• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ମଞ୍ଜୁରୀ, ୫୫, ୭୮୩ କୋଟି ଟଙ୍କାର ସରକାରଙ୍କ ଭେଟି

by Voice of Victims
January 9, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ମଞ୍ଜୁରୀ, ୫୫, ୭୮୩ କୋଟି ଟଙ୍କାର ସରକାରଙ୍କ ଭେଟି

ଭୁବନେଶ୍ବର: ଓଡ଼ିଶାରେ ୭ ନୂଆ ପ୍ରକଳ୍ପକୁ ସରକାରଙ୍କ ମଞ୍ଜୁରୀ ।  ୫୫ହଜାର ୭୮୩ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୩ତମ ଉଚ୍ଚସ୍ତରୀୟ କ୍ଲିୟରାନସ ଅଥରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି ।  ୭ ଟି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୧୪ହଜାର ୫୦୭ଜଣ ଯୁବକଯୁବତୀଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଢେଙ୍କାନାଳରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ ।  JSW ଗ୍ରୁପ୍ ପକ୍ଷରୁ ୩୫ହଜାର କୋଟି ଟଙ୍କା ବ୍ୟୟରେ ଏକ ବଡ଼ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ।  ଏଥିରେ ୮,୦୦୦ ଲୋକଙ୍କୁ ଚାକିରି ମିଳିବ। ଗଞ୍ଜାମରେ ବିରଳ ମୃତ୍ତିକା ଶିଳ୍ପ ପ୍ରତିଷ୍ଠା ହେବ ।  ଜିନ୍ଦଲ ପଲି ଫିଲ୍ମସ ପକ୍ଷରୁ ୧୨ହଜାର କୋଟି ଟଙ୍କା ନିବେଶରେ ଏକ କାରଖାନା ହେବ, ଯାହା ୪,୦୦୦ ଲୋକଙ୍କୁ କାମ ଯୋଗାଇବ ।

ଗଞ୍ଜାମରେ ଅଟୋ ପାର୍ଟସ କାରଖାନାକୁ ମିଳିଛି ମଞ୍ଜୁରୀ ।  ଟାୟାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ତିଆରି ପାଇଁ ୧,୬୯୭ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।  ଖୋର୍ଦ୍ଧାରେ ଆଧୁନିକ ବୈଷୟିକ ଜ୍ଞାନକୌଶଳରେ ସେମିକଣ୍ଡକ୍ଟର ତିଆରି ପାଇଁ ୧,୬୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଢେଙ୍କାନାଳରେ ଗ୍ୟାସ ପ୍ଲାଣ୍ଟ ଓ ବିଦ୍ୟୁତ ପ୍ରକଳ୍ପକୁ ମିଳିଛି ମଞ୍ଜୁରୀ ।  ଇନୋକ୍ସ ଏୟାର ପ୍ରଡକ୍ଟସ ପକ୍ଷରୁ ଏକହଜାର ୩ଶହ କୋଟିର ଗ୍ୟାସ ପ୍ଲାଣ୍ଟ ଏବଂ GMR ପକ୍ଷରୁ ୨ହଜାର ୧୩୬ କୋଟି ଟଙ୍କାରେ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ ।  କେନ୍ଦୁଝରରେ ୨ହଜାର କୋଟି ଟଙ୍କା ବ୍ୟୟରେ ଫେରୋ ଆଲଏଜ କାରଖାନା ପ୍ରତିଷ୍ଠା ହେବ ।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In