• About Us
  • Contact Us
Thursday, March 19, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୫ଦିନ କାଳବୈଶାଖୀ ଆଶଙ୍କା, କାଲି ପାଇଁ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

by Voice of Victims
March 19, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
୧୪ ଯାଏଁ ଢ଼ାଙ୍କିବ କୁହୁଡ଼ି

ଭୁବନେଶ୍ବର: ୫ଦିନ କାଳବୈଶାଖୀ ଆଶଙ୍କା । ଆସନ୍ତା ୨୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । କାଲି ପାଇଁ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ । କୁଆପଥର ମାଡ଼ର ସମ୍ଭାବନା ରହିଛି । ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ ।

ସେହିପରି ଆସନ୍ତାକାଲି ପାଇଁ କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୨ ଦିନ ମଧ୍ୟରେ ଦିନ ତାପମାତ୍ରା ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ୨ରୁ ୩ ଡିଗ୍ରି ସେଲସିୟସ ହ୍ରାସ ପାଇପାରେ ।

ସୂଚନାଯୋଗ୍ୟ, ଗାମୀ ୫ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିବ କାଳବୈଶାଖୀର ପ୍ରଭାବ । ଏନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୨୦ ତାରିଖରେ ରାଜ୍ୟର ୨୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶାର ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେଉଁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ୫୦ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଆକଳନ କରାଯାଇଛି ।

ଏଥିପାଇଁ ଏହି ସବୁ ଜିଲ୍ଲା ଗୁଡିକକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ୨୧ ତାରିଖରେ ମୟୂରଭଞ୍ଜ, କେଉଁଝର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ସହ ୫୦ ରୁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବୋହିବା ନେଇ ଅରେଞ୍ଜ ୱର୍ଣିଙ୍ଗ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୯ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଛି ।

Post Views: 13
Share198Tweet124Send
Voice of Victims

Voice of Victims

Recent Posts

  • ନୋରା ଫତେହିଙ୍କ ବିବାଦୀୟ ଗୀତ ମାମଲା: ଫତୱା ଜାରି କଲା ମୁସଲିମ ପର୍ସନାଲ ଦାରୁଲ ଇଫ୍ତା
  • ମନ୍ଦିରର ୫୦୦ ମିଟର ମଧ୍ୟରେ ମାଂସ ଦୋକାନ ବନ୍ଦ: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ
  • କାତାର ଗ୍ୟାସ୍ ପ୍ଲାଣ୍ଟ ଉପରେ ଇରାନର ମିସାଇଲ୍ ମାଡ଼, ଜଳୁଛି ପ୍ଲାଣ୍ଟ
  • ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ: ବିଭୂତି ଭୂଷଣ ଜେନା
  • କ୍ରସ୍‌ ଭୋଟିଂ ଅଭିଯୋଗ ମାମଲା; ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି: ସୁବାସିନୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In