• About Us
  • Contact Us
Saturday, March 21, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶା କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀ; କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

by Voice of Victims
October 29, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶା କୃଷକ ସଭାର ୨୫ ତମ ରାଜ୍ୟ ସମ୍ମିଳନୀ; କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ସହ କୃଷିର ଘରୋଇ କରଣ ବନ୍ଦ ପାଇଁ ଆହ୍ବାନ

ରଣପୁର 28/10 : ଶହୀଦ୍ ରଘୁ ଦିବାକର ଙ୍କ ଜନ୍ମ ସ୍ଥାନ ଐତିହାସିକ ରଣପୁର ମାଟିର ମଣିନାଗ ପୀଠରେ ଗତ ଅକ୍ଟୋବର ୨୬ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିବା କୃଷକ ସଭା ର ୨୫ ତମ ରାଜ୍ୟ ସମ୍ମିଳନୀ ର ପ୍ରତିନିଧି ଅଧିବେଶନ ଆଜି ଶେଷ ହୋଇଛି। ସଙ୍ଗଠନ ର ଲାଲ ଝଣ୍ଡା କୁ ରାଜ୍ୟ ସଭାପତି ଜମ୍ବେଶ୍ଵର ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ଥିଲା ବେଳେ ସଙ୍ଗଠନ ର ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ ଙ୍କ ସମେତ ପ୍ରତିନିଧି ମାନେ ଶହୀଦ୍ ବେଦିରେ ମାଲ୍ୟାର୍ପଣ କରିଥିଲେ।ଗତ ତିନି ବର୍ଷ ମଧ୍ୟରେ ଗଣତାନ୍ତ୍ରିକ ଆନ୍ଦୋଳନ ରେ ଶହୀଦ୍ ହୋଇ ଥିବା ସାଥୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କ ଉଦ୍ଦେଶ୍ୟରେ ସମ୍ମିଳନୀ ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକ ମିନିଟ୍ ଦଣ୍ଡାୟମାନ ପୂର୍ବକ ନୀରବତା ଅବଲମ୍ବନ କରାଯାଇଥିଲା।ଏହି ସମ୍ମିଳନୀ ଜମ୍ବେଶ୍ଵର ସାମନ୍ତରାୟ, ହରେକୃଷ୍ଣ ରେଡ଼ି, ଚନ୍ଦ୍ରଶେଖର ନାୟକ, ମୀନା ରାଣୀ ପ୍ରଧାନ,ସାଲ ମାରାଣ୍ଡି,ବୁଧନୀ ମୁଣ୍ଡାରୀ ଓ ଗଣେଶ୍ୱର ନାୟକ ଙ୍କ ସଭାପତି ମଣ୍ଡଳୀର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ସଞ୍ଜୁକ୍ତ କିଷାନ ସଭାର ସର୍ବ ଭାରତୀୟ ନେତା ତଥା ପୂର୍ବତନ ସାଂସଦ କମ୍ରେଡ ହାନନ୍ ମୋଲ୍ଲା ସମ୍ମିଳନୀ କୁ ଆନୁଷ୍ଠାନିକ ଭାବେ ଉତ୍ତୋଳନ କରି ସଙ୍କଟ ଜର୍ଜରିତ କୃଷି ବ୍ୟବସ୍ଥା ପ୍ରତି ଉଦବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ମାରଣା ନୀତି ହିଁ ଏଥିପାଇଁ ଦାୟୀ ବୋଲି ମତବ୍ୟକ୍ତ କରିଥିଲେ।ଏହି ପରିସ୍ଥିତି ରେ କେନ୍ଦ୍ର ମୋଦୀ ସରକାରଙ୍କ ଆମେରିକା ଓ ଲଣ୍ଡନ ସହ କୃଷି ଜାତୀୟ ଦ୍ରବ୍ୟର ଆମଦାନୀ ପାଇଁ କରିଥିବା ଚୁକ୍ତି ଚାଷୀ ସଙ୍କଟ କୁ ଅଧିକ ରୁ ଅଧିକ ବୃଦ୍ଧି କରିବ ବୋଲି ଅଭିଯୋଗ କରିଥିଲେ।ଏହା ବିରୁଦ୍ଧରେ ଦ୍ବିତୀୟ ଐତିହାସିକ ଚାଷି ଆନ୍ଦୋଳନ କରିବା ପାଇଁ ଆହ୍ବାନ ଦେଇଥିଲେ। ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ସମ୍ମିଳନୀ ରେ ଆଗତ କରିଥିବା ସାଙ୍ଗଠନିକ ଓ ରାଜନୈତିକ ରିପୋର୍ଟ ଉପରେ ପ୍ରତିନିଧି ମାନେ ଆଲୋଚନା କରି ରିପୋର୍ଟ କୁ ସମୃଦ୍ଧ କରିଥିଲେ। ସମ୍ମିଳନୀ ରେ ଏକ ୫୧ ଜଣିଆ ରାଜ୍ୟ କମିଟି ଓ ୧୭ ଜଣିଆ କର୍ମ କର୍ତ୍ତା କମିଟି ନିର୍ବାଚିତ ହୋଇଥିଲା ବେଳେ ରାଜ୍ୟ ସଭାପତି ଭାବେ ସିତାଂସୁ ସେନାପତି, ସାଧାରଣ ସଂପାଦକ ଭାବେ ଜମ୍ବେଶ୍ଵର ସାମନ୍ତରାୟ ଓ କୋଷାଧ୍ୟକ୍ଷ ଭାବେ ସାଥୀ ଅଭିରାମ ବେହେରା ନିର୍ବାଚିତ ହୋଇଛନ୍ତି। ଭବିଷ୍ୟତ ରେ ସଂଗଠନ ପକ୍ଷରୁ ସ୍ଵାମୀ ନାଥନ ଙ୍କ ପ୍ରସ୍ତାବିତ ଫସଲ ର ଲାଭଜନକ ଦର ପାଇଁ, ଭୂମି ହିନକୁ ଏକ ଏକର ଚାଷ ଜମି ଓ ୧୦ ଡେସିମିଲି ଘର ଡିହ, ଭାଗଚାଷୀ ଆଇନ ଲାଗୁ,ଆଦିବାସୀ ଙ୍କୁ ଜଙ୍ଗଲ ଜମିର ଅଧିକାର,ଚାଷି ରୁଣ ଛାଡ଼, ବ୍ଳକ ସ୍ତରରେ ସମବାୟ ଭିତ୍ତିକ ଶୀତଳ ଭଣ୍ଡାର ନିର୍ମାଣ,ଜନ ବିରୋଧି ବିଦ୍ୟୁତ ବିଲି ୨୦୨୨ ର ପ୍ରତ୍ୟାହାର, ବେକାରୀ ଙ୍କ ବ୍ୟାପକ ନିଯୁକ୍ତି,୪ ଟି ଶ୍ରମ କୋଡ଼ ବାତିଲ ସହ ମୂଲିଆ ମାନଙ୍କୁ ଦୈନିକ ୬୦୦ ଟଙ୍କା ମଜୁରୀ ଓ ବର୍ଷ କୁ ୨୦୦ ଦିନ କାର୍ଯ୍ୟ ପାଇଁ ଦୁର୍ବାର ଆନ୍ଦୋଳନ କରାଯିବ ପାଇଁ ପ୍ରସ୍ତାବ ମାନ ଗ୍ରହଣ କରାଯାଇଛି। ପରିଶେଷରେ ଅଖିଳ ଭାରତ କିଷାନ ସଂଘ ର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ବିଜୁ କ୍ରୀଷ୍ଣନ ସମ୍ମିଳନୀ ରେ ଉଜାପନୀ ବକ୍ତବ୍ୟ ପ୍ରଦାନ କରି ମୋଦୀ ସରକାର ଙ୍କ ସାମ୍ପ୍ରଦାୟିକ ରାଜନୀତିକୁ ନିନ୍ଦା କରି ସଙ୍ଗଠନ କୁ ଗାଁଏ ଗାଁଏ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ। ସମ୍ମିଳନୀ କୁ ସଫଳ କରିବା ରେ ରଣପୁର ବାସୀଙ୍କ ଅକୁଣ୍ଠ ଚିତ ସାହାଯ୍ୟ ସହଯୋଗ ପାଇଁ ସମ୍ମିଳନୀ ତରଫରୁ ଧନ୍ୟବାଦ ଦିଆଯାଇଥିଲା।


ଅଭ୍ୟର୍ଥନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମିଶ୍ର କେନ୍ଦ୍ରୀୟ ନେତୃତ୍ବ, ରାଜ୍ୟ ନେତୃତ୍ୱ ଓ ସମସ୍ତ ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଦେବା ସହ ସମ୍ମିଳନୀ ର ସଫଳତା କାମନା କରିଥିଲେ।ଭାତୃ ପ୍ରତିମ ସଙ୍ଗଠନ ସିଆଇଟିୟୁ ର ରାଜ୍ୟ ନେତ୍ରୀ ପୁଷ୍ପା ଦାସ,ଯୁବ ନେତା ସରୋଜ ନାୟକ,ମହିଳା ନେତ୍ରୀ ଜ୍ୟୋତି ପ୍ରଭା ଜେନା ଓ କ୍ଷେତ ମଜଦୂର ୟୁନିୟନ ରାଜ୍ୟ ନେତା ନିତ୍ୟାନନ୍ଦ ପରିଡ଼ା ସମ୍ମିଳନୀ ର ସଫଳତା କାମନା କରିଥିଲେ। ରାଜ୍ୟ ସମ୍ମିଳନୀ କୁ ସଫଳ କରିବା ରେ ନୟାଗଡ଼ ଜିଲ୍ଲା ର ସାଥୀ ବିଶ୍ବନାଥ ମହାପାତ୍ର,ଗୋଲକ ମୁଦୁଲି, ବୈକୁଣ୍ଠ ଖୁଣ୍ଟିଆ, ଶରତ ବେହେରା, ନିତ୍ୟାନନ୍ଦ ପରିଡ଼ା,ସୁରେଶ ସ୍ବାଇଁ, ଗଦାଧର ପ୍ରଧାନ, ଦୁଃଶାସନ ଜେନା,ରଜତ ଜେନା, ସୁଶୀଲ ମହାନ୍ତି ଓ ସବ୍ୟସାଚୀ ସେନାପତି ପ୍ରମୁଖ ସର୍ବ ଚେଷ୍ଟା କରିଥିଲେ।

Post Views: 36
Share198Tweet124Send
Voice of Victims

Voice of Victims

Recent Posts

  • କାର୍ ପାର୍ଟସ୍ କାରଖାନାରେ ଭୟଙ୍କର ନିଆଁ, ୧୦ ମୃତ୍ୟୁ, ୫୯ ଆହତ
  • ଇରାନର ନତାଞ୍ଜ ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ, ଆମେରିକା-ଇସ୍ରାଏଲ କଲେ ବୋମାବର୍ଷା
  • ଜୟଦେବ ଜେନାଙ୍କୁ ହତ୍ୟା ଧମକ, ଭୁବନେଶ୍ୱର ଆସିଲେ ଜୀବନରୁ ମାରିଦେବୁ
  • ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
  • ଆସନ୍ତା ୭ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In