• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଶୁଭାରମ୍ଭ, ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ସ୍ୱାସ୍ଥ୍ୟମନ୍ତ୍ରୀ

by Voice of Victims
December 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସ୍ୱାସ୍ଥ୍ୟ
୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଶୁଭାରମ୍ଭ, ସମ୍ପୂର୍ଣ୍ଣ ନିରାକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୦୨୫ ସୁଦ୍ଧା ଦେଶ ତଥା ରାଜ୍ୟରେ ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପରିସରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ‘୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ’ ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୧୯ଟି ଯକ୍ଷ୍ମାପ୍ରବଣ ଜିଲ୍ଲାରେ ଯକ୍ଷ୍ମା ରୋଗକୁ ମୂଳପୋଛ କରିବା ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି। ଯକ୍ଷ୍ମା ଭଳି ମାରାତ୍ମକ ରୋଗର ନିରାକରଣ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ୨୦୨୫ ଶେଷ ସୁଦ୍ଧା ଦେଶରୁ ଯକ୍ଷ୍ମା ନିରାକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହି ଧାର୍ଯ୍ୟ ଲକ୍ଷ୍ୟଗୁଡ଼ିକ ହେଲା ୨୦୧୫ ବେସ୍‌ଲାଇନ୍ ତୁଳନାରେ ଯକ୍ଷ୍ମା ରୋଗକୁ ୮୦ ପ୍ରତିଶତ ହ୍ରାସ କରିବା ଏବଂ ଯକ୍ଷ୍ମା ମୃତ୍ୟୁହାରକୁ ୯୦ ପ୍ରତିଶତ ହ୍ରାସ କରିବା ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଏହି ଅବସରରେ ଅନ୍ୟ ଅତିଥିମାନେ ସୂଚନା, ଶିକ୍ଷା ଏବଂ ଯୋଗାଯୋଗ (ଆଇଇସି) ସମ୍ପର୍କିତ ବିଭିନ୍ନ ପ୍ରଚାର ପତ୍ରିକା ଉନ୍ମୋଚନ କରିବା ସହ ‘ଯକ୍ଷ୍ମା ମୁକ୍ତ ଓଡ଼ିଶା ଏବଂ ଯକ୍ଷ୍ମାମୁକ୍ତ ଭାରତ’ ଗଢ଼ିବା ପାଇଁ ଜନସାଧାରଣ ଓ ଦାତବ୍ୟ ଅନୁଷ୍ଠାନମାନଙ୍କ ଅକୁଣ୍ଠ ସହଯୋଗ କାମନା କରିଥିଲେ। ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ନି-କ୍ଷୟ ମିତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ଯକ୍ଷ୍ମାରୋଗୀ ଏବଂ ସେମାନଙ୍କର ପରିବାରବର୍ଗଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯିବ। ଏହି ୧୦୦ ଦିନିଆ ଆକଫିଭ୍ କେସ୍ ଫାଇଣ୍ଡିଂ ଅଭିଯାନ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରିବା, ତୁରନ୍ତ ସେମାନଙ୍କର ଡାଇଗ୍ନୋଷ୍ଟିକ୍ କରାଇବା ଓ ଚିକିତ୍ସା ଫଳାଫଳକୁ ଉନ୍ନତ କରିବା ଉପରେ କେନ୍ଦ୍ରୀଭୂତ। ଏହି ଅଭିଯାନ ରାଜ୍ୟର ବଲାଙ୍ଗୀର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ରାୟଗଡ଼ା, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ କରାଯାଇଛି। ଯକ୍ଷ୍ମା ନିରାକରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଟିବି ଚାମ୍ପିଅନ୍ ଅର୍ଜୁନ ଚରଣ ନାଥ ଏବଂ ସସ୍ମିତା ପାତ୍ରଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡ. ବିଜୟ କୁମାର ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌ର ମିଶନ୍ ନିର୍ଦ୍ଦେଶିକା ଡ. ବୃନ୍ଦା ଡି. ରାଜ୍ୟର ଯକ୍ଷ୍ମାରୋଗର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରିଥିଲେ। ଶେଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନୀଳକଣ୍ଠ ମିଶ୍ର ଧନ୍ୟବାଦ୍ ଦେଇଥିଲେ।

Post Views: 49
Tags: 100-Day TB Eradication Campaign Launched
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In