• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତୀୟ ବିଶ୍ୱବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ ୭୧%

by Voice of Victims
November 17, 2024
in ଦେଶ ବିଦେଶ, ମୁଖ୍ୟ ଖବର
ଭାରତୀୟ ବିଶ୍ୱବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ ୭୧%

ନୂଆଦିଲ୍ଲୀ: ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅବଶିଷ୍ଟ ୭୧% ଛାତ୍ରୀଛାତ୍ର ଭାରତୀୟ ୟୁନିଭର୍ସିଟିରେ ପାଠପଢ଼ାର ସୁଯୋଗ ପାଉନାହାନ୍ତି ବୋଲି ନୀତି ଆୟୋଗ ସିଇଓ ବିଭିଆର୍‌ ସୁବ୍ରମଣ୍ୟମ୍‌ ସୂଚନା ଦେଇଛନ୍ତି। ହାଇଦ୍ରାବାଦସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜ୍‌ନେସ (ଆଇବିଏସ୍‌)ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୁବ୍ରମଣ୍ୟମ୍‌ କହିଛନ୍ତି, ଗତ ଦଶନ୍ଧିରେ ଦେଶରେ ସପ୍ତାହକୁ ଗୋଟିଏ ବିଶ୍ୱବିଦ୍ୟାଳୟ ଓ ୨ଟି ଲେଖାଏ କଲେଜ ପ୍ରତିଷ୍ଠା କରାଯାଇଛି। ଏହାସତ୍ତ୍ୱେ ପିଲାଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରାଯାଇପାରୁ ନାହିଁ। ଆଜି ଭାରତରେ ଥିବା ୧,୨୦୦ ବିଶ୍ୱବିଦ୍ୟାଳୟରେ ମାତ୍ର ୨୯% ଛାତ୍ରୀଛାତ୍ର ନାମ ଲେଖାଇପାରୁଛନ୍ତି। ଅନୂ୍ୟନ ୫୦% ଛାତ୍ରୀଛାତ୍ରଙ୍କୁ ଉଚ୍ଚଶିକ୍ଷାର ସୁଯୋଗ ଦେବାକୁ ହେଲେ ଭାରତରେ ୨,୫୦୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଆବଶ୍ୟକ। ଏହି ଅବସରରେ ସେ ଦେଶର ଡିଜିଟାଲ ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ଡିଜିଟାଲ ଓ୍ବାଲର୍‌ଡରେ ଭାରତ ସବୁଠୁ ବଡ଼ ଲାବରେଟୋରି। ବର୍ତ୍ତମାନ ପ୍ରାୟ ୫୦% ବୈଶ୍ୱିକ ଆର୍ଥିକ କାରବାରର ପ୍ରକ୍ରିୟାକରଣ ଭାରତ କରୁଥିବା ସେ କହିଛନ୍ତି। ୨୦୪୭ ସୁଦ୍ଧା ଭାରତକୁ ୩୦ ଟ୍ରିଲିୟନ୍‌ ଡଲାର ଅର୍ଥନୀତିରେ ପରିଣତ କରିବାକୁ ହେଲେ ଦେଶର ଭିତ୍ତିଭୂମିକୁ ସଜାଡ଼ି ବୈଷୟିକ ପଦକ୍ଷେପ ନେବାକୁ ପଡ଼ିବ ବୋଲି ସୁବ୍ରମଣ୍ୟମ୍‌ ଗୁରୁତ୍ୱାରୋପ କରିଛନ୍ତି। ଅନ୍ୟପକ୍ଷେ ଭାରତୀୟ ୟୁନିଭର୍ସିଟିଗୁଡ଼ିକ ବିଶ୍ୱର ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ସମକକ୍ଷ ହୋଇପାରୁ ନ ଥିବାରୁ କେବଳ ସଂଖ୍ୟାବୃଦ୍ଧି କରିଦେଲେ ହେବ ନାହିଁ, ବରଂ ଭିତ୍ତିଭୂମି ସାଙ୍ଗକୁ ଗୁଣାମତ୍କ ଶିକ୍ଷାଦାନ କରିବାକୁ ପଡ଼ିବ ବୋଲି ମତ ପ୍ରକାଶ ପାଇଛି। ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ନେଇ ନୀତି ଆୟୋଗ ସିଇଓ ଦେଇଥିବା ମନ୍ତବ୍ୟ ଉପରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କହିଛନ୍ତି, ଯେଉଁ ଦେଶଗୁଡ଼ିକରେ ଶିକ୍ଷାର ମାନ ବଢିଛି, ସେଠାରେ ବିଶ୍ୱବିଦ୍ୟାଳୟ ସଂଖ୍ୟା ସାଙ୍ଗକୁ ଶିକ୍ଷକ ଏବଂ ଗବେଷଣା ବୃଦ୍ଧି ପାଇଛି। ଶିକ୍ଷାର ମାନ ବୃଦ୍ଧି ପାଇଁ ଯେଉଁସବୁ ସହାୟତା ଦରକାର ତାହା ମଧ୍ୟ ବୃଦ୍ଧି ପାଇଛି। ବହୁ ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକ ସହ ଆମ ଶିକ୍ଷା ବ୍ୟବସ୍ଥାର ତୁଳନା କରାଯାଉଛି। ସେଠାରେ ଅଧିକାଂଶ ବିଶ୍ୱବିଦ୍ୟାଳୟ ଘରୋଇ ହୋଇଥିଲେ ହେଁ, ତାହା ବ୍ୟବସାୟଭିତ୍ତିକ ବା ଲାଭ ପାଇଁ ହୋଇ ନ ଥାଏ। ପିଲାମାନେ କିପରି ଗୁଣାତ୍ମକ ଶିକ୍ଷା ପାଇବେ ସେଥିପ୍ରତି ଧ୍ୟାନ ଦିଆଯାଉଛି। ଏଥିସହ ଶିକ୍ଷକମାନଙ୍କର ଗୁଣାତ୍ମକ ଅଭିବୃଦ୍ଧିକୁ ମଧ୍ୟ ଦୃଷ୍ଟି ଦିଆଯାଉଛି।

Post Views: 53
Share200Tweet125Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In