• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍‌‌

by Voice of Victims
August 30, 2024
in ମୁଖ୍ୟ ଖବର, ରାଜ୍ୟ
ଶ୍ରୀମନ୍ଦିର ପାଇଁ ୩୮୬ କୋଟିର ବଜେଟ୍‌‌

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟାଳୟରେ ଗୁରୁବାର ଅର୍ଥ ସବ୍‌‌-କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ତେବେ ମୁଖ୍ୟ ପ୍ରସଙ୍ଗ ରହିଥିଲା ଶ୍ରୀମନ୍ଦିର ବଜେଟ୍‌‌। ଏ ବର୍ଷ ନିର୍ବାଚନ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷ ବଜେଟ୍‌‌ ବିଳମ୍ବ ହୋଇଥିଲା। ତେବେ ଅର୍ଥ ସବ୍‌‌-କମିଟିରେ ଶ୍ରୀମନ୍ଦିର ପାଇଁ ମୋଟ ୩୮୬ କୋଟିର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ବୈଠକରେ ଆୟବ୍ୟୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ତେବେ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ପ୍ରସ୍ତୁତ ବଜେଟ୍‌‌ ଆଗତ କରାଯିବ। ଆଲୋଚନା ପରେ ଶ୍ରୀମନ୍ଦିରର ଚୂଡ଼ାନ୍ତ ବଜେଟ୍‌‌ କରାଯାଇ ପରିଚାଳନା କମିଟି ଅନୁମୋଦନ ଦେବ। ତେଣୁ ଉପରୋକ୍ତ ବଜେଟ୍‌‌ରେ ପରିବର୍ତ୍ତନ ହୋଇପାରେ। ସେହିପରି ଶ୍ରୀମନ୍ଦିରର ଆୟବୃଦ୍ଧି ପାଇଁ ଅର୍ଥ ସବ୍‌‌-କମିଟି ବୈଠକରେ ଆଲୋଚନା ହୋଇଛି। ଆଗାମୀ ଦିନରେ ଭକ୍ତମାନେ ଯେଭଳି ଗୋଲ୍ଡ ବଣ୍ଡ୍‌‌ କିଣିପାରିବେ, ସେନେଇ ବ୍ୟବସ୍ଥା ପାଇଁ ପରିଚାଳନା କମିଟି ବୈଠକରେ ଉପସ୍ଥାପନ କରାଯିବ। ବିଭିନ୍ନ ପର୍ବପର୍ବାଣି ଦିନରେ ମହାପ୍ରଭୁ ଯେଉଁ ବେଶ ହେଉଛନ୍ତି ଏବଂ ସେଥିରେ ଲାଗୁଥିବା ସୁନା ଅଳଙ୍କାର ମଧ୍ୟରୁ କେତେକ ଭାଙ୍ଗିଗଲାଣି। ଦୀର୍ଘବର୍ଷ ହେବ ଏହା ମରାମତି ହୋଇନାହିଁ। ଫଳରେ ଅସୁନ୍ଦର ଦେଖାଯାଉଛି। ତେଣୁ ଆଉ ଗୋଟିଏ ସୁବର୍ଣ୍ଣ ଅଳଙ୍କାର ସେଟ୍‌‌ ତିଆରି ପାଇଁ ସଦସ୍ୟମାନେ ପ୍ରସ୍ତାବ ରଖିଥିଲେ। ଏହା ଉପରେ ଆଲୋଚନା କରାଯାଇ ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ରତ୍ନଭଣ୍ଡାର ମୁଖ୍ୟ ଦ୍ୱାର ରୁପା ଛାଉଣି କରିବା, ପ୍ରତି ଜିଲ୍ଲା ସଦର ମହକୁମାରେ ହୁଣ୍ଡି ସ୍ଥାପନ ସହ ସୂଚନା କେନ୍ଦ୍ର ସ୍ଥାପନ କରାଯିବ ତା’ ଉପରେ ଆଲୋଚନା କରାଯାଇଛି। ଏ ପ୍ରସଙ୍ଗ ମଧ୍ୟ ପରିଚାଳନା କମିଟିରେ ଉପସ୍ଥାପନ କରାଯିବ।

Post Views: 32
Share201Tweet126Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In