• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୨୦୨୪-୨୫ ବର୍ଷରେ ଅଧାରୁ ସ୍କୁଲ ଛାଡ଼ିଛନ୍ତି ୯୬୪୧ ଛାତ୍ରଛାତ୍ରୀ

by Voice of Victims
March 28, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
୨୦୨୪-୨୫ ବର୍ଷରେ ଅଧାରୁ ସ୍କୁଲ ଛାଡ଼ିଛନ୍ତି ୯୬୪୧ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ୨୦୨୪-୨୫ ମସିହାରେ ୯୬୪୧ ଛାତ୍ରଛାତ୍ରୀ ଅଧାରୁ ପାଠ(ଡ୍ରପଆଉଟ) ଛାଡ଼ିଛନ୍ତି । ବିଧାନସଭାରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

ସେଥିମଧ୍ୟରେ ପ୍ରାଥମିକ ସ୍କୁଲ ସ୍ତରରେ ୨୫୪ ଜଣ ଓ ମାଧ୍ୟମିକ ସ୍କୁଲ ସ୍ତରରେ ୯୩୮୭ ପିଲା ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୩୨୭ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୧୦୬୨ ଏବଂ ନବରଙ୍ଗପୁର ଜିଲ୍ଲାରେ ୧୫୨ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ମୁଖ୍ୟତଃ ବିଭିନ୍ନ ପାରିବାରିକ ଓ ସାମାଜିକ କାରଣ ତଥା ପିତାମାତାଙ୍କର ବିଦ୍ୟାଳୟ ପଠାଇବା ପାଇଁ ଅନାଗ୍ରହରୁ ପିଲାମାନେ ଅଧାରୁ ପାଠ ଛାଡୁଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତଥ୍ୟ ଅନୁସାରେ ୨୦୨୪-୨୫ ବର୍ଷରେ ଭଦ୍ରକରେ ୨୬୧, ବଲାଙ୍ଗୀରରେ ୭୨୨, ବୌଦ୍ଦରେ ୧୯୧, କଟକରେ ୩୧୫, ଦେବଗଡ଼ରେ ୨୩୯, ଢ଼େଙ୍କାନାଳରେ ୨୮୫, ଗଜପତିରେ ୩୩୮, ଯାଜପୁରରେ ୪୦୪, ଝାରସୁଗୁଡ଼ାରେ ୯୧, କଳାହାଣ୍ଡିରେ ୧୦୮, କନ୍ଧମାଳରେ ୩୬୨, କେନ୍ଦୁଝରରେ ୪୧୯, ଖୋର୍ଦ୍ଧାରେ ୧୩୯, କୋରାପୁଟରେ ୫୮୮, ମାଲକାନଗିରିରେ ୬୨୦, ନୟାଗଡ଼ରେ ୪୮, ନୂଆପଡ଼ାରେ ୫୫୧, ପୁରୀରେ ୩୯୭, ରାୟଗଡ଼ାରେ ୯୪, ସମ୍ବଲପୁରରେ ୧, ସୋନପୁରରେ ୨ ଏବଂ ସୁନ୍ଦରଗଡ଼ରେ ୨୫ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ିଛନ୍ତି । ତେବେ ଅନୁଗୁଳ, ବରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୁରଭଞ୍ଜ ଜିଲ୍ଲାରେ ଡ୍ରପଆଉଟ ପିଲା ନାହାନ୍ତି ।

ମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ବିଗତ ୩ ବର୍ଷରେ ରାଜ୍ୟରେ ସମସ୍ତ ସ୍ତରରେ ଡ୍ରପଆଉଟ ହାର କମୁଛି । ଜାତୀୟ ହାର ତୁଳନାରେ ଆମ ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ସ୍ତରରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ହାର କମ ।

Post Views: 79
Share198Tweet124Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In