• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଆସୁଛି ୩ ନୂଆ ଆପରାଧିକ ଆଇନ

by Voice of Victims
June 15, 2024
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଆସୁଛି ୩ ନୂଆ ଆପରାଧିକ ଆଇନ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧ରୁ ଦେଶରେ ୩ ନୂଆ ଆପରାଧିକ ଆଇନ ଲାଗୁ ହେବ। ସେଗୁଡିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ। ବ୍ରିଟିଶ୍‌ ଅମଳରୁ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି), କୋଡ ଅଫ୍‌ କ୍ରିମିନାଲ ପ୍ରୋସିଜିଓର (ସିଆର୍‌ପିସି) ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ପରିବର୍ତ୍ତେ ଦେଶରେ ଉପରୋକ୍ତ ୩ ନୂଆ ଆଇନ କାର୍ୟ୍ୟକାରୀ ହେବ। ତେବେ ଏହାପୂର୍ବରୁ ରାଜ୍ୟଗୁଡିକରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବାରାଷ୍ଟ୍ର ମନ୍ତ୍ରାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ମୋଡରେ ଆୟୋଜିତ ଏହି ବୈଠକରେ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗ ଦେଇଥିଲେ। ଏଥିସହ ସମସ୍ତ ରାଜ୍ୟର ପୋଲିସ ଡିଜି, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ନୂଆ ଆଇନ କାର୍ୟ୍ୟକାରୀ କରିବାକୁ ବିସ୍ତୃତ ଆଲୋଚନା ହୋଇଛି। ଏନେଇ ଡିଜି ଅନୁଣ ଷଡ଼ଙ୍ଗୀ କହିଛନ୍ତି, ଏଥିପାଇଁ ଆମ ପକ୍ଷରୁ ଅଫଲାଇନ ଓ ଅନଲାଇନ୍‌ ଟ୍ରେନିଂ ଚାଲୁରହିଛି। କ୍ରାଇମ କ୍ରିମିନାଲ ନେଟୱର୍କ ସିଷ୍ଟମରେ ପରିବର୍ତ୍ତନ ଆବଶ୍ୟକତା ଥିବାବେଳେ ଏହା ଏନ୍‌ସିଆର୍‌ବି ଏହି କାମ କରୁଛି। ରାଜ୍ୟରେ ଏସ୍‌ସିଆର୍‌ବି ମଧ୍ୟ ସେହି ଦିଗରେ କାମ କରୁଛି। ଏହା ବ୍ୟତୀତ ଏହି ଆଇନକୁ କାର୍ୟ୍ୟକାରୀ କରିବାକୁ ଯେତେସବୁ ପ୍ରାବଧାନ ରହିଛି, ଆମ ପକ୍ଷରୁ ସେଥିପାଇଁ ପ୍ରସ୍ତୁତି ଚାଲିଛି। କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଓ ଅତିରିକ୍ତ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ଷ୍ଟିଅରିଂ କମିଟି ହୋଇଛି। ଏହି ବୈଠକରେ ରାଜ୍ୟ ପୋଲିସ ପକ୍ଷରୁ ଆବଶ୍ୟକତା ଓ ପ୍ରସ୍ତୁତି ବିଷୟରେ ଅବଗତ କରାଯାଇଥିଲା ବୋଲି ଡିଜି କହିଛନ୍ତିଓଡ଼ିଆ ସ୍ପଷ୍ଟ ନୁ୍ୟଜ। ତେବେ ଓଡିଶା ପକ୍ଷରୁ, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି, ଏସ୍‌ସିଆର୍‌ବି ନିର୍ଦ୍ଦେଶକ, ଏଫ୍‌ଏସ୍‌ଏଲ ନିର୍ଦ୍ଦେଶକ, ଆଇଜି(ଟ୍ରେନିଂ) ଏହି ବୈଠକରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବର ୨୦ରେ ଲୋକସଭା ଓ ୨୧ରେ ରାଜ୍ୟସଭାରେ ଏହି ବିଲ୍‌ଗୁଡିକ ଗୃହୀତ ହୋଇଥିଲା। ଡିସେମ୍ବର ୨୫ରେ ରାଷ୍ଟ୍ରପତି ଏହି ୩ଟି ଅଧିନିୟମକୁ ମୋହର ମାରିବା ପରେ ଏଗୁଡିକ ଆଇନରେ ପରିଣତ ହୋଇଥିଲା।

Post Views: 41
Share202Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In