୧୯୭୧ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତୀୟ ସେନାର ବିଜୟକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୬ ଡିସେମ୍ବରରେ ପାଳନ କରାଯାଉଥିବା “ବିଜୟ ଦିବସ”। ୧୯୭୧ ମସିହାରେ ପାକିସ୍ତାନ ବିରୁଦ୍ଧରେ ହୋଇଥିବା ସଂଘର୍ଷରେ ନିଜ ଜୀବନକୁ ବଳି ଦେଇଥିବା ପ୍ରତ୍ୟେକ ସାହସୀ ଭାରତୀୟ ସେନା ଯୋଦ୍ଧାଙ୍କ କାହାଣୀ ଅମର ହୋଇ ରହିଥାଏ। ୧୯୭୧ ଯୁଦ୍ଧ ସମୟରେ ଭାରତୀୟ ସେନା ୩,୯୦୦ ସାହସୀ ସମର୍ପିତ ସନ୍ୟ ହରାଇଲା | ଏହି ସୈନିକମାନଙ୍କ ବ୍ୟତୀତ ପ୍ରାୟ ୯୮୦୦ ସୈନିକ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୧୬, ୧୯୭୧ ରେ ୯୩,୦୦୦ ପାକିସ୍ତାନୀ ସୈନିକ ଆଣ୍ଠୁମାଡି ପଡ଼ିବା ପରେ ଭାରତ ବିଜେତା ଭାବରେ ଉଭା ହୋଇଥିଲା।ପାକିସ୍ତାନୀ ସେନାର ଆତ୍ମସମର୍ପଣକୁ ନେଇ ଭାରତ ମଧ୍ୟ ବାଂଲାଦେଶର ସ୍ପାଧୀନତାକୁ ସୁନିଶ୍ଚିତ କରିଥିଲା ଯାହା ପୂର୍ବରୁ ପୂର୍ବ ପାକିସ୍ଥାନ ଭାବରେ ଜଣାଶୁଣା ଥିଲା। ବିଜୟ ଦିବସ ହେଉଛି ଭାରତର ମହାନ ସୈନିକ ଫିଲ୍ଡ ମାର୍ଶଲ ସାମ ମନେକଶାଙ୍କୁ ସ୍ମରଣ କରିବାର ଦିନ, ଯିଏ ୧୯୭୧ ମସିହାରେ ପାକିସ୍ତାନ ବିରୋଧରେ ଯୁଦ୍ଧରେ ଭାରତକୁ ବିଜୟୀ କରାଇଥିଲେ।”ତୁମେ ଆତ୍ମସମର୍ପଣ କର କିମ୍ବା ଆମେ ତୁମକୁ ପୋଛି ଦେଉଛୁ।” ପାକିସ୍ତାନ ପାଇଁ ଏହି ବାର୍ତ୍ତା ଥିଲା ଫିଲ୍ଡ ମାର୍ଶଲ ମାନେକ୍ସାଙ୍କର, ଯିଏ ହେଉଛନ୍ତି ଜଣେ ନିର୍ଭୀକ ଦେଶପ୍ରେମୀ ଭାବରେ ଜଣାଶୁଣା ସୈନିକ। ସେ ଦେଶର ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣ ତଥା ପଦ୍ମ ଭୂଷଣ ପୁରସ୍କାର ବିଜେତା ଭାବରେ ସମ୍ମାନିତ ହୋଇଥିଲେ।
