ରଣପୁର( ଭି ଓ ଭି): ରଣପୁର ବ୍ଲକ୍ ମିଶନ ଶକ୍ତି ଭବନର ଶୁଭ ଉଦଘାଟନ୍ ଉତ୍ସବରେ ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନାବୋର୍ଡ ଅଧକ୍ଷ ସତ୍ୟନାରାୟଣ ପ୍ରଧାନ , ନୟାଗଡ ଜିଲ୍ଲାପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ, ବିଡିଓ ସୁଧୀର ନାୟକ ଓ ଭରପୁର ସଭାରେ ବ୍ଲକ୍ ରେ ୩୦ ଶତକଡା ପି ସି କାରବାର ଚାଲିବାର ଗୁରୁତର ଅଭିଯୋଗ ଆଣିଥିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ମଳା ବେହେରା। ସେ ବ୍ଲକ୍ ର ଅଧକ୍ଷା ହୋଇଥିବା ବେଳେ ତାଙ୍କରି ଅଗୋଚର ରେ ସମସ୍ତ କାମକୁ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପରେ ବିଡ଼ିଓ କରୁଛନ୍ତି। ଯେଉଁଥି ପାଇଁକି ତାଙ୍କୁ ଅନେକବାର ଆଇନ ର ଆଶ୍ରୟ ନେବାକୁ ପଡୁଛି। ତତ୍ ସଙ୍ଗେସଙ୍ଗେ ଏହାର ପୁନରାବୁର୍ତି ହେଲେ ଆଗାମୀ ଦିନରେ ଭୟଙ୍କର୍ ପରିସ୍ଥିତି ସୃଷ୍ଟି ହେବ ବୋଲି ସେ ଚେତାଇ ଦେଇଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ନିର୍ବାଚିତ ଜନ ପ୍ରତିନିଧି ତଥା ବ୍ଲକ୍ ଅଧ୍ୟକ୍ଷାଙ୍କ ଖୋଲା ଖୋଲି ଭାବରେ ଏପରି ଲାଞ୍ଚ କାରବାର ଅଭିଯୋଗ ଉପରେ ସରକାରୀ ଅଧିକାରୀ ବିଡିଓ , ବିଧାୟକ ଏବଂ ଜିଲ୍ଲା ପରିଷଦ ଅଧକ୍ଷ କିପରି ଭାବରେ ନେଉଛନ୍ତି ? ନା , ଅଭିଯୋଗକୁ ଗ୍ରହଣ କରି , ମାନି ନେଇ ପୁଣି ସମାନ ଦୁର୍ନୀତି କୁ ପ୍ରଶୟ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

