• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁର ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ପାଳିତ, ଚରିତ୍ର ଗଠନ ସହ ସମାଜସେବାର ଆଦର୍ଶରେ ଗଢ଼ି ଉଠନ୍ତୁ ଯୁବପିଢ଼ି: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା

by Voice of Victims
July 27, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ରଣପୁର ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ପାଳିତ, ଚରିତ୍ର ଗଠନ ସହ ସମାଜସେବାର ଆଦର୍ଶରେ ଗଢ଼ି ଉଠନ୍ତୁ ଯୁବପିଢ଼ି: ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା

ରଣପୁର, ୨୭/୦୭ : ରଣପୁର ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି | ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରଶାନ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି, ଦୟାନିଧି ଟ୍ରଷ୍ଟ ଓ ଗୁରୁକୁଳର ପ୍ରତିଷ୍ଠାତା ତଥା ପାର୍ଥନା ଚ୍ୟାନେଲର ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ବକ୍ତା ଏବଂ ରଣପୁର ବିଜ୍ଞାପିତ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ସାମୂହିକ ଭାବେ ‘ବନ୍ଦେ ମାତରମ୍’ ଓ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଅଧ୍ୟାପକ ଦୟାନିଧି ବରାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ଼. ସୁଧାକର ମିଶ୍ର ବେଦପାଠ କରିଥିଲେ। ଅଧ୍ୟାପକ ଭାଗ୍ୟଧର ସ୍ୱାଇଁଙ୍କ ସଂଯୋଜନାରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଏନ୍‌.ସି.ସି.ର ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

ସମ୍ମାନିତ ଅତିଥି ରଙ୍ଗୀନ ମହାନ୍ତି ନିଜ ବକ୍ତବ୍ୟରେ କହିଥିଲେ, “ନିଜ କଲେଜକୁ ନିଜେ ସଜାଇ ସୁନ୍ଦର ଭାବେ ରଖନ୍ତୁ।” ସେ କହିଥିଲେ ଯେ, ୪୮ ବର୍ଷ ପୂର୍ବେ ମାତ୍ର ୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମହାବିଦ୍ୟାଳୟ ଆଜି ଏକ ବିରାଟ ମହାଦ୍ରୁମରେ ପରିଣତ ହୋଇ ଶିକ୍ଷା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ମୁଖ୍ୟ ବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ପାଠପଢ଼ା ସହ ଚରିତ୍ର ଗଠନ ଅତ୍ୟନ୍ତ ଜରୁରୀ। ସମୟର ମୂଲ୍ୟ ବୁଝି ସେବା ମନୋଭାବ ନେଇ କାର୍ଯ୍ୟ କରିବା, ନିଜର ଜ୍ଞାନକୁ ଅନ୍ୟମାନଙ୍କ ସହ ବାଣ୍ଟିବା, ପ୍ରତିଦିନ ଗୁରୁଜନଙ୍କୁ ପ୍ରଣାମ କରିବା ଏବଂ ସମାଜର ଅଭାବ-ଅସୁବିଧା ଦୂର କରିବା ପାଇଁ ତତ୍ପର ହେବାକୁ ସେ ଆହ୍ୱାନ ଦେଇଥିଲେ। ସେ ଆହୁରି କହିଥିଲେ, “କୋର୍ଟର ଗେଟରେ, ଶ୍ମଶାନ ଘାଟରେ ଓ ମେଡିକାଲ ଖଟରେ ସାଙ୍ଗରେ ଠିଆ ହେଉଥିବା ଲୋକ ହିଁ ପ୍ରକୃତ ବନ୍ଧୁ।”

ମୁଖ୍ୟ ଅତିଥି ସୁରମା ପାଢ଼ୀ କହିଥିଲେ ଯେ, ପାଠ୍ୟପୁସ୍ତକର ଜ୍ଞାନ ସହିତ ସମାଜର ଆବଶ୍ୟକ ବିଭିନ୍ନ ବ୍ୟବହାରିକ ଜ୍ଞାନ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବା ଆବଶ୍ୟକ। ଶିକ୍ଷକ, ଅଧ୍ୟାପକମାନେ ଜ୍ଞାନ ବାଣ୍ଟି ଏକ ସୁସ୍ଥ ଓ ସଚେତନ ସମାଜ ଗଠନରେ ନିଜର ଅବଦାନ ରଖିବାକୁ ସେ ଆହ୍ୱାନ କରିଥିଲେ।

ଏହି ଅବସରରେ ୨୫ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରୁଥିବା ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉତ୍ସବରେ ପୁରାତନ ଅଧ୍ୟାପକ, ଅଧ୍ୟାପିକା, ପୁରାତନ ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Post Views: 207
Share203Tweet127Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In