• About Us
  • Contact Us
Friday, March 27, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

୭୮ତମ ସ୍ୱାଧୀନତା ଦିବସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁ

by Voice of Victims
August 15, 2024
in ଦେଶ ବିଦେଶ, ମୁଖ୍ୟ ଖବର
୭୮ତମ ସ୍ୱାଧୀନତା ଦିବସ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ୭୮ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ଅଭିବୃଦ୍ଧିକୁ ଆକାର ଦେବା, ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଏବଂ ବିଭିନ୍ନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତା ଭାବରେ ଦେଶକୁ ଅବସ୍ଥାପିତ କରିବା ଉଦ୍ଦେଶ୍ୟରେ ଅନେକ ଭବିଷ୍ୟତ ଉନ୍ମୁଖି ଲକ୍ଷ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ପ୍ରମୁଖ ବିନ୍ଦୁଗୁଡ଼ିକ ହେଲା:

ସହଜ ଜୀବନଧାରଣ ମିଶନ: ମିଶନ ମୋଡରେ ‘ଇଜ୍ ଅଫ୍ ଲିଭିଂ’ (ସହଜ ଜୀବନ ଧାରଣ)କୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ସ୍ୱପ୍ନ ବିଷୟରେ କହିଛନ୍ତି। ଶୃଙ୍ଖଳିତ ଆକଳନ ଏବଂ ଭିତ୍ତିଭୂମି ଓ ସେବାରେ ଉନ୍ନତି ମାଧ୍ୟମରେ ସହରାଞ୍ଚଳରେ ଜୀବନଧାରଣର ଗୁଣବତ୍ତାରେ ସୁଧାର କରିବାକୁ ସେ କହିଥିଲେ।

ନାଳନ୍ଦା ଭାବନାର ପୁନରୁଦ୍ଧାର : ପ୍ରଧାନମନ୍ତ୍ରୀ ପ୍ରାଚୀନ ନାଳନ୍ଦା ବିଶ୍ୱବିଦ୍ୟାଳୟ ଭାବନାକୁ ପୁନରୁଦ୍ଧାର କରିବାକୁ ପ୍ରୟାସ କରିବାକୁ କହିଛନ୍ତି। ଉଚ୍ଚ ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହିତ କରି ଭାରତକୁ ଏକ ବିଶ୍ୱ ଶିକ୍ଷା କେନ୍ଦ୍ର ଭାବରେ ସ୍ଥାନିତ କରିବାକୁ ସେ ଆହ୍ୱାନ ଦେଇଥିଲେ। ୨୦୨୪ରେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ଅବସରରେ ଏହା ଆରମ୍ଭ ହୋଇଛି।

ମେଡ୍ ଇନ୍ ଇଣ୍ଡିଆ ଚିପ୍–ସେମିକଣ୍ଡକ୍ଟର ଉତ୍ପାଦନ : ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ବୈଷୟିକ ଆତ୍ମନିର୍ଭରଶୀଳତା ବୃଦ୍ଧି କରିବା ଲକ୍ଷ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ପାଇଁ ଭାରତର ପ୍ରତିବଦ୍ଧତା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଦର୍ଶାଇଥିଲେ।

ସ୍କିଲ୍ ଇଣ୍ଡିଆ : ବଜେଟ୍ ୨୦୨୪ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେବା ଏବଂ ଦେଶକୁ ବିଶ୍ୱର ଦକ୍ଷତା ବିକାଶ ରାଜଧାନୀ ଭାବେ ସ୍ଥାପିତ କରିବା ପାଇଁ ସରକାର ଘୋଷଣା କରିଥିବା ଐତିହାସିକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଶିଳ୍ପ ଉତ୍ପାଦନ କେନ୍ଦ୍ର: ପ୍ରଧାନମନ୍ତ୍ରୀ ମୋଦୀ ଭାରତର ବିଶାଳ ସମ୍ବଳ ଏବଂ ଦକ୍ଷ ଶ୍ରମଶକ୍ତିର ଉପଯୋଗ କରି ଦେଶକୁ ଏକ ବିଶ୍ୱ ସ୍ତରୀୟ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ଲକ୍ଷ୍ୟ ରଖିଥିଲେ।

‘ଭାରତରେ ଡିଜାଇନ୍, ବିଶ୍ୱ ପାଇଁ ଡିଜାଇନ୍’: ପ୍ରଧାନମନ୍ତ୍ରୀ ସ୍ୱଦେଶୀ ଡିଜାଇନ କ୍ଷମତା ବୃଦ୍ଧି କରିବା ସହ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ଚାହିଦାକୁ ପୂରଣ କରୁଥିବା ଉତ୍ପାଦ ତିଆରି କରିବାକୁ ଅନୁରୋଧ କରିଥିଲେ।

ବିଶ୍ୱ ଗେମିଂ ମାର୍କେଟରେ ଅଗ୍ରଣୀ: ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ଏହାର ସମୃଦ୍ଧ ପ୍ରାଚୀନ ପରମ୍ପରା ଏବଂ ସାହିତ୍ୟର ଉପଯୋଗ କରି ମେଡ୍ ଇନ୍ ଇଣ୍ଡିଆ ଗେମିଂ ଉତ୍ପାଦ ଆଣିବା ଉଚିତ୍ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତୀୟ ପେସାଦାରମାନେ କେବଳ ଖେଳିବା ରେ ନୁହେଁ ବରଂ ଖେଳ ସାମଗ୍ରୀ ଉତ୍ପାଦନରେ ମଧ୍ୟ ବିଶ୍ୱ ଗେମିଂ ବଜାରର ନେତୃତ୍ୱ ନେବା ଉଚିତ ଏବଂ ଭାରତୀୟ ଖେଳଗୁଡିକ ବିଶ୍ୱବ୍ୟାପୀ ନିଜର ପରିଚୟ ସୃଷ୍ଟି କରିବା ଉଚିତ୍।

ସବୁଜ ନିଯୁକ୍ତି ଏବଂ ସବୁଜ ହାଇଡ୍ରୋଜେନ ମିଶନ: ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତର ପ୍ରୟାସରେ ସବୁଜ ନିଯୁକ୍ତି ର ଗୁରୁତ୍ୱ ଉପରେ ଜୋର୍‌ ଦେଇଛନ୍ତି। ସେ କହିଥିଲେ ଯେ ଦେଶର ଧ୍ୟାନ ଏବେ ସବୁଜ ଅଭିବୃଦ୍ଧି ଏବଂ ସବୁଜ ନିଯୁକ୍ତି ଉପରେ ରହିଛି, ଯାହା ପରିବେଶ ସୁରକ୍ଷାରେ ଯୋଗଦାନ ଦେବା ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ସବୁଜ ହାଇଡ୍ରୋଜେନ ଉତ୍ପାଦନ ଏବଂ ପରିବେଶ ସଂରକ୍ଷଣ ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ ସ୍ଥାୟୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା କ୍ଷେତ୍ରରେ ବିଶ୍ୱସ୍ତରରେ ଅଗ୍ରଣୀ ହେବା ପାଇଁ ଭାରତର ପ୍ରତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଦୋହରାଇଥିଲେ।

ସୁସ୍ଥ ଭାରତ ମିଶନ: ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ ୨୦୪୭ର ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତକୁ ରାଷ୍ଟ୍ରୀୟ ପୋଷଣ ଅଭିଯାନର ଶୁଭାରମ୍ଭ ସହିତ ଆରମ୍ଭ ହୋଇଥିବା ‘ସୁସ୍ଥ ଭାରତ’ ପଥରେ ଆଗକୁ ବଢ଼ିବାକୁ ପଡ଼ିବ।

ରାଜ୍ୟସ୍ତରୀୟ ନିବେଶ ପ୍ରତିଯୋଗିତା: ପୁଞ୍ଜିନିବେଶ ଆକୃଷ୍ଟ କରିବା, ସୁଶାସନର ପ୍ରତିଶ୍ରୁତି ଦେବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ବିଶ୍ୱାସ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରମାନେ ସ୍ପଷ୍ଟ ନୀତି ପ୍ରଣୟନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଗ୍ଲୋବାଲ ବେଞ୍ଚମାର୍କ ଭାବରେ ଭାରତୀୟ ମାନକ: ଗୁଣବତ୍ତା ପ୍ରତି ପ୍ରତିବଦ୍ଧତା ପାଇଁ ଭାରତର ସ୍ୱୀକୃତି ପାଇବାର ଆକାଂକ୍ଷା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଭାରତୀୟ ମାନକ ଅନ୍ତର୍ଜାତୀୟ ମାନଦଣ୍ଡ ରେ ପରିଣତ ହେବାର ଇଚ୍ଛା ରଖିବା ଉଚିତ୍।

ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ :୨୦୩୦ ସୁଦ୍ଧା ୫୦୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ହାସଲ କରିବା ପାଇଁ ଭାରତର ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି। ସେ ଉଲ୍ଲେଖ କରି କହିଥିଲେ ଯେ ଜି-୨୦ ରାଷ୍ଟ୍ରମାନଙ୍କ ମଧ୍ୟରେ ଭାରତ ହେଉଛି ଏକମାତ୍ର ଦେଶ ଯିଏ ପ୍ୟାରିସ୍ ଚୁକ୍ତି ଲକ୍ଷ୍ୟ ପୂରଣ କରିଛି।

ଡାକ୍ତରୀ ଶିକ୍ଷା ସମ୍ପ୍ରସାରଣ: ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୫ ବର୍ଷ ମଧ୍ୟରେ ୭୫,୦୦୦ ନୂତନ ମେଡିକାଲ ସିଟ୍ ଯୋଡିବାକୁ ଯୋଜନା ଘୋଷଣା କରିଛନ୍ତି, ଯାହା ଦେଶର ଡାକ୍ତରୀ ଶିକ୍ଷା ସିଟ୍‌ କ୍ଷମତା ବୃଦ୍ଧି କରିବା ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ବଢୁଥିବା ଚାହିଦାକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛି।

ରାଜନୀତିରେ ଯୁବପିଢ଼ିଙ୍କୁ ସାମିଲ କରିବା : ପ୍ରଧାନମନ୍ତ୍ରୀ ମୋଦୀ ୧ ଲକ୍ଷ ଯୁବକଙ୍କୁ ରାଜନୈତିକ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଆହ୍ୱାନ ଦେଇଛନ୍ତି, ବିଶେଷକରି ଯେଉଁମାନଙ୍କ ପରିବାରରେ ରାଜନୀତିର କୌଣସି ଇତିହାସ ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରିବାରବାଦ ଏବଂ ଜାତିବାଦର କୁସଂସ୍କାର ବିରୋଧରେ ଲଢ଼ିବା ଏବଂ ଭାରତର ରାଜନୀତିରେ ନୂଆ ପିଢ଼ିକୁ ସାମିଲ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ଉଲ୍ଲାସର ସହ ପାଳିତ ହେଉଛି ବାସନ୍ତୀ ପୂଜା
  • କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ପେଟ୍ରୋଲ୍‌ ଡିଜେଲ୍‌ ଉପରୁ କମିଲା ଏକ୍ସସାଇଜ୍‌ ଡ୍ୟୁଟି
  • ପଶ୍ଚିମ ଏସିଆ ସଙ୍କଟ : ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥାହେବେ ପ୍ରଧାନମନ୍ତ୍ରୀ ମୋଦି
  • ରାଜ୍ୟରେ କାଳବୈଶାଖୀର ତାଣ୍ଡବ, ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ଆଜି ପବିତ୍ର ଶ୍ରୀରାମନବମୀ, ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପାରମ୍ପରିକ ସାହିଯାତ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In