• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଇବ ନଦୀରୁ ୩ ମୃତଦେହ ଉଦ୍ଧାର

by Voice of Victims
March 10, 2024
in ମୁଖ୍ୟ ଖବର, ରାଜ୍ୟ
ଇବ ନଦୀରୁ ୩ ମୃତଦେହ ଉଦ୍ଧାର

ଭୁବନେଶ୍ବର  ସୁନ୍ଦରଗଡ଼ ସହର ନିକଟସ୍ଥ ସେମିନାରେ ଇବ୍ ନଦୀରେ ଗତକାଲି ଗୋଟିଏ ପରିବାରର ୩ ଜଣ ସଦସ୍ୟ ବୁଡ଼ି ଯାଇଥିବା ବେଳେ ଆଜି ସମସ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଉଛନ୍ତି ମହମ୍ମଦ ସାଜିଦ (୩୫) ଓ ତାଙ୍କର ଦୁଇ ପୁତୁରା ମହମ୍ମଦ ଫରହାନ (୧୫) ଓ ମହମ୍ମଦ ରିଜୱାନ (୧୭)।  ସୁନ୍ଦରଗଡ଼ ସହରର ରିଜେଣ୍ଟ ମାର୍କେଟ ଅଞ୍ଚଳର ମହମ୍ମଦ ଫରହାନଙ୍କର ଗତକାଲି ଥିଲା ଜନ୍ମଦିନ। ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ପରିବାର ଲୋକେ ସେମିନାକୁ ଯାଇଥିଲେ। ସେଠାରେ ଇବ୍ ନଦୀ କୂଳରେ ସେମାନେ ଭୋଜିର ଆୟୋଜନ କରିଥିଲେ। କେକ୍‌ କାଟି ଭୋଜି ଖାଇ ସାରିବା ପରେ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନ ଇବ୍ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ସେମାନେ ବୁଡ଼ି ଯାଇଥିଲେ। ବୁଡ଼ି ଯାଉଥିବା ବେଳେ ସେମାନେ ଚିତ୍କାର କରିଥିଲେ। ଫରହାନ ଓ ରିଜୱାନଙ୍କୁ ଉଦ୍ଧାର କରିବାକୁ ନଦୀ ଭିତରକୁ ପଶିଥିଲେ ସେମାନଙ୍କ କକା ମହମ୍ମଦ ସାଜିଦ। ହେଲେ ସେ ମଧ୍ୟ ବୁଡ଼ି ଯାଇଥିଲେ।ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ପର୍ୟ୍ୟନ୍ତ ଅଗ୍ନିଶମ ବାହିନୀ ସେମାନଙ୍କୁ ଖୋଜିଥିଲା। କିନ୍ତୁ କାହାରି ପତ୍ତା ମିଳି ନଥିଲା। ଆଜି ସକାଳେ ପୁଣି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲା ଅଗ୍ନିଶମ ବାହିନୀ। ସେମାନଙ୍କୁ ମହମ୍ମଦ ଫରହାନ ଓ ମହମ୍ମଦ ରିଜୱାନଙ୍କ ମୃତଦେହ ମିଳିଥିଲା। ତେବେ ସେମାନଙ୍କ କକା ମହମ୍ମଦ ସାଜିଙ୍କୁ ଠାବ କରାଯାଇପାରି ନଥିଲା। ଫରହାନ ଓ ରିଜୱାନଙ୍କ ମୃତଦେହ ମିଳିବାର କିଛି ସମୟ ପରେ କିଛି ଗ୍ରାମବାସୀ ମହମ୍ମଦ ସାଜିଦଙ୍କ ମୃତଦେହକୁ ନଦୀରୁ ଉଦ୍ଧାର କରିଥିଲେ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In