• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

୨୬ରୁ ଶୀତକାଳୀନ ଅଧିବେଶନ; ୨୫ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

by Voice of Victims
November 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
୨୬ରୁ ଶୀତକାଳୀନ ଅଧିବେଶନ; ୨୫ରେ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ନଭେମ୍ବର ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ତାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହାରି ମଧ୍ୟରେ ୩୦ଟି କାର୍ଯ୍ୟଦିବସ ରହିବ। ପ୍ରଥମ ଦିିବସରେ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ଏହି ଶୀତ ଅଧିବେଶନକୁ କିଭଳି ସୁରୁଖୁରୁରେ ପରିଚାଳନା କରାଯିବ ସେଥିପାଇଁ ୨୫ରେ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ଶୀତ ଅଧିବେଶନ ବେଶ୍ ଗୁରୁତ୍ୱପୂର୍ଣ୍ଣ। ୩୦ କାର୍ଯ୍ୟକାରୀ ଦିବସ ମଧ୍ୟରୁ ନଭେମ୍ବରରେ ୫ଟି ଓ ଡିସେମ୍ବର ମାସରେ ୨୫ଟି କାର୍ଯ୍ୟ ଦିବସ ରହିବ। ପ୍ରଥମ ଦିବସରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ର ତିନି ମାସ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଏନେଇ ଡିସେମ୍ବର ୫ରେ ବିନିଯୋଗ ବିଲ୍ ଉପସ୍ଥାପନ ହେବ। ବଜେଟ୍ ଉପରେ ଡିସେମ୍ବର ୨, ୩ ଓ ୪ରେ ତିନି ଦିନ ଧରି ଆଲୋଚନା ହେବ। ଏହା ପରେ ଡିସେମ୍ବର ୫ରେ ବିନିଯୋଗ ବିଲ ପାରିତ ହେବ। ଲୋକଙ୍କ ହିତରେ ବିଭିନ୍ନ ବଜେଟ୍ ପାରିତ ହେବ। ତେବେ ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୨୦ ଦିନ ଏବଂ ବିଲ୍ ଓ ସଂକଳ୍ପକୁ ମିଶାଇ ବେସରକାରୀ ସଦସ୍ୟ ବ୍ୟବସାୟ ପାଇଁ ୫ ଦିନ ସମୟ ରହିିଛି। ଗୃହ କିପରୀ ସୁରୁଖୁରୁରେ ଚାଲିବ ସେନେଇ ସବୁ ଦଳର ସହଯୋଗ ରହିବା ଜରୁରୀ। ୨୫ ତାରିଖ ବୈଠକରେ ଏବିଷୟରେ ବିସ୍ତୃତ ଆଲୋଚନା କରାଯିବ ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ସ୍ପଷ୍ଟ କରିଛନ୍ତି।

Post Views: 43
Tags: 26 to Winter Session; On the 25th
Share199Tweet125Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In