• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସହରୀ କ୍ଷେତ୍ରରେ ପୁଞ୍ଜିନିବେଶ ୧୬ ଗୁଣ ବୃଦ୍ଧି: ସ୍ମାର୍ଟସିଟି ଯୋଜନାରେ ୭,୩୫୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ

by Voice of Victims
December 21, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସହରୀ କ୍ଷେତ୍ରରେ ପୁଞ୍ଜିନିବେଶ ୧୬ ଗୁଣ ବୃଦ୍ଧି: ସ୍ମାର୍ଟସିଟି ଯୋଜନାରେ ୭,୩୫୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ବିକଶିତ ଭାରତ ଲକ୍ଷ୍ୟ ହାସଲ ନିମନ୍ତେ ସହରାଞ୍ଚଳ ଭିତ୍ତିଭୂମି ଓ ସେବା କ୍ଷେତ୍ରରେ ପ୍ରୟାସକୁ ତ୍ୱରାନ୍ୱିତ କରିଛି। ବିଶେଷ କରି ସହରୀ ଜୀବନଧାରଣ ମାନରେ ସୁଧାର ଆଣିବା ପାଇଁ ପୁଞ୍ଜି ନିବେଶ ୧୬ ଗୁଣରୁ ଅଧିକ ବୃଦ୍ଧି ପାଇଛି। ସ୍ମାର୍ଟ ସିଟି, ସ୍ୱଚ୍ଛ ଭାରତ ମିଶନ, ଅମୃତ, ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ, ସହରାଞ୍ଚଳ ଜୀବିକା ମିଶନ ଭଳି ଯୋଜନା ଜନସାଧାରଣଙ୍କ ଜୀବନଧାରଣ ମାନରେ ଯଥେଷ୍ଟ ସୁଧାର ଆଣିପାରିଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଧିକ ସହରୀ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ୧୦୦ଟି ସ୍ମାର୍ଟ ସିଟି ମିଶନ (ଏସସିଏମ୍) ଅଧୀନରେ ୧୫.୧୧.୨୦୨୪ ସୁଦ୍ଧା ୧,୬୪,୬୬୯ କୋଟି ଟଙ୍କାର ୮,୦୬୬ଟି ପ୍ରକଳ୍ପରେ କାର୍ଯ୍ୟାଦେଶ ଜାରି କରାଯାଇଛି, ଯେଉଁଥିରୁ ୧,୪୭,୩୬୬ କୋଟି ଟଙ୍କାର ୭,୩୫୨ଟି ପ୍ରକଳ୍ପ (ଅର୍ଥାତ୍ ମୋଟ ପ୍ରକଳ୍ପର ୯୧%) କାମ ସମ୍ପୂର୍ଣ୍ଣ ହୋଇଛି। ସହରାଞ୍ଚଳ ଜୀବନଧାରଣ ମାନ, ନିରାପତ୍ତା ଏବଂ ଜନସେବାରେ ଉନ୍ନତି ଆଣିବାରେ ଏସସିଏମର କେତେକ ପ୍ରମୁଖ ସଫଳତା ମଧ୍ୟରେ ରହିଛି ସମସ୍ତ ୧୦୦ ସ୍ମାର୍ଟ ସିଟିରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ୍ ଆଣ୍ଡ୍ କଣ୍ଟ୍ରୋଲ୍ ସେଣ୍ଟର (ଆଇସିସିସି) ପ୍ରତିଷ୍ଠା, ୮୪,୦୦୦ ସିସିଟିଭି ସର୍ଭିଲାନ୍ସ କ୍ୟାମେରା ସଂଯୋଗ, ୧,୮୮୪ ଜରୁରୀକାଳୀନ କଲ୍ ବକ୍ସ, ୩,୦୦୦ରୁ ଅଧିକ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍, ୧,୭୪୦ କିଲୋମିଟରରୁ ଅଧିକ ସ୍ମାର୍ଟ ରୋଡ୍, ୭୧୩ କିଲୋମିଟର ସାଇକେଲ୍ ଟ୍ରାକ୍ ନିର୍ମାଣ ଆଦି। ସେହିପରି ସୁପରଭାଇଜରୀ କଣ୍ଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ୍ (ସ୍କାଡା) ବ୍ୟବସ୍ଥା ମାଧ୍ୟମରେ ୧୭,୦୨୬ କିଲୋମିଟର ଜଳ ଯୋଗାଣ ବ୍ୟବସ୍ଥା ଉପରେ ନଜର ରଖାଯାଉଛି। ୬୬ରୁ ଅଧିକ ସହର ପ୍ରଯୁକ୍ତିର ବର୍ଦ୍ଧିତ ବ୍ୟବହାର କରି କଠିନ ବର୍ଜ୍ୟବସ୍ତୁ ପରିଚାଳନା କରୁଛନ୍ତି। ପ୍ରାୟ ୯,୧୯୪ ଟି ଯାନ ସ୍ୱୟଂଚାଳିତ ଯାନ ଅବସ୍ଥାନ (ଏଭିଏଲ୍) ପାଇଁ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆର୍ଏଫ୍ଆଇଡି), ୯,୪୩୩ରୁ ଅଧିକ ସ୍ମାର୍ଟ କ୍ଲାସରୁମ୍ ଏବଂ ୪୧ଟି ଡିଜିଟାଲ ଲାଇବ୍ରେରୀ ବିକଶିତ କରାଯାଇଛି। ୧୭୨ଟି ଇ-ସ୍ୱାସ୍ଥ୍ୟ କେନ୍ଦ୍ର ଓ କ୍ଲିନିକ୍ ବିକଶିତ ହୋଇଥିବା ବେଳେ ୧୫୨ଟି ସ୍ୱାସ୍ଥ୍ୟ ଏଟିଏମ୍ ଲଗାଯାଇଛି। ସେହିପରି ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ଅଧୀନରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କଠିନ ବର୍ଜ୍ୟବସ୍ତୁ ଏବଂ ବ୍ୟବହୃତ ଜଳ ପରିଚାଳନା, ଆଇଇସି ଏବଂ ଦକ୍ଷତା ବିକାଶ ପ୍ରକଳ୍ପ ପାଇଁ ସରକାର ୯ଟି ରାଜ୍ୟ ଯଥା ଆସାମ, ବିହାର, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମିଜୋରାମ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ପ୍ରକଳ୍ପ ପାଇଁ ୧,୧୨୩ କୋଟି ରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଗୁଜରାଟର ଅହମ୍ମଦାବାଦସ୍ଥିତ ପିପଲାଜଠାରେ ୩୭୫ କୋଟି ଟଙ୍କା ମୂଲ୍ୟର ୧୫ ମେଗାଓ୍ଵାଟ୍ କ୍ଷମତା ବିଶିଷ୍ଟ ୧୦୦୦ ମେଟ୍ରିକ୍ ଟନର ବର୍ଜ୍ୟବସ୍ତୁରୁ ଶକ୍ତି ପ୍ଲାଣ୍ଟ୍ ର ଶୁଭାରମ୍ଭ କରାଯାଇଛି। ଅହମ୍ମଦାବାଦ ଏବଂ ହାଇଦ୍ରାବାଦର ଦୁଇଟି ପ୍ରମୁଖ ଅଳିଆ ଗଦାକୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରାଯାଇଛି, ଯାହାଦ୍ୱାରା ପ୍ରାୟ ୨.୫ ଲକ୍ଷ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ କରିବାରେ ସଫଳତା ମିଳିଛି। ଏଡିବି ଓ ବିଶ୍ବବ୍ୟାଙ୍କ ସହିତ ମିଶି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବ୍ୟାଙ୍କେବଲ୍ ପ୍ରକଳ୍ପ ପାଇଁ ୧୦୦ଟି ସହର କାର୍ଯ୍ୟକ୍ରମ ଚାଲିଛି। ସ୍ୱାଭିମାନ ସ୍ୱଚ୍ଛତା ସଂସ୍କାର ସ୍ୱଚ୍ଛତା (ଫୋର୍‌-ଏସ) ୨୦୨୪ ଅଭିଯାନ ଅଧୀନରେ  ସ୍ୱଚ୍ଛ ଭାରତ ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ, ସଚେତନତା ଏବଂ ସମର୍ଥନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କଠିନ ବର୍ଜ୍ୟ ଏବଂ ଅପରିଷ୍କାର ସ୍ଥାନ (ସ୍ୱଚ୍ଛତା ଲକ୍ଷ୍ୟ ୟୁନିଟ୍)କୁ ଲକ୍ଷ୍ୟ କରି ମେଗା ସଫେଇ ଅଭିଯାନ ଆୟୋଜନ କରାଯାଇଛି। ସଫେଇ କର୍ମଚାରୀଙ୍କ କଲ୍ୟାଣ ଓ ସ୍ୱାସ୍ଥ୍ୟ ପାଇଁ ସିଙ୍ଗଲ ୱିଣ୍ଡୋ ସେବା, ନିରାପତ୍ତା ଏବଂ ମାନ୍ୟତା ଶିବିର।ସହରାଞ୍ଚଳ ପୁନରୁଦ୍ଧାର ଏବଂ ରୂପାନ୍ତରଣ ପାଇଁ ଅଟଳ ମିଶନ୍‌ ବା ଅମୃତ ଓ ଅମୃତ ୨.୦ ଅଭିଯାନ ଅଧୀନରେ ୪୬୪୯ ଜଳ ପରିଚାଳନା ଏବଂ ୪୪୨୯ଟି ବର୍ଜ୍ୟ ଜଳ ପରିଚାଳନା ପ୍ରକଳ୍ପ ନିର୍ମାଣ କରାଯାଇଛି। ସହରାଞ୍ଚଳ ପରିବହନରେ ସୁଧାର ପାଇଁ କେନ୍ଦ୍ର ସରକାର ଅନେକ  ପଦକ୍ଷେପ ନେଇଛନ୍ତି। ୨୦୧୯ରେ ଦିଲ୍ଲୀ ଓ ମିରଟ ମଧ୍ୟରେ ପ୍ରଥମ ଆଞ୍ଚଳିକ ରାପିଡ୍ ଟ୍ରାନଜିଟ୍ ସିଷ୍ଟମ୍ (ଆରଆରଟିଏସ୍)କୁ ମଞ୍ଜୁରୀ ମିଳିଥିଲା। ଅକ୍ଟୋବର ୨୦୨୩ରୁ ଏହି ରାସ୍ତାର ୪୨ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି। ୨୦୨୫ ଜୁନ୍ ସୁଦ୍ଧା ଅବଶିଷ୍ଟ ଅଂଶ ମଧ୍ୟ କାର୍ଯ୍ୟକ୍ଷମ ହେବ। ପ୍ରଦୂଷଣ ହ୍ରାସ କରିବା ଏବଂ ପରିବେଶ ଜନିତ ସମସ୍ୟାର ସମାଧାନ ପାଇଁ ସହରଗୁଡ଼ିକରେ ଇ-ମୋବିଲିଟି ଏବଂ ଚାଲିବା ଯୋଗ୍ୟ ରାସ୍ତାକୁ ପ୍ରୋତ୍ସାହିତ କରାଯାଇଛି। ୨୦୧୪ ମେ ମାସ ସୁଦ୍ଧା ଦେଶରେ ପ୍ରାୟ ୨୪୮ କିଲୋମିଟର ମେଟ୍ରୋ ରେଳ ଲାଇନ୍ କାର୍ଯ୍ୟକ୍ଷମ ଥିଲା। ବର୍ତ୍ତମାନ ସୁଦ୍ଧା ଏହା ୭୪୫ କିଲୋମିଟର ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ପ୍ରାୟ ୯୯୩ କିଲୋମିଟର ମେଟ୍ରୋ ରେଳ ଲାଇନର କାର୍ଯ୍ୟକ୍ଷମ ରହିଛି । ଏହାବ୍ୟତୀତ ଦେଶର ବିଭିନ୍ନ ସହର ଯଥା ଦିଲ୍ଲୀ, ବେଙ୍ଗାଲୁରୁ, କୋଲକାତା, ଚେନ୍ନାଇ, କୋଚି, ମୁମ୍ବାଇ, ନାଗପୁର, ଅହମ୍ମଦାବାଦ, ଗାନ୍ଧୀନଗର, ପୁଣେ, କାନପୁର, ଆଗ୍ରା, ଭୋପାଳ, ଇନ୍ଦୋର, ପାଟନା, ସୁରଟ ଏବଂ ମିରଟରେ ପ୍ରାୟ ୯୯୮ କିଲୋମିଟର ମେଟ୍ରୋ ରେଳ ପ୍ରକଳ୍ପ (ଦିଲ୍ଲୀ-ମେରଠ ଆରଆରଟିଏସର ଅବଶିଷ୍ଟ ଅଂଶ କୁ ମିଶାଇ) ନିର୍ମାଣାଧୀନ ରହିଛି। ୨୦୧୩-୧୪ରେ ଦୈନିକ ହାରାହାରି ଯାତ୍ରୀ ସଂଖ୍ୟା ପ୍ରାୟ ୨୮ ଲକ୍ଷ ଥିଲା। ମେଟ୍ରୋ ରେଳ ନେଟୱର୍କର ଦ୍ରୁତ ସଂପ୍ରସାରଣ ସହିତ ହାରାହାରି ଦୈନିକ ଯାତ୍ରୀ ସଂଖ୍ୟା ଏବେ ୧ କୋଟି ଅତିକ୍ରମ କରିଛି। ୧୬ ଅଗଷ୍ଟ ୨୦୨୩ରେ ଆରମ୍ଭ ହୋଇଥିବା ‘‘ପିଏମ-ଇ-ବସ ସେବା’’ର ଲକ୍ଷ୍ୟ ହେଉଛି ଜିସିସି ମଡେଲ ଅଧୀନରେ ୧୦,୦୦୦ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଇଲେକ୍ଟ୍ରିକ୍ ବସ୍ ନିୟୋଜିତ କରିବା ପାଇଁ ୨୦,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା (ସିଏ) ସହ  ସହରାଞ୍ଚଳ ବସ୍ ଚଳାଚଳରେ ଉନ୍ନତି ଆଣିବା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ) ୨.୦ ଅଧୀନରେ ଏକ ନୂତନ ରେଣ୍ଟାଲ ହାଉସିଂ ଭର୍ଟିକାଲ୍ ଆରମ୍ଭ କରାଯାଇଛି, ଯାହା ପ୍ରବାସୀ ଜନସଂଖ୍ୟା/ କର୍ମଜୀବୀ ମହିଳା / ଶିଳ୍ପ ଶ୍ରମିକ / ବାସହୀନ / ଛାତ୍ର ଏବଂ ଅନ୍ୟାନ୍ୟ ହିତାଧିକାରୀମାନଙ୍କୁ ଉପକୃତ କରିବ। ବର୍ତ୍ତମାନର ସରକାରୀ ଅନୁଦାନପ୍ରାପ୍ତ ଖାଲି ଥିବା ଘରଗୁଡ଼ିକୁ ପିପିପି ମୋଡ୍ ମାଧ୍ୟମରେ କିମ୍ବା ସାର୍ବଜନୀନ ଏଜେନ୍ସିଗୁଡିକ ଦ୍ୱାରା ଏଆରଏଚରେ ପରିଣତ କରିବାକୁ ପଦକ୍ଷେପ ନିଆଯାଇଛି। ପିଏମଏୱାଇ-ୟୁ ୨.୦ ଅଧୀନରେ ୬ ଲକ୍ଷରୁ ଅଧିକ ଘର ପାଇଁ ନୀତିଗତ ଅନୁମୋଦନ ଦିଆଯାଇଛି ଯାହା ଏହି ଯୋଜନାର କାର୍ଯ୍ୟକାରିତାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଶିଳ୍ପ କେନ୍ଦ୍ର ଓ ପ୍ରବାସୀ କେନ୍ଦ୍ର ସମେତ ୨୫ଟି ସହରରେ ବର୍ତ୍ତମାନ ଚାଲିଥିବା ଏକ ପାଇଲଟ୍ ପ୍ରକଳ୍ପର ଫଳାଫଳରୁ ମିଳିଥିବା ସୂଚନା ଅନୁଯାୟୀ ଖୁବଶୀଘ୍ର ଏକ ନୂତନ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (ଏନୟୁଏଲଏମ୍) ଆରମ୍ଭ କରାଯିବ। ଏହି ମିଶନରେ ପ୍ରାୟ ୨.୫ କୋଟି ସହରାଞ୍ଚଳ ଗରିବ ପରିବାରକୁ ସାମାଜିକ-ଆର୍ଥିକ ଉନ୍ନତି ପାଇଁ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଅଧୀନରେ ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ହୋଇଥିବା ଅଗ୍ରଗତି ଅନୁଯାୟୀ, ୧ କୋଟିରୁ ଅଧିକ ସହରାଞ୍ଚଳ ଗରିବ ମହିଳାଙ୍କୁ ୯.୯୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଏବଂ ସେମାନଙ୍କ ସଂଘ ଯଥା ଏରିଆ ଲେଭେଲ ଫେଡେରେସନ୍ (ଏଏଲ୍ଏଫ୍) ଏବଂ ସିଟି ଲେଭେଲ ଫେଡେରେସନ୍ (ସିଏଲ୍ଏଫ୍)ରେ ସାମିଲ କରାଯାଇଛି। ଦକ୍ଷତା ପ୍ରଶିକ୍ଷଣ ଓ ନିଯୁକ୍ତି, ବ୍ୟକ୍ତିଗତ ଏବଂ ଗୋଷ୍ଠୀକୁ ସବସିଡି ଋଣ ପ୍ରଦାନ, କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସହିତ କର୍ପସ ଭିତ୍ତିକ ବ୍ୟାଙ୍କ ସଂଯୋଗ ସଞ୍ଚୟ ମାଧ୍ୟମରେ ୩୯.୩୯ ଲକ୍ଷରୁ ଅଧିକ ଜୀବିକା ସୁଯୋଗ ସୃଷ୍ଟି ହୋଇଛି। ୧.୪୧ ଲକ୍ଷ ସହରାଞ୍ଚଳ ବାସହୀନଙ୍କ ପାଇଁ ୧୯୯୪ଟି ସ୍ଥାୟୀ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ୩୪୭୧ଟି ସହରରେ ସର୍ଭେ ମାଧ୍ୟମରେ ପ୍ରାୟ ୭୧.୬୫ ଲକ୍ଷ ଉଠାଦୋକାନୀଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରୁ ୩୮.୮୭ ଲକ୍ଷରୁ ଅଧିକଙ୍କୁ ଷ୍ଟ୍ରିଟ୍ ଭେଣ୍ଡର ସାର୍ଟିଫିକେଟ୍ ଅଫ୍ ଭେଣ୍ଡିଂ (ସିଓଭି) ଏବଂ ୩୨.୫୯ ଲକ୍ଷରୁ ଅଧିକ ପରିଚୟପତ୍ର ପ୍ରଦାନ କରାଯାଇଛି । ଡିଏୱାଇ-ଏନୟୁଏଲଏମ୍ ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା ବାବଦରେ ୫,୭୩୩.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

Post Views: 34
Tags: 16-fold increase in investment in urban areas: 7
Share197Tweet123Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In