• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଇନ କାନୁନ

ଅବକାରୀ ନିୟମରେ ସଂଶୋଧନ: ବାର୍‌ରେ ଚାଲିବ କେବଳ ଅର୍କେଷ୍ଟ୍ରା

by Voice of Victims
October 29, 2024
in ଆଇନ କାନୁନ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅବକାରୀ ନିୟମରେ ସଂଶୋଧନ: ବାର୍‌ରେ ଚାଲିବ କେବଳ ଅର୍କେଷ୍ଟ୍ରା

ଭୁବନେଶ୍ୱର: କିଛିଦିନର ବ୍ୟବଧାନ ପରେ ରାଜ୍ୟ ସରକାର ପୁଣିଥରେ ମଦ ବାର୍‌ଗୁଡ଼ିକ ପାଇଁ କଠୋର ହୋଇଛନ୍ତି। ଏଣିକି ବାର୍‌ଗୁଡ଼ିକରେ କେବଳ ଅର୍କେଷ୍ଟ୍ରା ରହିବ। ଆଉ ଡ୍ୟାନ୍ସ କାର୍ଯ୍ୟକ୍ରମ ହେବନି। ଏଥିପାଇଁ ଅବକାରୀ ନିୟମାବଳୀ-୨୦୧୭ରେ ସଂଶୋଧନ କରିଛନ୍ତି। ମଙ୍ଗଳବାର ବିଧିବଦ୍ଧ ବିଜ୍ଞପ୍ତି ଜାରିକରିବା ସହ କେବଳ କଟକ-ଭୁବନେଶ୍ୱର କମିଶନରେଟ୍ ପୁଲିସ ଅଞ୍ଚଳ ମଧ୍ୟରେ ଲାଇସେନ୍ସପ୍ରାପ୍ତ ଅନ୍‌ସପ୍ ଓ ବାର୍‌ଗୁଡ଼ିକରେ ମ୍ୟୁଜିକାଲ୍ ପ୍ରୋଗ୍ରାମ୍ ଓ ଅର୍କେଷ୍ଟ୍ରା କରିବାର ପ୍ରାବଧାନକୁ ହଟାଇ ଦେଇଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ(ସଂଶୋଧନ) ରୁଲସ୍‌-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲସ୍ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି। ଆଜିଠୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସଂଶୋଧିତ ନିୟମାବଳୀ(ରୁଲସ୍‌) ଆଧାରରେ ଏଣିକି ରାଜ୍ୟର ମଦ ବାର୍‌ଗୁଡ଼ିକରେ ମହିଳାମାନେ ମ୍ୟୁଜିକାଲ୍ ପ୍ରୋଗାମ୍ ଅବା ଅର୍କେଷ୍ଟ୍ରା ପରିବେଷଣ କରିପାରିବେ। ଓଡ଼ିଶା ଅବକାରୀ ରୁଲସ-୨୦୧୭ର ନିୟମାବଳୀ-୪୪(ସବ୍‌ରୁଲସ୍‌-୪)ର ପ୍ରାବଧାନରେ ସଂଶୋଧନ କରାଯାଇଛି। ଅବକାରୀ କମିଶନରଙ୍କ ଲିଖିତ ଅନୁମତି ଆଧାରରେ ବିଦେଶୀ ମଦ ଓ ଭାରତରେ ପ୍ରସ୍ତୁତ ବିଦେଶୀ ମଦ(ଆଇଏମ୍‌ଏଫ୍‌ଏଲ୍‌) ବିକିବାକୁ ଅନ୍‌ସପ୍ ଲାଇସେନ୍ସଧାରୀ ବା ଲାଇସେନ୍ସପ୍ରାପ୍ତ ବାର୍‌ରେ ୨୧ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳାମାନେ ମ୍ୟୁଜିକାଲ କାର୍ଯ୍ୟକ୍ରମ ଅବା ଅର୍କେଷ୍ଟ୍ରାରେ ସାମିଲ ହୋଇପାରିବେ। ପୁରୁଣା ନିୟମାବଳୀରେ ଥିବା ‘ଡ୍ୟାନ୍ସ କାର୍ଯ୍ୟକ୍ରମ’ର ପ୍ରାବଧାନକୁ ସଂଶୋଧିତ ରୁଲ୍‌ସରେ ହଟାଇ ଦିଆଯାଇଛି। ସେହିପରି ସବ୍‌ରୁଲ୍‌ସ-୫ରେ ସଂଶୋଧନ କରାଯାଇ ଏହି ଅନୁମତି ପ୍ରଦାନ ନିମନ୍ତେ ଯେଉଁଥିରେ ଅବକାରୀ କମିଶନରଙ୍କୁ ସର୍ତ୍ତମୂଳକ କ୍ଷମତା ଦିଆଯାଇଛି। ଅବକାରୀ କମିଶନର ୨୧ ସର୍ତ୍ତ ଆଧାରରେ ଏହି ମଦ ବାର୍‌ଗୁଡ଼ିକ ପରିଚାଳନା ପାଇଁ ଅନୁମତି ଦେଇପାରିବେ ବୋଲି ଏଥିରେ ଉଲ୍ଲେଖ ରହିଛି। ୨୦୧୭ ନିୟମାବଳୀରେ ୧୭ ସର୍ତ୍ତ ଥିବାବେଳେ ସଂଶୋଧିତ ନିୟମାବଳୀରେ ଆଉ ୪ ନୂଆ ସର୍ତ୍ତ ଯୋଡ଼ା ଯାଇଛି। ଲାଇସେନ୍ସପ୍ରାପ୍ତ ଅନସପ୍ ଓ ମଦବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବ, ଯାହାକି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେଉଥିବା ଷ୍ଟେଜ୍‌କୁ ଭଲଭାବେ ରେକର୍ଡିଂ କରିପାରୁଥିବ ଏବଂ ଏହି କ୍ୟାମେରା ୨୪ଘଣ୍ଟା ଅନ୍ ରହିବ ତଥା ସେଥିରେ କୌଣସି ପ୍ରକାରର ଟ୍ୟାମ୍ପରିଂ କରାଯିବ ନାହିଁ। ଏହି ସିସିଟିଭି କ୍ୟାମେରାର ହାର୍ଡ ଡିସ୍କରେ ଅତିକମରେ ୩ମାସର ରେକର୍ଡିଂ ଗଚ୍ଛିତ ରହିବାର ସୁବିଧା ଥିବା ଜରୁରୀ। ସିସିଟିଭି ଫୁଟେଜର ରେକର୍ଡିଂକୁ ସ୍ଥାନୀୟ ପୁଲିସ୍ ଥାନା ଅଫିସର ଓ ଅବକାରୀ ଥାନା ଅଧିକାରୀଙ୍କ ନିକଟରେ ଉପଲବ୍ଧ କରାଇବେ। ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ ତା’ହେଲେ ସମ୍ପୃକ୍ତ ବାର୍‌ମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ। ଆଉ ଯେ ପର୍ଯ୍ୟନ୍ତ ସିସିଟିଭି ଠିକ୍ ନହୋଇ ସେପର୍ଯ୍ୟନ୍ତ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ବନ୍ଦରହିବ। ଅର୍କେଷ୍ଟ୍ରା ପ୍ରଦର୍ଶନ କରୁଥିବା ମହିଳାଙ୍କ ରେକର୍ଡ ରଖିବା ପାଇଁ ବାର୍‌ଗୁଡ଼ିକୁ ରେଜିଷ୍ଟର୍ ରଖିବାକୁ ପଡ଼ିବ। ଯାହା ଦରକାର ସମୟରେ ପୁଲିସ ଅବା ଅବକାରୀ ଅଫିସରଙ୍କୁ ଦେବେ। ଲାଇସେନ୍ସଧାରୀ ନିଜର ଲାଇସେନ୍ସକୁ ସ୍ପଷ୍ଟ ଭାବେ ସର୍ବସାଧାରଣଙ୍କ ନିମନ୍ତେ ପ୍ରଦର୍ଶିତ କରିବେ। ଲାଇସେନ୍ସଧାରୀ ମଦବାର୍ ମାଲିକଙ୍କୁ ଆବେଦନ କରିବାବେଳେ ଅର୍କେଷ୍ଟ୍ରାରେ ପରିବେଷଣ କରୁଥିବା ମହିଳା ଅବା ପୁରୁଷଙ୍କ ଭୋଟର୍ ପରିଚୟପତ୍ର ଅବା ଆଧାରକାର୍ଡ ଦେବାକୁ ପଡ଼ିବ। ଏହାସହିତ ୬ମାସ ମଧ୍ୟରେ ଉଠାଯାଇଥିବା ଏକ ଫଟୋ ସହ ସେମାନଙ୍କର ନାମ, ସ୍ଥାୟୀ ଠିକଣା, ନାଗରିକତା ଓ ସ୍ଥାନୀୟ ଠିକଣା ମଧ୍ୟ ଦେବାକୁ ପଡ଼ିବ। ଆବେଦନକାରୀଙ୍କୁ ଏହି ନାମ ଓ ଠିକଣାଗୁଡ଼ିକର ସତ୍ୟତା ଯାଂଚ କରିବାକୁ ପଡ଼ିବ। ସେହିପରି ପ୍ରଦର୍ଶନକାରୀ(ପୁରୁଷ ଓ ମହିଳା)ଙ୍କ ପୋଷାକ ଶାଳୀନତା ଭିତରେ ରହିବା ଆବଶ୍ୟକ। ବାର୍ ପରିସରରେ ଯେଉଁ ଷ୍ଟେଜରେ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ ତା’ର ଚାରିପଟେ ୩ଫୁଟ ଉଚ୍ଚର ବାଡ଼ ରହିବ ଓ ଗ୍ରାହକଙ୍କଠୁ ଅତିକମ୍‌ରେ ୫ଫୁଟ ଦୂରତ୍ୱରେ ରହିବ। ସେହି ଷ୍ଟେଜ୍ ୧୦ଫୁଟରେ ୧୨ଫୁଟ ଅର୍ଥାତ୍ ସର୍ବନିମ୍ନ ୧୨୦ବର୍ଗଫୁଟ ହେବା ଜରୁରୀ। ମହିଳା ସଙ୍ଗୀତ ପରିବେଷଣକାରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଲକର ସୁବିଧା ରହିବା ଜରୁରୀ। ବାର୍‌ମାଲିକମାନେ ଏହି କର୍ମଚାରୀ ବା ପ୍ରଦର୍ଶନକାରୀଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରିବେ, ଯାହା ସେମାନେ ଡ୍ୟୁଟିବେଳେ ଉପଯୋଗ କରିପାରିବେ। ବାର୍ ପରିସରରେ ନିୟୋଜିତ କୌଣସି ମହିଳା ଯେଭଳି ଯୌନ ଓ ଅନ୍ୟ ନିର୍ଯାତନାର ଶିକାର ନହେବେ ସେଥିପାଇଁ ବାର୍‌ମାଲିକମାନେ ପର୍ଯ୍ୟାପ୍ତ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ। ସେହିପରି ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରୁଥିବା ପୁରୁଷ ଅବା ମହିଳାଙ୍କୁ ଏଣିକି ଗ୍ରାହକମାନେ ସିଧାସଳଖ ଟଙ୍କା ଅବା କୌଣସି ପୁରସ୍କାର ଦେଇପାରିବେ ନାହିଁ। ଯଦି କେଉଁ ଗ୍ରାହକ ଦେବାକୁ ଇଚ୍ଛୁକ ଥିବେ ତା’ହେଲେ ସମ୍ପୃକ୍ତ ମଦବାର୍‌ର ପରିଚାଳକଙ୍କ ମାଧ୍ୟମରେ ତାହା ଦେଇପାରିବେ। ମଦବାର ପରିସରରେ କାହାରିକୁ ସିଗାରେଟ୍ ସେବନ ପାଇଁ ଅନୁମତି ମିଳିବ ନାହିଁ। ଆବେଦନକାରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠୁ ଅଗ୍ନିଶମ ପ୍ରମାଣପତ୍ର ଦେବାକୁ ଆଣିବାକୁ ପଡ଼ିବ। ସେହିପରି ମଦବାର ପରିସରରେ ଶବ୍ଦ ପ୍ରଦୂଷଣ ନିୟମ-୨୦୦୦ର ସର୍ତ୍ତାବଳୀ ମଧ୍ୟ ବାରମାଲିକମାନଙ୍କୁ ପାଳନ କରିବାକୁ ପଡ଼ିବ।

Post Views: 57
Share200Tweet125Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In