• About Us
  • Contact Us
Monday, April 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୩ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ

by Voice of Victims
January 1, 2025
in ମୁଖ୍ୟ ଖବର, ରାଜ୍ୟ
୩ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ

ଭୁବନେଶ୍ୱର: ଓଡ଼ିଶାର ନୂଆ ରାଜ୍ୟପାଳ ହରି ବାବୁ କମ୍ଭମପତି ଆସନ୍ତାକାଲି ଓଡ଼ିଶା ଆସିବେ ବୋଲି ଜଣାଯାଇଛି । ସେ ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବା ପରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ଆସନ୍ତା ୩ ତାରିଖରେ ସେ ଶପଥ ଗ୍ରହଣ କରିବାକର କାର୍ଯ୍ୟକ୍ରମ ରହିଛି । ନୂଆ ରାଜ୍ୟପାଳ ରାଜଭବନରେ ଶପଥ ନେବେ । ସୂଚନା ଅନୁସାରେ, ମିଜୋରାମର ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡଃ କମ୍ଭାମପତି ୨୦୨୧ ଜୁଲାଇ ୧୯ତାରିଖରୁ ମିଜୋରାମର ରାଜ୍ୟପାଳ ଅଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ। ୧୯୫୩ ମସିହା ଜୁନ୍ ୧୫ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମିତ କମ୍ଭାମପତି ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଂଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଂଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ବର୍ଷ ଧରି ଆସୋସିଏଟ୍ ପ୍ରଫେସର ଭାବେ କାର୍ୟ୍ୟ କରିଥିଲେ।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ ?
  • ବହୁ ପ୍ରତୀକ୍ଷିତ ବଡ଼ବିଲ ବାଇପାସ୍-କମ୍-ରିଙ୍ଗ୍ ରୋଡ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?
  • ରାଜ୍ୟରେ ସ୍ବଗଣନାରେ ସାମିଲ୍ ହୋଇଛନ୍ତି ୧ ଲକ୍ଷ ୭୬ ହଜାର ବ୍ୟକ୍ତି: ନିଖିଲ ପୱନ କଲ୍ୟାଣ
  • ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମସିରେ ଯୋଗଦେଇଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର ବୋଷ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In