• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରୋଡମ୍ୟାପ ଓ ନୂତନ ଗର୍ଭନିରୋଧକ ଶୁଭାରମ୍ଭ

by Voice of Victims
December 6, 2023
in ମୁଖ୍ୟ ଖବର, ରାଜ୍ୟ
ରୋଡମ୍ୟାପ ଓ ନୂତନ ଗର୍ଭନିରୋଧକ ଶୁଭାରମ୍ଭ

ଭୁବନେଶ୍ୱର: ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶା ଓ ୟୁଏନ୍‌ଏଫ୍‌ପିଏର ମିଳିତ ସହଭାଗିତାରେ ଓଡ଼ିଶାରେ ପରିବାର ନିୟୋଜନ ୨୦୩୦ ରୋଡ୍‌ମ୍ୟାପ୍ ପ୍ରସ୍ତୁତି ଏବଂ ରାଜ୍ୟସ୍ତରୀୟ ନୂତନ ଗର୍ଭନିରୋଧକର ଶୁଭାରମ୍ଭ କରାଯାଇଛ । ଏଥିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା ଡି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡଃ ବିଜୟ କୁମାର ପାଣିଗ୍ରାହୀ, ଭାରତ ଓ ଭୂଟାନରେ ୟୁଏନ୍‌ଏଫ୍‌ପିଏ ର ପ୍ରତିନିଧି ଆଣ୍ଡ୍ରିଆ ଏମ୍‌. ୱଜନର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଆଲୋଚନାଚକ୍ରରେ ୩୦ ଟି ଜିଲାର ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲା ନୋଡାଲ ଅଧିକାରୀବୃନ୍ଦ ଉପସ୍ଥିତ ରହି ଏହି ଯୋଜନାର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପରିବାର ନିୟୋଜନ ୨୦୩୦ ମିଶନକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବାସ୍କେଟ ଅଫ୍ ଚଏସେସ୍‌ରେ ୨ଟି ନୂତନ ଗର୍ଭନିରୋଧକ ଆରମ୍ଭ କରାଯାଇଛି । ଗୋଟିଏ ହେଲା ‘ସବ୍ ଡରମାଲ ଇମ୍‌ପ୍ଲାଣ୍ଟ’ ଏବଂ ଅନ୍ୟଟି ‘ସବ୍‌କ୍ୟୁଟାନିୟମ ଇଞ୍ଜେକ୍ସଟେବୁଲ କଣ୍ଟ୍ରାସେପ୍‌ଟିଭ୍‌ସ ଏମ୍‌ପିଏ (ଅନ୍ତରା)’ । ଗର୍ଭନିରୋଧର ପାରମ୍ପରିକ ପ୍ରଣାଳୀ ପ୍ରତିବଦଳରେ ଏହି ନୂତନ ପ୍ରଣାଳୀ ମହିଳାମାନଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି ଅତିଥିମାନେ ମତ ଦେଇଥିଲେ । ‘ସବ୍ ଡରମାଲ ଇମ୍‌ପ୍ଲାଣ୍ଟ’ ଗଞ୍ଜାମ ଏବଂ କଟକ ଜିଲାରେ ଆରମ୍ଭ କରାଯିବାର ଯୋଜନା ରଖାଯାଇଥିବା ବେଳେ ‘ସବ୍‌କ୍ୟୁଟାନିୟମ ଇଞ୍ଜେକ୍ସଟେବୁଲ କଣ୍ଟ୍ରାସେପ୍‌ଟିଭ୍‌ସ ଏମ୍‌ପିଏ (ଅନ୍ତରା)’ ବାଲେଶ୍ୱର ଏବଂ ଗଜପତିରେ ଆରମ୍ଭ କରାଯିବ । ଆଣ୍ଡ୍ରିଆ ଏମ୍‌. ୱଜନର ଗୁରୁତ୍ୱାରୋପ କରି କହିଛନ୍ତି ଯେ, ପରିବାର ନିୟୋଜନ୨୦୩୦ର ରୋଡମ୍ୟାପ ଏବଂ ନୂତନ ଗର୍ଭନିରୋଧକ ଗୁଡ଼ିକର ଶୁଭାରମ୍ଭ ମହିଳାମାନଙ୍କ ପ୍ରଜନନ ସ୍ୱାସ୍ଥ୍ୟରେ ସେମାନଙ୍କ ଅଧିକାରକୁ ଅଧିକ ସଶକ୍ତ କରିବ । ମିଶନ ନିର୍ଦ୍ଦେଶିକା ଡଃ ବୃନ୍ଦା କହିଥିଲେ ଯେ, ପରିବାର ନିୟୋଜନ ୨୦୩୦ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ, ସମସ୍ତ ମହିଳା ଏବଂ କିଶୋରୀ ସୁସ୍ଥ ଜୀବନଯାପନ କରିପାରିବେ ଏବଂ ଗର୍ଭନିରୋଧ ବିଷୟରେ ତଥ୍ୟଭିତ୍ତିକ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ । ଡଃ ବିଜୟ ପାଣିଗ୍ରାହୀ କହିଥିଲେ ଯେ, ଏହି ନୂତନ ଗର୍ଭନିରୋଧକ ମହିଳାଙ୍କ ପାଇଁ ଉପଲବ୍ଧ ଥିବା ପସନ୍ଦକୁ ଅଧିକ ବିସ୍ତାର କରିବା ସହ ନିଷ୍ପତ୍ତି ନେବା ହାରକୁ ବୃଦ୍ଧି କରିବ । ଓଡ଼ିଶାର ପରିବାର ନିୟୋଜନ ୨୦୩୦ ରୋଡ୍‌ମ୍ୟାପର ସଫଳ ରୂପାୟନ ପାଇଁ ଜିଲ୍ଲାମାନଙ୍କୁ ମାର୍ଗଦର୍ଶିକା ଦିଆଯାଇଥିଲା ।

Post Views: 248
Share199Tweet125Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In