ରଣପୁର (ଭିଓଭି) : ନୟାଗଡ଼ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା । ଜଣେ ବ୍ରାଉନସୁଗର ବେପାରୀକୁ ବାନ୍ଧିବାରେ ସଫଳ ହୋଇଛି । ନୟାଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ସୁନାଖଳା ପାଖରେ ଥିବା ଖିଲାମୁଣ୍ଡା ମନ୍ଦୀର ପାଖରୁ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତଠାରୁ ୭ ଗ୍ରାମ ୫୦ ମିଲିଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଅଭିଯୁକ୍ତ ଜଣଙ୍କ ହେଲେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ନରେନ୍ଦ୍ରପୁର ଗ୍ରାମ (ମାଳିସାହି) ର ଧନେଶ୍ୱର ରାଉତଙ୍କ ପୁଅ କାଳିଆ ରାଉତ। ଗିରଫ କାଳିଆ ବ୍ରାଉନସୁଗାର ଖୋର୍ଦ୍ଧାରୁ ଶରଣକୁଳ ନେଉଥିଲେ ବୋଲି ଜଣାପଡିଛି । ରଣପୁର ଥାନାରେ କେସ୍ ନଂ- ୪୧୩/୨୭ ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
