• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଆରମ୍ଭ କରିବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ

by Voice of Victims
December 7, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ସ୍ୱାସ୍ଥ୍ୟ
୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଆରମ୍ଭ କରିବ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ

Ministry of Health and Family welfare

ନୂଆଦିଲ୍ଲୀ: ଭାରତରୁ ଯକ୍ଷ୍ମାକୁ ମୂଳପୋଛ କରିବାକୁ ଏକ ନିର୍ଣ୍ଣାୟକ ପଦକ୍ଷେପ ସ୍ୱରୂପ ପ୍ରମୁଖ ଅଂଶୀଦାରଙ୍କ ସହିତ ମିଶି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ୭ ଡିସେମ୍ୱର ୨୦୨୪ ହରିୟାଣାର ପଞ୍ଚକୁଲାରେ ହରିୟାଣାର ମୁଖ୍ୟମନ୍ତ୍ରୀ ଶ୍ରୀ ନାଏବ ସିଂହ ସୈନି ଓ ହରିୟାଣାର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀମତୀ ଆରତୀ ସିଂହଙ୍କ ଉପସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ଅଭିଯାନର ଶୁଭାରମ୍ଭ କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ (ଏନଟିଇପି) ଜରିଆରେ ନୂଆ ଯକ୍ଷ୍ମା ରୋଗୀ ଚିହ୍ନଟ ଓ ମୃତ୍ୟୁ ପରି ଚ୍ୟାଲେଞ୍ଜର ମୁକାବିଲା କରି ଯକ୍ଷ୍ମାକୁ ସଂପୂର୍ଣ୍ଣ ଭାବେ ଦୂର କରିବାର ଲକ୍ଷ୍ୟ ନେଇ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ଏହି ଅଭିଯାନ ତାକୁ ପ୍ରଦର୍ଶିତ କରୁଛି। ଏହି କାର୍ଯ୍ୟକ୍ରମରେ ଅନ୍ୟ ସରକାରୀ ଅଧିକାରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ, ହରିୟାଣା ସରକାରଙ୍କ ଅଧିକାରୀ ଓ ନାଗରିକ ମଞ୍ଚର ପ୍ରତିନିଧିମାନେ ମଧ୍ୟ ଯୋଗ ଦେବେ। ୩୩ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩୪୭ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅଭିଯାନ ଯକ୍ଷ୍ମା ଅଧିକ ହେବାର ଆଶଙ୍କା ଥିବା ବର୍ଗଙ୍କ ମଧ୍ୟରେ ତୁରନ୍ତ ରୋଗୀଙ୍କୁ ଚିହ୍ନଟ କରିବାକୁ, ନିଦାନରେ ହେଉଥିବା ବିଳମ୍ୱକୁ ହ୍ରାସ କରିବାକୁ ଓ ଚିକିତ୍ସାରେ ଉନ୍ନତି ଆଣିବାକୁ ଏହି ଅଭିଯାନ ଡିଜାଇନ କରାଯାଇଛି। ଯକ୍ଷ୍ମାକୁ ସଂପୂର୍ଣ୍ଣ ଭାବେ ଦୂର କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଓ ଏହି ରୋଗର ମୁକାବିଲା କରିବାରେ ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରେ ପ୍ରଭେଦକୁ ହ୍ରାସ କରିବା ପାଇଁ ଦେଶ ପକ୍ଷରୁ କରାଯାଇଥିବା ଉଲ୍ଲେଖନୀୟ ରଣନୀତିକୁ ଏହି ଅଭିଯାନ ପ୍ରଦର୍ଶିତ କରୁଛି। ଯକ୍ଷ୍ମାମୁକ୍ତ ଭାରତ ନେଇ ୨୦୧୮ରେ ଦିଲ୍ଲୀ ଯକ୍ଷ୍ମା ଦୂରୀକରଣ ସମ୍ମିଳନୀରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଯେଉଁ ଲକ୍ଷ୍ୟ ପ୍ରସ୍ତୁତ କରାଯାଇଥିଲା, ସେହି ଆଧାରରେ ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି । ସେହି ଦିନଠାରୁ ଯକ୍ଷ୍ମାର ନିରାକରଣ, ନିଦାନ ଓ ଚିକିତ୍ସା ସେବା ପାଇଁ ସାରା ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରାଯାଇଛି। ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା, ନିଦାନ, ମୃତ୍ୟୁହାର ପରି କାର୍ଯ୍ୟକ୍ରମର ପ୍ରମୁଖ ସୂଚକର ପ୍ରଦର୍ଶନରେ ଉନ୍ନତି ଆଣିବା ହେଉଛି ଏହି ୧୦୦ ଦିନିଆ ଅଭିଯାନ ଉଦ୍ଦେଶ୍ୟ। ଏଇ ନିକଟରେ ପ୍ରସ୍ତୁତ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉତ୍ତମ ନୀତି ଯେମିତିକି ନିଶ୍ଚୟ ପୋଷକ ଯୋଜନା ଜରିଆରେ ଯକ୍ଷ୍ମା ରୋଗୀଙ୍କ ପାଇଁ ଅଧିକ ଆର୍ଥିକ ସହାୟତା ପ୍ରଦାନ ଏବଂ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ପରି ସାମାଜିକ ସହାୟତା ଅଭିଯାନ ଜରିଆରେ ଜରିଆରେ ପ୍ରତ୍ୟେକ ପରିବାରକୁ ଯୋଡ଼ିବା ମଧ୍ୟ ଏହି ଅଭିଯାନର ଅଂଶବିଶେଷ ଅଟେ। ଏହି ଅଭିଯାନର କେତେକ ପ୍ରମୁଖ ଫୋକସ୍ ବିଷୟ ହେଉଛି ଆଧୁନିକ ନିଦାନ, ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବା ନିର୍ଦ୍ଦିଷ୍ଟ ଲୋକଙ୍କ ମଧ୍ୟରେ ପ୍ରାଥମିକ ପରୀକ୍ଷା, ଅଧିକ ପୀଡ଼ିତ ହେବାର ଆଶଙ୍କା ଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ଓ ସୁଷମ ପୁଷ୍ଟିକର ଖାଦ୍ୟ ବଣ୍ଟନ । ସମସ୍ତଙ୍କ ପାଖରେ ଯକ୍ଷ୍ମାର ଚିକିତ୍ସା ସେବାକୁ ପହଞ୍ଚାଉଥିବା ସାରା ଦେଶର ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ବିସ୍ତୃତ ନେଟଓ୍ୱର୍କକୁ ଏହି ଅଭିଯାନରେ ଉପଯୋଗ କରାଯିବ।ଯକ୍ଷ୍ମାର ସଂକ୍ରମଣକୁ ହ୍ରାସ କରିବା ଓ ସାରା ଦେଶର ଜନତାଙ୍କୁ ସୁସ୍ଥ ରଖିବାର ପ୍ରତିବଦ୍ଧତା ସ୍ୱରୂପ ଏହି ଅଭିଯାନ ଆରମ୍ଭ ହେବା ପରେ ଆଗାମୀ ଦିନରେ ଏହାର ବିସ୍ତୃତ ବିବରଣୀ ପ୍ରଦାନ କରାଯିବ।

Post Views: 54
Share198Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In