• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଫେବୃଆରୀ ୧୫ରୁ +୨ ପରୀକ୍ଷା

by Voice of Victims
September 9, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଫେବୃଆରୀ ୧୫ରୁ +୨ ପରୀକ୍ଷା

ଭୁବନେଶ୍ୱର : ୨୦୨୫ରେ ଯୁକ୍ତ୨ ବାର୍ଷିକ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ପ୍ରକ୍ରିୟା ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ଫର୍ମପୂରଣ ଶେଷ ହେବା ପରେ ଡିସେମ୍ବର ପ୍ରଥମ ସପ୍ତାହରେ ପରୀକ୍ଷାର୍ଥୀଙ୍କୁ ଆଡମିଟ କାର୍ଡ ପ୍ରଦାନ କରାଯିବ। ସେହିପରି ଡିସେମ୍ବର ୧୫ରୁ ଜାନୁଆରୀ ୧୨ ତାରିଖ ମଧ୍ୟରେ ପରୀକ୍ଷାର୍ôଥଙ୍କ ଇଣ୍ଟରନାଲ ପରୀକ୍ଷା ଏବଂ ପ୍ରାକ୍ଟିକାଲ ଶେଷ ହେବ। ଫେବୃଆରୀ ୧୫ରୁ ଯୁକ୍ତଦୁଇ ଥିଓରୀ ପରୀକ୍ଷା ଆରମ୍ଭ ହେବ ବୋଲି +୨ ପରିଷଦ ପକ୍ଷରୁ ଜଣାପଡିଛି। ସେହିପରି ୨୦୨୫ରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଇବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ନଭେମ୍ବର ୧୫ ସୁଦ୍ଧା ସବୁ ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା ରିପୋର୍ଟ ବି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପରୀକ୍ଷା ସ୍ୱଚ୍ଛ ଓ ସହଜ କରିବାକୁ ପରିଚାଳନା ହବ୍‌, ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଫିସ୍‌, ଏକଜାମ୍ ହଲ୍ ସହ ସେଲ୍ଫ ଫାଇନାଲିଂ କଲେଜର ସମସ୍ତ ଲାବରେଟୋରିରେ ବି ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି ଧାର୍ଯ୍ୟ ଭିତ୍ତିଭୂମି ସହ ସିସିଟିଭି ଲାଗିନଥିବ ତେବେ ପରୀକ୍ଷା କେନ୍ଦ୍ର ମାନ୍ୟତା ବାତିଲ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ତେବେ ପୂର୍ବରୁ ୧୧୬୦ଟି ସରକାରୀ ଜୁନିୟର କଲେଜରେ ପରୀକ୍ଷା ହେଉଥିବା ବେଳେ ଚଳିତବର୍ଷ ୧୨୦ଟି ସ୍କୁଲକୁ ଜୁନିୟର କଲେଜକୁ ଉନ୍ନିତ କରାଯାଇଛି। ସମ୍ପୃକ୍ତ ୧୨୦ଟି ସରକାରୀ ସ୍କୁଲରେ ସିସି ଟିଭି ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସିଏଚ୍‌ଏସ୍‌ଇ ପକ୍ଷରୁ ଜଣାପଡିଛି। ଅପରପକ୍ଷରେ ୨୦୨୫ରେ ହେବାକୁ ଥିବା କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପ୍ରଶ୍ନପତ୍ର ଢାଞ୍ଚା ବଦଳିବ। ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିରେ ଛାତ୍ରଛାତ୍ରୀଙ୍କୁ ୭୦ମାର୍କର ଥିଓରୀ ଏବଂ ୩୦ ମାର୍କର ପ୍ରାକ୍ଟିକାଲ ଦେବାକୁ ପଡ଼ିବ। ପ୍ରୋଜେକ୍ଟ କମ୍ପୋନେଟ୍ ଥିବା ବିଷୟରେ ୮୦ ମାର୍କ ଥିଓରୀ ଏବଂ ୨୦ ମାର୍କର ପ୍ରୋଜେକ୍ଟ ଦେବାକୁ ହେବ। ତେବେ ଇଣ୍ଟିଗ୍ରେଟେଡ ଧନ୍ଦାମୂଳକ ବିଷୟରେ ୫୦ମାର୍କର ଥିଓରୀ ଓ ୫୦ମାର୍କର ପ୍ରାକ୍ଟିକାଲ ଏବଂ ଭୋକେସନାଲ ଟ୍ରେଡ୍ ବିଷୟରେ ୪୦ ମାର୍କର ଥିଓରୀ ଓ ୬୦ମାର୍କର ପ୍ରକ୍ଟିକାଲ ଦେବାକୁ ପଡ଼ିବ। ତେବେ ନନ୍‌ପ୍ରାକ୍ଟିକାଲ ବିଷୟଗୁଡ଼ିକରେ ୮୦ମାର୍କର ଥିଓରୀ ଏବଂ ୨୦ମାର୍କର ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ୪୦ମାର୍କର ଥିଓରୀ ଏବଂ ୧୦ମାର୍କ ଇଣ୍ଟରନାଲ ପରୀକ୍ଷାରୁ ଦିଆଯିବ। ପ୍ରାକ୍ଟିକାଲ/ପ୍ରୋଜେକ୍ଟ ନ ଥିବା ବିଷୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ପାସ୍ ହେବା ପାଇଁ ମୋଟ ୮୦ମାର୍କରୁ ୨୪ ମାର୍କ ଅର୍ଥାତ୍ ୩୦% ରଖିବାକୁ ପଡ଼ିବ।

Post Views: 30
Share202Tweet126Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In