• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ବୋମାମାଡ଼ରେ ଥରିଲା ତେହରାନ୍‌

by Voice of Victims
October 26, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ବୋମାମାଡ଼ରେ ଥରିଲା ତେହରାନ୍‌

ତେହରାନ୍‌/ ଜେରୁଜେଲମ୍‌ : ପ୍ରତିଶୋଧ ନିଆଁରେ ଜଳୁଥିବା ଇସ୍ରାଏଲ୍ ଶେଷରେ ଇରାନ୍ ଉପରେ ଆକ୍ରମଣ କରିଛି। ଇରାନ୍‌ର ପ୍ରାୟ ୨୦ଟି ସାମରିକ ଠିକଣା (ମିଲିଟାରୀ ବେସ୍‌) ଉପରେ ଇସ୍ରାଏଲ୍ ପକ୍ଷରୁ ଏୟାରଷ୍ଟ୍ରାଇକ୍ କରାଯାଇଛି। ଶନିବାର ଭୋର ସମୟରେ ୩ଟି ପର୍ଯ୍ୟାୟରେ ଏହି ଆକ୍ରମଣ କରାଯାଇଛି। ଆଇଡିଏଫ୍ ଅନୁସାରେ ପ୍ରଥମେ ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଟାର୍ଗେଟ୍ କରାଯାଇଥିଲା। ୨ୟ ଏବଂ ୩ୟ ପର୍ଯ୍ୟାୟରେ କ୍ଷେପଣାସ୍ତ୍ର, ଡ୍ରୋନ ଠିକଣା ଏବଂ ଅସ୍ତ୍ରଶସ୍ତ୍ର ଉତ୍ପାଦନ କେନ୍ଦ୍ରକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ଆକ୍ରମଣ ସମୟରେ ଜୋର୍ଡାନ, ଇରାକ ଏବଂ ସିରିୟା ଉପରେ ଇସ୍ରାଏଲର ଯୁଦ୍ଧ ବିମାନଗୁଡ଼ିକ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଇସ୍ରାଏଲ୍ ପକ୍ଷରୁ ନିଜ ଲଢ଼ୁଆ ଜେଟ୍ ଏଫ୍‌-୩୫କୁ ଏହି ଏୟାରଷ୍ଟ୍ରାଇକ୍ ପାଇଁ ବ୍ୟବହାର କରାଯାଇଥିବା ଜଣାପଡିଛି। ଏସବୁ ମଧ୍ୟରେ ଇସ୍ରାଏଲର ଆକ୍ରମଣ ସମ୍ପର୍କରେ ଇରାନ୍‌ର ବିବୃତ୍ତି ଆସିଛି। ଶନିବାର ସକାଳେ ଇରାନ ସେନା (ଆର୍ଟେଶ) କହିଛି ଯେ, ଇସ୍ରାଏଲ ସେନା ଇରାନ୍‌ର ତିନୋଟି ପ୍ରଦେଶ ଇଲାମ, ଖୁଜସ୍ତାନ ଏବଂ ତେହେରାନ ପ୍ରଦେଶରେ ଥିବା ସାମରିକ ବେସ୍‌କୁ ମୁଖ୍ୟତଃ ଟାର୍ଗେଟ କରି ଆକ୍ରମଣ କରିଥିଲା। ତୈଳ ଡିପୋ କିମ୍ବା ଆଣବିକ କେନ୍ଦ୍ରସ୍ଥଳୀଗୁଡ଼ିକୁ ଟାର୍ଗେଟ୍ କରାଯାଇନାହିଁ। ତେବେ ନିଜ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଇସ୍ରାଏଲ ଆକ୍ରମଣକୁ ପ୍ରତିହତ କରାଯାଇଥିବା କ୍ଷୟକ୍ଷତିକୁ ସୀମିତ ରଖାଯାଇଥିବା ଇରାନ ସେନା ଦାବି କରିଛି। ଇରାନ୍ ଦର୍ଶାଇଛି ଯେ, ଇସ୍ରାଏଲ୍ ପକ୍ଷରୁ ଏହାର ସାମରିକ ଆଡ୍ଡା ଉପରେ ହୋଇଥିବା ଆକ୍ରମଣରେ ୨ ଇରାନୀ ସୈନିକ ମୃତ୍ୟୁବରଣ କରିଛନ୍ତି ଏବଂ ଏକ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନଷ୍ଟ ହୋଇଛି। କିନ୍ତୁ ବାସ୍ତବରେ କେଉଁ ପରିମାଣର କ୍ଷୟକ୍ଷତି ହୋଇଛି ସେସମ୍ପର୍କରେ ଇରାନ୍ ସ୍ପଷ୍ଟ ସୂଚନା ଦେଇନାହିଁ। ନିକଟ ଅତୀତରେ (ଅକ୍ଟୋବର ୧) ଇରାନ୍ ପକ୍ଷରୁ ଇସ୍ରାଏଲ୍ ଉପରେ ଏକକାଳୀନ ୧୮୦ରୁ ଊର୍ଦ୍ଧ୍ୱ ମିସାଇଲ୍ ଆଟାକ୍ ସହ ବାଲିଷ୍ଟିକ୍ ମିସାଇଲ ମଧ୍ୟ ମାଡ଼ କରାଯାଇଥିଲା। କେବଳ ଆମେରିକାର ପରାମର୍ଶଜନିତ ଚାପ ଯୋଗୁ ଆଜି ପର୍ଯ୍ୟନ୍ତ ଇସ୍ରାଏଲ୍ ସେନାବାହିନୀ (ଆଇଡିଏଫ୍‌) ଇରାନ୍ ଉପରେ ପାଲଟା ଆକ୍ରମଣ କରିନଥିଲା। କିନ୍ତୁ ଇସ୍ରାଏଲ୍ ସେନା ପ୍ରତିଶୋଧ ନେବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ନେଇ ରିପୋର୍ଟ ବରାବର ଆସିବାରେ ଲାଗିଥିଲା। ଅନୁମାନ କରାଯାଉଥିଲା ଯେ ଆମେରିକାରେ ସାଧାରଣ ନିର୍ବାଚନ (ରାଷ୍ଟ୍ରପତି ନିର୍ବାଚନ) ଶେଷ ନହେବା ଯାଏ ହୁଏତ ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏବେ ଅର୍ଥାତ୍ ଇରାନ୍ ଆକ୍ରମଣର ପ୍ରାୟ ୨୬ ଦିନ ପରେ ଇସ୍ରାଏଲ୍ ସେନା ଇରାନ୍ ଉପରେ ଆକ୍ରମଣ କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ସୂଚନାଯୋଗ୍ୟ, ଇରାନ୍ ଉପରେ ଇସ୍ରାଏଲର ଏହି ଆକ୍ରମଣ ପରେ ମଧ୍ୟପ୍ରାଚ୍ୟର ଯୁଦ୍ଧ ସ୍ଥିତି ଆଉ ପାଦେ ଆଗକୁ ବଢ଼ିଛି। ଇରାନ ଇସ୍ରାଏଲ ଆକ୍ରମଣର ପ୍ରତିଜବାବ ଦେଲେ ଅନ୍ୟ ଦେଶଗୁଡ଼ିକ ଏଥିରେ ସାମିଲ ହେବା ସମ୍ଭାବନା ରହିଛି, ଯାହାଫଳରେ ସାରା ବିଶ୍ୱ ୩ୟ ବିଶ୍ୱଯୁଦ୍ଧ ଆଡକୁ ଅଗ୍ରସର ହୋଇପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞଙ୍କ ମହଲରେ ମତପ୍ରକାଶ ପାଇଛି। ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ର ଜବାବରେ ପାଲଟା ଆକ୍ରମଣ ନକରିବାକୁ ଆମେରିକା ଇରାନ୍‌କୁ ଚେତାବନୀ ଦେଇଛି। ଇରାନ୍ ଆକ୍ରମଣ କଲେ ଆମେରିକା ବାଧ୍ୟହୋଇ ଇସ୍ରାଏଲ୍‌କୁ ସୁରକ୍ଷା ଯୋଗାଇବ ବୋଲି ଆମେରିକା ସ୍ପଷ୍ଟ କରିଛି। ସେହିପରି ଇସ୍ରାଏଲ୍‌କୁ ମଧ୍ୟ ଏବେ ଶାନ୍ତ ରହିବାକୁ ଆମେରିକା ପରାମର୍ଶ ଦେଇଥିବା ଏବଂ ଏପ୍ରକାର ଆଭିମୁଖ୍ୟ ପ୍ରଦର୍ଶନ ନକରିବାକୁ କହିଥିବା ସୂଚନା ମିଳିଛି। ଇରାନ୍ ଉପରେ ଇସ୍ରାଏଲ୍‌ର ଆକ୍ରମଣ ପରେ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଫୋନ୍ ଯୋଗେ ଉଭୟ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଏବଂ ଇରାନ୍‌ର ସର୍ବୋଚ୍ଚ ନେତା ଖାମେନେଇଙ୍କ ସହ ଆଲୋଚନା କରିଛନ୍ତି। ସାମାନ୍ୟତମ ପ୍ରତିଶୋଧପରାୟଣତା ଖରାପ ପରିଣାମ ଆଣିପାରେ ବୋଲି ବାଇଡେନ୍ ଉଭୟ ନେତାଙ୍କୁ କହିଛନ୍ତି। ଇସ୍ରାଏଲର ଆକ୍ରମଣ ଘଟଣାକୁ ସାଉଦିଆରବ ଏବଂ ପାକିସ୍ତାନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ସାଉଦି ଆରବ ଇସ୍ରାଏଲର ଆକ୍ରମଣକୁ ଇରାନର ସାର୍ବଭୌମତ୍ୱ ଏବଂ ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ବୋଲି ବର୍ଣ୍ଣନା କରିଛି। ସାଉଦି ଆରବ ଉଭୟ ଦେଶକୁ ଚେତାବନୀ ଦେଇ କହିଛି ଯେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ସାମରିକ ବିବାଦର ଗମ୍ଭୀର ପରିଣାମ ହେବ। ସାଉଦି ପ୍ରେସ ଏଜେନ୍ସି ଅନୁଯାୟୀ ସାଉଦି ଆରବ ଉଭୟ ଇସ୍ରାଏଲ ଏବଂ ଇରାନକୁ ସଂଯମତା ଏବଂ ଟେନସନ ହ୍ରାସ କରିବାକୁ ନିବେଦନ କରିଛି। ଏହି ଅଞ୍ଚଳରେ ଉତ୍ତେଜନାକୁ ହ୍ରାସ କରିବା ତଥା ଜାରି ରହିଥିବା ବିବାଦର ଅନ୍ତ ଘଟାଇବା ପାଇଁ ସାଉଦି ଆରବ ମଧ୍ୟ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଏହାର ଭୂମିକା ଏବଂ ଦାୟିତ୍ୱ ତୁଲାଇବାକୁ ନିବେଦନ କରିଛି।

Post Views: 42
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In