• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ତେନ୍ତୁଳି ଗଛ ଯୋଗୁଁ ୪ଜଣଙ୍କୁହତ୍ୟା, ୫ ଗିରଫ

by Voice of Victims
February 19, 2024
in ମୁଖ୍ୟ ଖବର, ରାଜ୍ୟ
ତେନ୍ତୁଳି ଗଛ ଯୋଗୁଁ ୪ଜଣଙ୍କୁହତ୍ୟା, ୫ ଗିରଫ

ଭୁବନେଶ୍ବର : ରେଲଓ୍ୱେ ଟ୍ରାକ୍‌ ୪ ମୃତଦେହ ମିଳିବା ଘଟଣା । ରହସ୍ୟ ଉପରୁ ହଟିଲା ପରଦା । ଝାଡଖଣ୍ଡ ପୋଲିସ ଦ୍ୱାରା ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘରୋଇ ବିବାଦ ଏବଂ ଏକ ତେନ୍ତୁଳି ଗଛ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ଶନିବାର ଦିନ ଓଡିଶା-ଝାଡଖଣ୍ଡ ସୀମା ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗ ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ନିକଟରେ ୪ ଜଣଙ୍କ ମୃତଦେହ ଠାବ ହୋଇଥିଲା । ୪ ମୃତଦେହ ଦେଖିବା ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଦୁଇଟି ମୃତଦେହକୁ ଅଖା ଭିତରେ ସିଲ୍ କରାଯାଇଛି ଓ ଦୁଇ ଶିଶୁଙ୍କ ମୃତଦେହ ବାହାରେ ପକାଯାଇଥିଲା । ଆଉ ଏବେ ପୋଲିସ ଘଟଣାର ତଦନ୍ତ କରି ରହସ୍ୟ ଉପରୁ ହଟାଇଛି ପରଦା । ମୃତକଙ୍କ ପରିବାର ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ। ହତ୍ୟା ଅଭିଯୋଗରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମଙ୍ଗଲ ସିଂ ସିଙ୍କୁ, ମୋଟ୍ରା ସିଙ୍କୁ, ଜୋଜେନ ସିଙ୍କୁ, ସୋମା ସିଙ୍କୁ ଏବଂ ଟୁପାରା ସିଙ୍କୁ ଅଛନ୍ତି। ପୋଲିସ କହିଛି ଯେ, ପାଞ୍ଚ ଅଭିଯୁକ୍ତଙ୍କ ମଧ୍ୟରେ ମୃତକଙ୍କ ଭାଉଜ, ଦିଅର ଏବଂ କକାଶଶୁର ଅଛନ୍ତି। ପାରିବାରିକ କଳହ ଏବଂ ତେନ୍ତୁଳି ଗଛ ବିବାଦ ଯୋଗୁ ମୃତକଙ୍କ ପରିବାର ସଦସ୍ୟ ଏହି ହତ୍ୟା କରିଛନ୍ତି। 

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In