• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କୁଶଭଦ୍ରା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ 

by Voice of Victims
December 16, 2023
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର
କୁଶଭଦ୍ରା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ 

ବାଲିପାଟଣା: ବନମାଳୀପୁର ସ୍ଥିତ କୁଶଭଦ୍ରା ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମ ଆଜି ପୂର୍ବାହ୍ନରେ ଶୁଭାରମ୍ଭ ହୋଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଏକ ମଶାଲ ଶୋଭାଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଛି। ଏହି ଉପଲକ୍ଷେ ଆୟୋଜିତ ସାଧାରଣ ସଭା ସୁବର୍ଣ୍ଣ ଜୟନ୍ତୀ କମିଟିର ଚେୟାରମେନ ଭାଗିରଥି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଏଥିରେ ମୁଖ୍ୟଅତିଥି ଭାବରେ ସମାଜସେବୀ ରମେଶ ଚନ୍ଦ୍ର ସାହୁ, ମୁଖ୍ୟବକ୍ତା ଭାବେ ପ୍ରେସ କ୍ଲବ୍ ସଭାପତି ଦିଲ୍ଲୀପ କୁମାର ଓଝା, ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ମଣ୍ଡଳ, ପ୍ରଧାନଶିକ୍ଷକ ତ୍ରିଲୋଚନ ଗଡପଲ୍ଲା, କମିଟି ଉପଦେଷ୍ଟା ରବୀନ୍ଦ୍ର କୁମାର ସାହୁ, ସରପଞ୍ଚ ଚନ୍ଦ୍ରକାନ୍ତି ବେହେରା, ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ପୁର୍ବତନ ପ୍ରଧାନଶିକ୍ଷକ ସୁଜାତା ସାମନ୍ତରାୟ, ପୂର୍ବତନ ଶିକ୍ଷା ଅଧିକାରୀ ବଳରାମ ପାତ୍ର ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ୫୦ ବର୍ଷ ଅବଧିରେ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ପ୍ରତିଷ୍ଠାତାମାନେ ଯେଉଁ ଅବଦାନ ଦେଇ ଯାଇଛନ୍ତି ତାହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ। ଅପରାହ୍ନ କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାର କାନ୍ତି ବେହେରା, ଜୟଦେବ ବିଧାୟକ ଡ୍ ଅରବିନ୍ଦ ଢ଼ାଲି ଯୋଗଦେଇ ଉଦ୍ୟୋକ୍ତାମାନଙ୍କର ଉଦ୍ୟମକୁ ପ୍ରଶଂସା କରି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ଶୁଭେଚ୍ଛା ଜଣାଇଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ଲେଙ୍କା ସଂଯୋଜନାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Post Views: 57
Share198Tweet124Send
Voice of Victims

Voice of Victims

Recent Posts

  • ଶ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ଜୀଉଙ୍କ ୩୨ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ
  • ପୁଣି ପାକିସ୍ତାନର ପାଗଳାମି, ଭାରତକୁ ପରମାଣୁ ବୋମାର ଧମକ
  • ଏପ୍ରିଲ ୧ରୁ ବଢିପାରେ ATF ମୂଲ୍ୟ ! ଯାତ୍ରା ମହଙ୍ଗା ନହେବା ପାଇଁ ସରକାର ନେଉଛନ୍ତି ପଦକ୍ଷେପ
  • ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ଉଦଘାଟିତ, ୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଯାଜପୁର ଜିଲ୍ଲାରେ ମହମ୍ମଦ ମୋକିମଙ୍କ ମିଶ୍ରଣ ପର୍ବ, ୭ଟି ନିର୍ବାଚନ ମଣ୍ଡଳୀର ବହୁ ତୁଙ୍ଗ ନେତା ଓ କର୍ମୀ ସାମିଲ ହେଲେ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In