• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ୧୬ ଜଣଙ୍କୁ ୪ ପର୍ଯ୍ୟାୟରେ ଗିରଫ

by Voice of Victims
November 12, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ରାଜ୍ୟ ବାହାରେ ପୋଲିସର ତନାଘନା ତଦନ୍ତ

ବ୍ରହ୍ମପୁର : ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ମୋଟ ୧୬ ଜଣଙ୍କୁ ୪ ପର୍ଯ୍ୟାୟରେ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ଦୁଇଟି ବନ୍ଧୁକ ମଧ୍ୟ ଜବତ କରିଥିଲା । ମଙ୍ଗଳବାର ଜବତ ବନ୍ଧୁକର ତଥ୍ୟକୁ ପୋଲିସ ଏସଡ଼ିଜେଏମ କୋର୍ଟରେ ଦାଖଲ କରିଛି । ଏହାସହ ଏହାର ବାଲିଷ୍ଟିକ ଟେଷ୍ଟ ପାଇଁ ଜବତ ଦୁଇ ବନ୍ଧୁକକୁ ଭୁବନେଶ୍ୱରରେ ଥିବା ଷ୍ଟେଟ ଫରେନସିକ ଲାବକୁ ପଠାଇଥିବା ଜଣାପଡିଛି । ଜବତ ବନ୍ଧୁକ ଓ ଗୁଳିକୁ ପୋଷ୍ଟମୋର୍ଟମ ପରେ ବାଲେଷ୍ଟିକ ଏକ୍ସପର୍ଟ ପାଖକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ଗୁଳିର ଗତିକୁ ନେଇ କିଛି ତଥ୍ୟ ମିଳିପାରେ ବୋଲି କୁହାଯାଉଛି ।

ତେବେ ଜବତ ହୋଇଥିବା ଦୁଇ ବନ୍ଧୁକ ୯-ଏମ ଏମ ବୋଲି ଜଣାପଡ଼ିଛି । ପୀତବାସ ହତ୍ୟା ମାମଲାରେ ମୋଟ ୧୬ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,କର୍ପୋରେଟର ମଳୟ ବିଷୋୟୀ, ଆଇନଜୀବୀ ମଦନ ଦଳାଇ ଓ ସୁନିଲ ହୋତାଙ୍କ ପାଇଁ ଆଇନଜୀବୀମାନେ କୋର୍ଟରେ ୱାକାଲତନାମା ଦାଖଲ କରିଛନ୍ତି । ପୀତବାସ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ବିକ୍ରମ କୁମାର ପଣ୍ଡା,ମଳୟ ବିଷୋୟୀ ଘରର ରନ୍ଧା ଖାଦ୍ୟ ପାଇଁ ନିଜ ଓକିଲଙ୍କ ଦ୍ଵାରା କିଛିଦିନ ପୂର୍ବେ ସ୍ଥାନୀୟ ଏସଡ଼ିଜେଏମଙ୍କ ଅଦାଲତରେ ଏକ ପିଟିସନ ଦାଖଲ କରିଥିଲେ । ଏସଡ଼ିଜେଏମ କୁମାର ସ୍ପନ୍ଦନ ପିଟିସନର ଶୁଣାଣି କରି ବିକ୍ରମ ଓ ମଳୟକୁ ଜେଲ ଭିତରେ ଆବଶ୍ୟକ ସ୍ଥଳରେ ଘର ରନ୍ଧା ଖାଦ୍ୟ ଯୋଗାଇଦେବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Post Views: 31
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In