• About Us
  • Contact Us
Sunday, April 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

୫ ଯାଯାବରଙ୍କୁ ହତ୍ୟା ଘଟଣାରେ ୭ ଗିରଫ

by Voice of Victims
November 22, 2024
in ମୁଖ୍ୟ ଖବର, ରାଜ୍ୟ
୫ ଯାଯାବରଙ୍କୁ ହତ୍ୟା ଘଟଣାରେ ୭ ଗିରଫ

ଭୁବନେଶ୍ବର: ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଗୀତାପଡ଼ା ପଡ଼ିଆରେ ବସ୍ତିରେ ମହାରାଷ୍ଟ୍ରରୁ ଆସି ଡେରା ପକାଇଥିବା ୫ ଯାଯାବରଙ୍କୁ ହତ୍ୟା ଘଟଣାରେ ୭ ଗିରଫ । ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ୱତନ୍ତ୍ର ଟିମ୍ । କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ଲୁଚି ରହିଥିବା ବେଳେ ଗିରଫ କଲା ସୁନ୍ଦରଗଡ ପୋଲିସ । ସୂଚନା ମୁତାବକ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡ଼ିହି ଗୀତାପଡ଼ା ପଡ଼ିଆରେ ବସ୍ତିରେ ମହାରାଷ୍ଟ୍ରରୁ ଆସି ଡେରା ପକାଇଥିବା ଯାଯାବର ପରିବାର ଉପରେ ଅକ୍ଟୋବର ୨୯ ତାରିଖ ରାତି ପ୍ରାୟ ୧୧ଟାରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ଏଥିରେ ତିନି ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର-କର୍ଣ୍ଣାଟକର ଦୁଇ ଯାଯାବର ଗୋଷ୍ଠୀ  ମଧ୍ୟରେ ଲାଗି ରହିଥିବା ବିବାଦ ଓ ପରକୀୟା ପ୍ରୀତିରୁ ଏଭଳି  ଗଣହତ୍ୟା ଘଟିଥିବା ପ୍ରାଥମିକ ତଦନ୍ତରୁ ପୋଲିସ୍‌ ଅନୁମାନ କରିଥିଲା ।   ହତ୍ୟାକାରୀଙ୍କୁ ଧରିବା ଏବଂ ଅପହରଣ ଶିକାର ମହିଳା ଓ ଶିଶୁଙ୍କୁ ଉଦ୍ଧାର କରିବାକୁ ୧୬ଟି ପୋଲିସ ଟିମ୍‌ ଗଠନ କରାଯାଇଥିଲା । ତନ୍ମଧ୍ୟରୁ ଗୋଟିଏ ଟିମ୍‌ ଛତିଶଗଡ଼ ଓ ଅନ୍ୟ ଏକ ଟିମ୍‌ ଝାଡ଼ଖଣ୍ଡକୁ  ଯାଇଥିଲା । ସେଠାରୁ ପୋଲିସ ଖାଲି ହାତରେ ଫେରିଥିଲା । ଅନ୍ୟ ୧୪ ଟିମ୍‌ ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥଲା । ହତ୍ୟାକାରୀଙ୍କ ଲିଙ୍କ୍‌ ମହାରାଷ୍ଟ୍ର କିମ୍ବା କର୍ଣ୍ଣାଟକର ଯାଯାବରଙ୍କ ସମ୍ପୃକ୍ତି ଥିବା ଜାଣି ଓଡ଼ିଶାରେ ଯେଉଁ ସବୁ ଅଞ୍ଚଳରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯାଯାବର ପରିବାର ରହୁଛନ୍ତି, ସେଠାକୁ ଯାଇ ପୋଲିସ ଟିମ୍‌ ତଦନ୍ତ କରିଥିଲା । ଘଟଣା ଘଟିବାର ୨୪ ଦିନ ପରେ ୭ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • ଆମେରିକା ଯୁଦ୍ଧ ବିମାନକୁ ଖସାଇବା ପରେ ଇରାନର ଘୋଷଣା, ପାଇଲଟକୁ ଧରାଇଲେ ମିଳିବ ୫୫ ଲକ୍ଷ ଟଙ୍କା
  • ଭାରତକୁ ପାକିସ୍ତାନର ଧମକ, ଦୁଃସାହସ କଲେ ଆମେ କୋଲକାତା ପର୍ଯ୍ୟନ୍ତ ଆକ୍ରମଣ କରିବୁ
  • ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀ ପ୍ରଭାବ, ୮ ତାରିଖ ଯାଏ କାଳବୈଶାଖୀ ସମ୍ଭାବନା
  • ‘ସ୍ୱ-ଗଣନା’ ପ୍ରକ୍ରିୟାରେ ଭାଗ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
  • ଏଣିକି e-KYC ବିନା ମିଳିବନି ସିଲିଣ୍ଡର, ଓଡ଼ିଶାରେ ଗ୍ୟାସ ଗ୍ରାହକଙ୍କ ପାଇଁ ବଡ଼ ନିୟମ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In