• About Us
  • Contact Us
Friday, March 20, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୦୯ ପ୍ରଜାତିର ଫସଲ ଉନ୍ମୋଚିତ

by Voice of Victims
August 11, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୦୯ ପ୍ରଜାତିର ଫସଲ ଉନ୍ମୋଚିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ସଂସ୍ଥା ଠାରେ ୧୦୯ଟି ଉଚ୍ଚ ଉତ୍ପାଦନକ୍ଷମ, ଜଳବାୟୁ ସହନଶୀଳ ଓ ଜୈବ ଉର୍ବରୀକରଣ ପ୍ରଜାତିର ଫସଲ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏହି ନୂତନ ଫସଲ ପ୍ରଜାତିର ମହତ୍ତ୍ୱ ଉପରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ମୂଲ୍ୟ ବୃଦ୍ଧିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ନୂତନ କିସମଗୁଡିକ ଅତ୍ୟନ୍ତ ଲାଭଦାୟକ ହେବ। କାରଣ ଏହା ଚାଷୀଙ୍କ ଖର୍ଚ୍ଚ ହ୍ରାସ କରିବାରେ ସହାୟକ ହେବା ସହିତ ପରିବେଶ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ। ପ୍ରଧାନମନ୍ତ୍ରୀ ବାଜରାର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ଏବଂ ଲୋକମାନେ କିପରି ପୁଷ୍ଟିକର ଖାଦ୍ୟ ଆଡକୁ ଅଗ୍ରସର ହେଉଛନ୍ତି ସେ ବିଷୟରେ ଉଲ୍ଲେଖ କରିଥିଲେ। ପ୍ରାକୃତିକ ଚାଷର ଉପକାରିତା ଏବଂ ଜୈବିକ ଚାଷ ପ୍ରତି ସାଧାରଣ ଲୋକଙ୍କ ବୃଦ୍ଧି ପାଉଥିବା ଆସ୍ଥା ବିଷୟରେ ସେ କହିଥିଲେ ଯେ ଲୋକମାନେ ଜୈବିକ ଖାଦ୍ୟ ଖାଇବା ପାଇଁ ଦାବି କରିବା ଆରମ୍ଭ କରିଛନ୍ତି। ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ପ୍ରୟାସକୁ କୃଷକମାନେ ପ୍ରଶଂସା କରିଛନ୍ତି । ସଚେତନତା ସୃଷ୍ଟି କରିବାରେ କୃଷି ବିଜ୍ଞାନ କେନ୍ଦ୍ର (କେଭିକେ)ର ଭୂମିକାକୁ ମଧ୍ୟ କୃଷକମାନେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ ଯେ କେଭିକେଗୁଡିକ ପ୍ରତି ମାସରେ ବିକଶିତ ହେଉଥିବା ନୂତନ ପ୍ରଜାତିର ଲାଭ ବିଷୟରେ ସକ୍ରିୟ ଭାବରେ କୃଷକମାନଙ୍କୁ ଅବଗତ କରାଇବା ଉଚିତ; ଯାହା ଦ୍ୱାରା ଏହାର ଫାଇଦାକୁ ନେଇ ସଚେତନତା ବୃଦ୍ଧି ପାଇବ। ଏହି ନୂତନ ଫସଲ ପ୍ରଜାତିର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଅବ୍ୟବହୃତ ଫସଲକୁ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ପରାମର୍ଶ ଅନୁଯାୟୀ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ବୈଜ୍ଞାନିକମାନେ ସୂଚନା ଦେଇଥିଲେ।ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାରି କରାଯାଇଥିବା ୬୧ ଫସଲର ୧୦୯ ପ୍ରଜାତି ମଧ୍ୟରେ ୩୪ କ୍ଷେତ ଫସଲ ଏବଂ ୨୭ ଉଦ୍ୟାନ କୃଷି ଫସଲ ଅନ୍ତର୍ଭୁକ୍ତ। କ୍ଷେତ ଫସଲ ମଧ୍ୟରେ ବାଜରା, ଚାରାଜାତୀୟ ଫସଲ, ତୈଳବୀଜ, ଡାଲିଜାତୀୟ ଫସଲ, ଆଖୁ, କପା, ତନ୍ତୁଜାତୀୟ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଫସଲ ସମେତ ବିଭିନ୍ନ ଶସ୍ୟର ବିହନ ଜାରି କରାଯାଇଥିଲା । ଉଦ୍ୟାନ କୃଷି ଫସଲ ମଧ୍ୟରେ ବିଭିନ୍ନ ପ୍ରକାରର ଫଳ, ପନିପରିବା, ବାଡିବଗିଚାରେ ଚାଷ ହେଉଥିବା ଫସଲ, କନ୍ଦଜାତୀୟ ଫସଲ, ମସଲା, ଫୁଲ ଓ ଔଷଧୀୟ ଫସଲ ଜାରି କରାଯାଇଥିଲା । ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନଆରଆରଆଇ)ର ତିନିଟି କିସମ ଯଥା ସିଆର ଧାନ-୧୦୮, ସିଆର-ଧାନ ୮୧୦ ଏବଂ ସିଆର ଧାନ -୪୧୬ ସ୍ଥାନ ପାଇଥିଲା। ସିଆର ଧାନ-୧୦୮ ହେଉଛି ଓଡିଶା ଏବଂ ବିହାର ପାଇଁ ମରୁଡ଼ି ସହନଶୀଳ ଧାନ କିସମ। ଏହାର ଉତ୍ପାଦନ ହାରାହାରି ୩୨ କୁଇଣ୍ଟାଲ ପ୍ରତି ହେକ୍ଟର ମିଳିଥାଏ। ଓଡ଼ିଶା ଏବଂ ବିହାରର ଉଚ୍ଚ ଭୂମି ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ହେବ; ଯେଉଁଠାରେ ପ୍ରତି ୨-୩ ବର୍ଷରେ ମରୁଡ଼ି ପରିସ୍ଥିତି ଦେଖାଯାଏ। ଏହା ୧୧୨ ଦିନରେ ପରିପକ୍ୱ ହୁଏ; ଯାହାକି ପୂର୍ବ ଅଞ୍ଚଳର ମରୁଡ଼ି ପ୍ରବଣ ଢିପ ଜମିରେ ଛଟା ବୁଣା ଧାନ ଚାଷ ପରିସ୍ଥିତି ସହିତ ସର୍ବୋତ୍ତ ଭାବେ ଉପଯୁକ୍ତ। ଯେହେତୁ ମଧ୍ୟମ ପତଳା ଶସ୍ୟଗୁଡିକ ବଜାରରେ ପସନ୍ଦ କରାଯାଏ ଏବଂ ଏହା କୃଷକଙ୍କ ଆୟକୁ ବହୁ ପରିମାଣରେ ବଢ଼େଇ ପାରେ। ସେହିଭଳି, ସିଆର ଧାନ-୮୧୦ (ଗାୟତ୍ରୀ ସବ-୧) ହେଉଛି ଏକ ଜଳମଗ୍ନ ସହନଶୀଳ ଧାନ କିସମ, ଓଡ଼ିଶା, ପଶ୍ଚିମ ବଙ୍ଗ ଏବଂ ଆସାମର ବନ୍ୟା ପ୍ରବଣ ନିମ୍ନଭୂମି ଅଞ୍ଚଳ ପାଇଁ ଏହା ଉପଯୁକ୍ତ। ଏହାର ଉତ୍ପାଦନ ହାରାହାରି ୪୨ କୁଇଣ୍ଟାଲ ପ୍ରତି ହେକ୍ଟର ହୋଇଥାଏ। ଏହା ୧୫୦ ଦିନରେ ପରିପକ୍ୱ ହୁଏ, ଯାହାକି ପୂର୍ବ ଅଞ୍ଚଳର ନିମ୍ନଭୂମି ପାଇଁ ସର୍ବୋତ୍ତମ ଅଟେ। ଅନ୍ୟ ଏକ ଧାନ କିସମ ସିଆର ଧାନ -୪୧୬ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ଗୁଜୁରାଟର ଲବଣ ପ୍ରଭାବିତ ମୃତ୍ତିକା ପାଇଁ ଉପଯୁକ୍ତ ଅଟେ। ଯାହାର ହାରାହାରି ଉତ୍ପାଦନ ୪୩ କୁଇଣ୍ଟାଲ ପ୍ରତି ହେକ୍ଟର ମିଳିଥାଏ। ଏହା ପ୍ରାୟ ୧୨୫ ଦିନରେ ପରିପକ୍ୱ ହୁଏ ଯାହାକି ମଧ୍ୟମ ଜମି ସ୍ଥିତିରେ ଚାଷ ପାଇଁ ଉପଯୁକ୍ତ, ଯେଉଁଠାରେ ଲବଣ କାରଣରୁ ଫସଲ ନଷ୍ଟ ହୁଏ। ଚରମ ଜଳବାୟୁ ପରିବର୍ତ୍ତନ ଅବସ୍ଥାରେ ଧାନ ଉତ୍ପାଦନରେ ଏକ ସ୍ଥିରତା ଥିବାରୁ ପ୍ରଧାନମନ୍ତ୍ରୀ ବିଭିନ୍ନ କିସମ ଧାନର ବିକାଶ ପାଇଁ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।

Post Views: 29
Share199Tweet124Send
Voice of Victims

Voice of Victims

Recent Posts

  • ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ
  • ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ, ଆଧ୍ୟାତ୍ମକ ଆଲୋଚନା ସହ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା
  • କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କୁ ହତ୍ୟା ଧମକ, ଅଜଣା ନମ୍ବରରୁ ଆସିଥିଲା କଲ୍
  • ମାର୍ଚ୍ଚ ୨୫ରେ ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି, ଦିନ ୧୨ଟା ୧୨ରୁ ୧ଟା ୪୫ ମଧ୍ୟରେ ହେବ ଗଣତିମଣତି
  • ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ନିୟମିତ ହେଲେ ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଟିଚର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In