• About Us
  • Contact Us
Tuesday, March 31, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶାରେ ୯୮,୬୨୦ ଅପପୁଷ୍ଟି ଶିଶୁ

by Voice of Victims
October 11, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶାରେ ୯୮,୬୨୦ ଅପପୁଷ୍ଟି ଶିଶୁ

ଭୁବନେଶ୍ୱର: ନଗଡ଼ା ଅପପୁଷ୍ଟି ଦୁର୍ନାମ ସତ୍ତ୍ୱେ କେନ୍ଦ୍ର ତୁଳନାରେ ରାଜ୍ୟର ଅପପୁଷ୍ଟି ଶିଶୁ ହାର ୧.୩୦% କମ୍ ରହିଛି। ଅର୍ଥାତ ରାଜ୍ୟରେ ଅପପୃଷ୍ଟିର ହାର ୩.୩୭% ଥିଲାବେଳେ ଦେଶର ଅପପୁଷ୍ଟି ହାର ୫.୦% ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୯୮,୬୨୦ ଅପପୃଷ୍ଟି ଶିଶୁ ଚିହ୍ନଟ ହୋଇଛନ୍ତି। ଶିଶୁଟି ପାଇଁ ଅପପୁଷ୍ଟି ଜନ୍ମ ପୂର୍ବରୁ ମା’ ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା’ ଗର୍ଭରୁ ଦ୍ୱିତୀୟ ଜନ୍ମଦିନ ଅର୍ଥାତ ଶିଶୁଟି ୨ ବର୍ଷର ହେବା ପର୍ଯ୍ୟନ୍ତ ସମୟ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ଯଦି ଶିଶୁଟି ଅପପୁଷ୍ଟିରେ ଆକ୍ରାନ୍ତ ହୁଏ, ତାର ସମସ୍ତ ଜୀବନ ପ୍ରଭାବିତ ହୁଏ। ଅପପୁଷ୍ଟି ଶିଶୁ ଠାରେ ଦେଖାଦେଲେ ତାହା କେବଳ ତାର ସ୍ୱାସ୍ଥ୍ୟ ଉପରେ ସମସ୍ୟା ସୃଷ୍ଟି କରେନାହିଁ, ବରଂ ତାର ବିକାଶ ଓ ପରିବାରର ଆର୍ôଥକ ପରିସ୍ଥିତି ଉପରେ ପ୍ରଭାବ ପକାଇଥାଏ। ଫଳରେ ମୃତ୍ୟୁର ଆଶଙ୍କା ବଢ଼ିଯାଏ କିମ୍ବା ମୃତ୍ୟୁ ହୁଏ। ଶିଶୁର ବୟସ ଅନୁପାତରେ ଉଚ୍ଚତା, ଓଜନ ବଢ଼େନାହିଁ। ସେହିପରି କଥା କହିବାରେ ବିଳମ୍ବ କିମ୍ବା ପାଟି ଲାଗି ବା ଶାରୀରିକ ଶକ୍ତି କମର ଆଶଙ୍କା ଥାଏ। ସ୍କୁଲରେ ନିମ୍ନମାନର ପ୍ରଦର୍ଶନ ସହିତ ପାଠପଢ଼ା ଓ ସ୍ମରଣ ଶକ୍ତି କମିଯିବାର ଆଶଙ୍କା ବି ଥାଏ। ଯାଜପୁର ଜିଲ୍ଲାର ନଗଡ଼ା ହେଉଛି ଏହାର ପ୍ରକୃଷ୍ଟ ଉଦାହରଣ। ବିଶେଷଜ୍ଞଙ୍କ କହିବାନୁସାରେ ଅପପୁଷ୍ଟି ନିରାକରଣ ପାଇଁ ୧୦ଟି ବଡ଼ ପଦକ୍ଷେପ ନେବା ଜରୁରୀ। ତାହା ହେଉଛି ୧୮ବର୍ଷ ପରେ ଝିଅର ବିବାହ, ଗର୍ଭାବସ୍ଥା ପୂର୍ବରୁ, ଗର୍ଭାବସ୍ଥା ସମୟରେ ଏବଂ ପରେ ମହିଳାଟିର ଯତ୍ନ, ଜନ୍ମର ଏକ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ, ପରିପୂରକ ଖାଦ୍ୟର ଆରମ୍ଭ, ୬ ମାସ ପର୍ଯ୍ୟନ୍ତ କେବଳ ମା’କ୍ଷୀର ଦେବା, ଉପଯୁକ୍ତ ପରିମାଣ ସଠିକ୍ ଖାଦ୍ୟ ଦେବା, ଅସୁସ୍ଥତା ସମୟରେ ଓ ପରେ ଶିଶୁକୁ ପର୍ଯ୍ୟାପ୍ତ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ, ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ଯତ୍ନ ଓ ସ୍ୱଚ୍ଛ ପରିମଳ ବ୍ୟବସ୍ଥା ସହ ବିଶୁଦ୍ଧ ପାନୀୟ ଜଳ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସେଥିରେ ରାଜ୍ୟରେ ଶିଶୁମାନଙ୍କ ପୁଷ୍ଟିହୀନତା ହାରରେ କ୍ରମାଗତ ଭାବରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି କୁହାଯାଇଛି। ବିଶେଷକରି ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପଞ୍ଜୀକୃତ ସମସ୍ତ ୬ ମାସରୁ ୬ ବର୍ଷ ଶିଶୁମାନଙ୍କୁ ପ୍ରତି ମାସରେ ୨୫ ଦିନ ହିସାବରେ ବର୍ଷକୁ ୩୦୦ ଦିନ ପାଇଁ ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଏହି ଯୋଜନା ମାଧ୍ୟମରେ ୬ ମାସରୁ ୩ ବର୍ଷ ବୟସର ସାଧାରଣ ଶିଶୁଙ୍କୁ ଟିଏଚ୍‌ଆର ଛତୁଆ, ଅଣ୍ଡା, ଲଡୁ, ଶୁଖୁଲା ରାସନ ଇତ୍ୟାଦି ଯୋଗାଇ ଦିଆଯାଉଅଛି। ଯେଉଁ ଶିଶୁମାନେ ଅଣ୍ଡା ଖାଇବେନାହିଁ, ସେମାନଙ୍କୁ ମାସକୁ ଅତିରିକ୍ତ ଲଡ଼ୁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ୩ ବର୍ଷରୁ ୬ ବର୍ଷର ଶିଶୁଙ୍କୁ ଅଙ୍ଗନୱାଡ଼ି କେନ୍ଦ୍ରରେ ଗରମ ରନ୍ଧା ଖାଦ୍ୟରେ ସପ୍ତାହକୁ ୫ଟି ଅଣ୍ଡା ଦିଆଯାଉଛି। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୁଷ୍ଟି ଯୋଜନା ବି କାର୍ଯ୍ୟକାରୀ ହୋଇଛି। ଏହା ମାଧ୍ୟମରେ ଏସ୍‌ଏଏମ୍ ୬ ମାସରୁ ୫ ବର୍ଷ ଶିଶୁମାନଙ୍କୁ ପ୍ରତିଦିନ ୧୦୦ ଗ୍ରାମ ଛତୁଆ ଓ ଗୋଟିଏ ଅଣ୍ଡା ହିସାବରେ ୧୧୨ ଦିନ ପାଇଁ ଖାଦ୍ୟ ଯୋଗାଇ ଦିଆଯାଉଛି। ଏସୟୁଡବ୍ଲ୍ୟୁ ଓ ଏମ୍‌ଏଏମ୍ ଶିଶୁ ମାନଙ୍କୁ ବେସନ ଅଟା ମିଶ୍ରଣ, କଦଳୀ ଓ ଅଣ୍ଡା ୭୫ ଦିନ ପାଇଁ ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁଡ଼ିକରେ ବାସ କରୁଥିବା ୩-୬ ବର୍ଷ ବୟସର ଯେଉଁ ଶିଶୁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସି ପାରନ୍ତିନାହିଁ, ସେମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ସେଥିପାଇଁ ଅପପୁଷ୍ଟି କ୍ଷେତ୍ରରେ କେନ୍ଦ୍ରକୁ ପଛରେ ପକାଇ ଦେଇଛି ଓଡ଼ିଶା। 

Post Views: 82
Tags: 98
Share199Tweet125Send
Voice of Victims

Voice of Victims

Recent Posts

  • ବିଧାୟକ ପଦରୁ ଇସ୍ତଫା ଦେଲେ ନୀତିନ ନବୀନ, ଖାଲି ପଡିଛି ବାଙ୍କିପୁରର ଆସନ
  • ବିଧାନ ପରିଷଦର ସଦସ୍ୟ ପଦରୁ ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନୂଆ ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ
  • ବରିଷ୍ଠ ବିଜେଡି ନେତାଙ୍କ ପତ୍ନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ
  • ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In