରୀୟ ସଂକୀର୍ତ୍ତନ ଉତ୍ସବ ଭୂବନେଶ୍ବର ଉପକଣ୍ଠ ଵାସୁଆଘାଇ ପଞ୍ଚାୟତ ଅନ୍ତର୍ଗତ କେଶୁରା ଗ୍ରାମରେ ଥିବା ଖେଳ ପଡିଆରେ ଆଜି ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୫୦ରୁ ଅଧିକ ବିଶିଷ୍ଟ ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ଵାରା ସଂକୀର୍ତ୍ତନ ପରିବେଷଣ କରାଯାଉଛି; ଯାହା କେଶୁରା ତଥା ଏହାର ଆଖପାଖ ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ସଂକୀର୍ତ୍ତନ ଉତ୍ସବର ବିଶେଷ ଆକର୍ଷଣ ରହିଛି ଆସିଥିବା ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା ସଂକୀର୍ତ୍ତନ ପରିବେଷଣ। ଆଖପାଖରୁ ବହୁତ ସଂକୀର୍ତ୍ତନ ଶ୍ରଦ୍ଧାଳୁମାନେ ଯୋଗଦାନ କରି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛନ୍ତି।

