• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ୩ ପ୍ରକଳ୍ପର ଶୁଭାରମ୍ଭ: ଭୁବନେଶ୍ୱରରେ ସିଡିଟିଏଲ୍‌, ବରଗଡ଼ରେ କ୍ରିଟିକାଲ କେୟାର ସେଣ୍ଟର୍‌

by Voice of Victims
October 29, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ୩ ପ୍ରକଳ୍ପର ଶୁଭାରମ୍ଭ: ଭୁବନେଶ୍ୱରରେ ସିଡିଟିଏଲ୍‌, ବରଗଡ଼ରେ କ୍ରିଟିକାଲ କେୟାର ସେଣ୍ଟର୍‌

ଭୁବନେଶ୍ୱର: ଓଡ଼ିଶାରେ ୩ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ନିକଟସ୍ଥ ଗୋଠପାଟଣା ଠାରେ ସେଣ୍ଟ୍ରାଲ ଡ୍ରଗ୍‌ସ ଟେଷ୍ଟିଙ୍ଗ ଲାବୋରେଟୋରୀ, ବରଗଡରେ ଏକ କ୍ରିଟିକାଲ୍ କେୟାର ସେଣ୍ଟରର ଉଦ୍‌ଘାଟନ କରିଥିବା ବେଳେ, ଖୋର୍ଦ୍ଧା ଜିଲ୍ଲା ବିଞ୍ଝଗିରି ଠାରେ କେନ୍ଦ୍ରୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ସେଣ୍ଟ୍ରାଲ ଡ୍ରଗ୍ସ ସେଣ୍ଟର ଯୋଗୁ ରାଜ୍ୟରେ ତ୍ୱରାନ୍ୱିତ ହୋଇପାରିବ ଔଷଧ ବିତରଣ। ଲୋକେ ଏହାର ସିଧାସଳଖ ସୁଫଳ ପାଇବେ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଏସବୁ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ସ୍ଥାନୀୟ ଗୋଠପାଟଣା ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ଏହି ଡ୍ରଗ୍ ଟେଷ୍ଟିଙ୍ଗ ଲାବୋରେଟୋରୀ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଥିବା ଭଲପାଇବାର ନିଦର୍ଶନ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଓଡ଼ିଶାରେ ଏକ ଅନ୍ତର୍ଜାତୀୟ ମାନର ଭେଷଜ ପରୀକ୍ଷା ପ୍ରୟୋଗଶାଳା ସ୍ଥାପିତ ହୋଇପାରିଛି। ଏହି ପ୍ରୟୋଗଶାଳାର ସ୍ଥାପନା ଦ୍ୱାରା ଭେଷଜ ପରୀକ୍ଷା ଓ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହା ପୂର୍ବରୁ ଆମକୁ ଔଷଧର ମାନ ପରୀକ୍ଷଣ ପାଇଁ ରାଜ୍ୟ ବାହାରର କେନ୍ଦ୍ରୀୟ ପ୍ରୟୋଗଶାଳା ଉପରେ ନିର୍ଭର କରିବାକୁ ପଡୁଥିଲା। କିନ୍ତୁ ଏବେ ଆମ ହାତ ପାଆନ୍ତାରେ ଏହି ପ୍ରୟୋଗଶାଳା ହେବା ଦ୍ୱାରା ସମୟ ବଞ୍ଚିବା ସହିତ ତ୍ୱରାନ୍ୱିତ ଭାବେ ଆମେ ଔଷଧର ମାନ ପରୀକ୍ଷଣ କରି ତା’ର ରିପୋର୍ଟ ପାଇ ପାରିବା ଯାହାକି ଆମର ସାଧାରଣ ଜନତାଙ୍କୁ ଅଧିକ ମାତ୍ରାରେ ଉପକୃତ କରିବ। ଏତଦ୍ୱାରା ଆମ ରାଜ୍ୟରେ ଉନ୍ନତମାନର ଔଷଧର ବିତରଣକୁ ପ୍ରୋତ୍ସାହନ ମିଳିବ। ଏହା ଆମ ପାଇଁ ବହୁତ ଗର୍ବର ବିଷୟ। ଏହି ପ୍ରୟୋଗଶାଳା ଆମ ରାଜ୍ୟରେ ଥିବା ଓଡ଼ିଶା ସରକାରଙ୍କର ପ୍ରୟୋଗଶାଳା ଉପରେ ପରୀକ୍ଷଣର ଚାପକୁ ଦୂର କରିବ। ଆମ ଓଡ଼ିଶା ମାଟିରୁ ସମଗ୍ର ଦେଶକୁ ସେବା ଦେବା ପାଇଁ ସୁଯୋଗ ମିଳିଥିବାରୁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରସରକାରଙ୍କୁ ଅନେକ ଧନ୍ୟବାଦ ଦେବା ସହ ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ଦେଶରେ ଟୀକାକରଣ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ୟୁ-ଉଇନ ପୋର୍ଟାଲ ଦେଶର ଦୂର୍ଗମ ଅଞ୍ଚଳକୁ ଉନ୍ନତ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ଡ୍ରୋନ୍ ସେବା ବ୍ୟବସ୍ଥା, ଆନୁଷଙ୍ଗିକ ସ୍ୱାସ୍ଥ୍ୟସେବା କ୍ଷେତ୍ରର ପ୍ରଫେସନାଲ୍ ମାନଙ୍କ ପାଇଁ ଡିଜିଟାଲ ଇନିସିଏଟିଭ୍ ଏବଂ ଆହୁରି ଅନେକ ଯୋଜନାର ମଧ୍ୟ ଶୁଭାରମ୍ଭ କରିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆମ ନୂଆ ସରକାର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଚଳିତ ବର୍ଷ ବଜେଟରେ ଆମେ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ପାଇଁ ୨୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ କରିଛୁ। ଏହା ପୂର୍ବ ବର୍ଷ ଅପେକ୍ଷା ୩୨ ପ୍ରତିଶତ ଅଧିକ। ଏହା ଆମ ଚଳିତ ବଜେଟ୍‌ର ୮ ପ୍ରତିଶତ ଅଟେ। ଏଥିରୁ ଆପଣମାନେ ଅନୁଭବ କରିପାରୁଥିବେ ଯେ ଆମ ସରକାର ସ୍ୱାସ୍ଥ୍ୟ ସେବାକୁ କେତେ ଗୁରୁତ୍ୱ ଦେଉଛି। ଆୟୁର୍ବେଦ ଓ ଯୋଗ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଦୁଇଟି ପାରମ୍ପରିକ ବିଜ୍ଞାନ ସାରା ବିଶ୍ୱକୁ ପ୍ରାଚୀନ ଭାରତର ମହର୍ଷିମାନଙ୍କର ଏକ ମହାନ ଅବଦାନ। ହିନ୍ଦୁ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଭଗବାନ ଶିବ ହେଉଛନ୍ତି ଆଦିଯୋଗୀ। ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ମହର୍ଷି ପତଞ୍ଜଳୀ ପ୍ରଥମେ ଯୋଗଶାସ୍ତ୍ର ରଚନା କରିଥିଲେ। ଯୋଗ ଦ୍ୱାରା ଶାରିରୀକ ମାନସିକ ସନ୍ତୁଳନ ରକ୍ଷା ହୋଇଥାଏ। ଆଜିର ସମାଜରେ ଜୀବନ ଶୈଳୀରେ ସାମାନ୍ୟ ପରିବର୍ତ୍ତନ କରି ଯୋଗ ମାଧ୍ୟମରେ ଆମେ ନିଜକୁ ଆରୋଗ୍ୟ କରିପାରୁଛୁ। ଆଜିର ବୈଜ୍ଞାନିକ ଯୁଗରେ ମଧ୍ୟ ଯୋଗ, ସର୍ବମାନ୍ୟ ଓ ଲୋକପ୍ରିୟ ହୋଇପାରିଛି । ଆଜି ଯୋଗ କେବଳ ଆଶ୍ରମ ଓ ସାଧୁସନ୍ଥ ମାନଙ୍କ ମଧ୍ୟରେ ସୀମିତ ନୁହେଁ। ଏହା ଆଜି ଆମ ଦୈନିକ ଜୀବନର ମଧ୍ୟ ଏକ ଅଂଶ ବିଶେଷ ହୋଇପାରିଛି। ସମଗ୍ର ବିଶ୍ୱର ଜନସାଧାରଣ ଆଜି ଯୋଗ ପ୍ରତି ସଚେତନ ଅଛନ୍ତି। ଯୋଗର ଲୋକପ୍ରିୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ଯୋଗକୁ ଆଗରୁ ମଧ୍ୟ ଲୋକ ଜାଣି ଥିଲେ। କିନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ୨୦୧୫ରୁ ଯେତେବେଳେ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ରୂପେ ପାଳନ କରାଗଲା, ସେବେଠାରୁ ଯୋଗର ଲୋକପ୍ରିୟତା ବୃଦ୍ଧି ପାଇ ଚାଲିଛି। ଆଜି ବିଶ୍ୱର ପ୍ରତ୍ୟେକ ଦେଶରେ ଯୋଗର ଅଭ୍ୟାସ କରାଯାଉଛି। ଲୋକ ମାନେ ଯୋଗକୁ ଉରକ୍ଷରଭକ୍ସବଗ୍ଧର କରୁଛନ୍ତି। ବିଶ୍ୱରେ ଭାରତର ଗୌରବକୁ ଶୀର୍ଷରେ ପହଞ୍ଚାଇବା ପାଇଁ ମୋଦୀଜୀ କୌଣସି ସୁଯୋଗ ଛାଡନ୍ତି ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ୱାସ୍ଥ୍ୟ ହିଁ ସମ୍ପଦ, ସ୍ୱାସ୍ଥ୍ୟ ହିଁ ଜୀବନର ବେଦ, ଏହି କଥାକୁ ଆମେ ସୁଦ୍ଧ ଅନ୍ତକରଣରେ ଲୋକଙ୍କ ସାମୁହିକ ସୁବିଧା ନିମନ୍ତେ ପ୍ରୟୋଗ କରିବାକୁ ପ୍ରତିଜ୍ଞାବଦ୍ଧ ଅଟୁ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଏବଂ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡିଶା ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ନିଶ୍ଚିତ ଭାବେ ଯୁଗାନ୍ତକାରୀ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଆମର ପ୍ରଧାନମନ୍ତ୍ରୀ ଦେଶରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥାକୁ ସାର୍ବଜନୀନ କରିଛନ୍ତି। ଏହି ସେବାକୁ ସମସ୍ତଙ୍କ ପାଇଁ ସୁଲଭ ଓ ସହଜ କରିଛନ୍ତି। ପ୍ରତିବର୍ଷ ଆମ ଦେଶରେ ଲୋକଙ୍କୁ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚରୁ ମୁକ୍ତ କରିଛନ୍ତି। ଗତ ୫ ବର୍ଷରେ ସ୍ୱାସ୍ଥ୍ୟଜନିତ ଖର୍ଚ୍ଚ କରି ଆର୍ôଥକ ଦୂରବସ୍ଥା ଭୋଗୁଥିବା ପରିବାରଙ୍କୁ ଭାରମୁକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ। ଆୟୁର୍ବେଦ ଆମ ଦେଶରେ ଅମୃତ ସଦୃଶ କାମ କରୁଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ କହିଥିଲେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବେ ବୋଲି। ମୋଦୀଜୀଙ୍କ ନେତୃତ୍ୱରେ ବିଶ୍ୱ ମାନଚିତ୍ରରେ ଭାରତ ସର୍ବଶ୍ରେଷ୍ଠ ରାଷ୍ଟ୍ର ହେବ। ଆଗାମୀ ଦିନରେ ଓଡିଶା ନିଶ୍ଚିତ ରୂପେ ବିକଶିତ ରାଜ୍ୟ ହେବେ। କାର୍ଯ୍ୟକ୍ରମରେ ଡିସିଜିଆଇ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ. ଏସ୍‌. ଧନ୍ୟବାଦ ଅର୍ପଣ କରିଥିଲେ।

Post Views: 42
Tags: PM launches 3 projects in Odisha: CDTL in Bhubaneswar
Share199Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In