ବାଲେଶ୍ଵର ( ଭିଓଭି )୨୮/୧୨ ; – ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ବିଭୂଷିତ ଅଟଳ ବିହାରି ବାଜପାୟୀ ଙ୍କ ସ୍ମୃତି ରେ ଅଟଳ ଯୁବସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ଠାରେ ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା , ସମାଜସେବୀ ସଂଗ୍ରାମ ଦାସ , ଜ୍ଞାନରଞ୍ଜନ ଦାସ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ୨ଦିନ ବ୍ୟାପି କାର୍ଯ୍ୟକ୍ରମ ରେ ଗୀତ , ଚିତ୍ରାଙ୍କନ , ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା । ପରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ୧୦୦ ରୁ ଉର୍ଦ୍ଧ୍ବ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।
ବାଜପାୟୀ ଙ୍କ ସ୍ମୃତି ରେ ଫୁଲଚାରା ରୋପଣ କରାଯାଇଥିଲା । ଜିଲ୍ଲା ଇଲେକ୍ଟ୍ରୋ ହୋମିଓପାଥି ସଂଘ ତରଫରୁ ଏକ ବିଶାଳ ନିଶୁଳ୍କ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା । ସଂଘର ମିଡିଆ ସଂଯୋଜକ ସର୍ବେଶ୍ଵର ବୁଗୁଡାଇ ମଞ୍ଚ ପରିଚାଳନା କରିଥିଲେ । ଭବିଷ୍ୟତରେ ଲୋକମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିଯିବ ବୋଲି ସଂଘର୍ଷ ସଭାପତି ତଥା ପ୍ରତିଷ୍ଠାତା ବିକାଶ ପାଢ଼ୀ ନିଜ ବକ୍ତବ୍ୟରେ କହିଥିଲେ । ପର୍ଶୁରାମ ବେହେରା , ସୁଜିତ ଦେ , ବେଣୁଧର ଦାସ , ପ୍ରଦ୍ୟୁମ୍ନ ପାଣିଗ୍ରାହୀ , ଧୀରଜ ମହାନ୍ତି , ପ୍ରହଲ୍ଲାଦ ଦାସ ପ୍ରମୁଖୁୀ ସହଯୋଗ କରିଥିଲେ ।
