• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ସୁବର୍ଣ୍ଣରେଖା ବନ୍ୟା ଜଳରେ ଉତ୍ତର ବାଲେଶ୍ୱରର ୩୨୪ ଗାଁ ଜଳମଗ୍ନ

by Voice of Victims
September 17, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସୁବର୍ଣ୍ଣରେଖା ବନ୍ୟା ଜଳରେ ଉତ୍ତର ବାଲେଶ୍ୱରର ୩୨୪ ଗାଁ ଜଳମଗ୍ନ

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ସୁବର୍ଣ୍ଣରେଖାରେ ପ୍ରଳୟଙ୍କରୀ ବନ୍ୟା ଆସିଛି। ଫଳରେ ଉତ୍ତର ବାଲେଶ୍ୱର ଜିଲ୍ଲାରେ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଜି ସକାଳ ୬ଟା ସୁଦ୍ଧା ରାଜଘାଟ ଠାରେ ସୁବର୍ଣ୍ଣରେଖା ନଦୀର ଜଳପତ୍ତନ ୧୦.୨୦ ମିଟରରେ ପ୍ରବାହିତ ହେଉଛି। ଏଠାରେ ସତର୍କ ସଙ୍କେତ ସ୍ତର ୯.୪୫ ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖାର ବନ୍ୟା ପାଣି ନଦୀର ବିଭିନ୍ନ ଶାଖା ନାଳ ଦେଇ ନଦୀବନ୍ଧ ନଥିବା ସ୍ଥାନରେ ଗାଁଗୁଡିକୁ ଜଳମଗ୍ନ କରିଛି। ଉତ୍ତର ବାଲେଶ୍ୱର ଅଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ସୁବର୍ଣ୍ଣରେଖାରେ ବନ୍ୟା ଅଞ୍ଚଳବାସୀଙ୍କ ଚିନ୍ତା ବଢାଇ ଦେଇଛି। ଉତ୍ତର ବାଲେଶ୍ୱରର ୪ଟି ବ୍ଲକ ଯଥା- ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ୧୨୩ ପଞ୍ଚାୟତର ୩୨୪ ଗାଁ ବର୍ତ୍ତମାନ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି। ସୁବର୍ଣ୍ଣରେଖା ବନ୍ୟା ଯୋଗୁଁ ବାଲିଆପାଳ ବ୍ଲକର ଜାମକୁଣ୍ଡା ସ୍ଳୁଇସ୍ ଗେଟ୍ ଦବି ଯିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ସେହିପରି ଜଳେଶ୍ୱର ବ୍ଲକର ଶ୍ରୀରାମପୁର ପଞ୍ଚାୟତର ମାଳିପାଳ ପୋଲ ନିକଟରେ ରାସ୍ତାରୁ ଅତଡା ଖସି ପୋଲ ପ୍ରତି ବିପଦକୁ ଡାକି ଆଣିଛି। କମର୍ଦ୍ଦା-ବାଲିଆପାଳ ରାସ୍ତାରେ ଚାଲିଛି ପାଣିର ସୁଅ। ଭୋଗରାଇ ବ୍ଲକ ବଡମନ୍ଦାରୁଣୀ-ନାଚିନ୍ଦା ରାସ୍ତାରେ ପାଣିର ପ୍ରଖର ସୁଅ ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଜଳେଶ୍ୱର ବ୍ଲକର ସୁଗୋରୁ କମାରଶାଳିଆ ମଧ୍ୟରେ ବି ଯୋଗାଯୋଗ ଅସମ୍ଭବ ହୋଇ ପଡିଛି। ସୁବର୍ଣ୍ଣରେଖାରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ ପାଇଁ ଜଳସମ୍ପଦ ବିଭାଗର ଜଳେଶ୍ୱରସ୍ଥିତ ଉପଖଣ୍ଡ ଯନ୍ତ୍ରୀ ପ୍ରିୟବ୍ରତ ସିଂହଙ୍କ ନେତୃତ୍ୱରେ ଏକ ଟିମ ଜଳେଶ୍ୱରର ଗୁରୁଦାସପୁର, ବାଇଗଣ ଗଗଗଗବାଡିଆ ଓ କଣ୍ଟାପାଳ ଆଦି ନଦୀ ତଟ ଗାଁକୁ ପରିଦର୍ଶନ କରି ନଦୀବନ୍ଧର ସ୍ଥିତି ପରଖିଛନ୍ତି। ଏହି ପ୍ରତିନିଧି ଦଳରେ କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରା, ଚିତ୍ତରଞ୍ଜନ ଶିଅଳ, ପ୍ରମୋଦ ଦେ ଓ ଡାକ୍ତର ସିଂ ପ୍ରମୁଖ ସାମିଲ ଥିଲେ। ବନ୍ୟା ଯୋଗୁଁ ନଦୀତଟବର୍ତ୍ତୀ ଅଞ୍ଚଳ ଓ ବିଭିନ୍ନ ତଳିଆ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷ ଜମି ଆଜକୁ ୪/୫ ଦିନ ହେଲା ପାଣିରେ ବୁଡ଼ି ରହିଛି। ଫଳରେ ଧାନ ଓ ପନିପରିବା ଚାଷ ସମ୍ପୁର୍ଣ୍ଣ ଉଜୁଡି ଯିବ ବୋଲି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ ବସ୍ତା ବ୍ଲକର ୧୦ ଟି ପଞ୍ଚାୟତ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହୋଇଛି। ଏସବୁ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷଜମିରେ ବନ୍ୟା ପାଣି ପ୍ରବେଶ କରିବା ସହ ବିଭିନ୍ନ ଗାଁ ଗଣ୍‌ତା ରେ ବନ୍ୟା ପାଣି ପ୍ରବେଶ କରିଛି। ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ସକାଳା ୬ଟା ସୁଦ୍ଧା ଜଳସ୍ତର ୬.୮୨ ମିଟର ରେ ପ୍ରବାହିତ ହେଉଛି।

Post Views: 46
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In