• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ନଭେମ୍ବର ୨୬ରୁ ବିଧାନସଭା ଶୀତ ଅଧିବେଶନ

by Voice of Victims
October 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ନଭେମ୍ବର ୨୬ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ନଭେମ୍ବର ୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ତାହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ଏହାରି ମଧ୍ୟରେ ୩୦ଟି କାର୍ଯ୍ୟଦିବସ ରହିବ। ବୁଧବାର ବିଧାନସଭା ସଚ୍ଚିବାଳୟ ପକ୍ଷରୁ ଜାରି ହୋଇଛି ଏହି ବିଜ୍ଞପ୍ତି। ମୋଟ୍ ୩୦ କାର୍ଯ୍ୟକାରୀ ଦିବସ ମଧ୍ୟରୁ ନଭେମ୍ବରରେ ୫ ଓ ଡିସେମ୍ବର ମାସରେ ୨୫ କାର୍ଯ୍ୟ ଦିବସ ରହିବ। ପ୍ରଥମ ଦିବସରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ର ତିନି ମାସ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ବଜେଟ୍ ଉପରେ ଡିସେମ୍ବର ୨, ୩ ଓ ୪ରେ ତିନି ଦିନ ଧରି ଆଲୋଚନା ହେବ। ଏହା ପରେ ଡିସେମ୍ବର ୫ରେ ବିନିଯୋଗ ବିଲ ପାରିତ ହେବ। ବିଧାନସଭା ନିୟମାନୁସାରେ ବର୍ଷକୁ ୬୦ ଦିନ ଗୃହ ଚାଲିବା କଥା। ପୂର୍ବ ବିଜେଡି ସରକାର ଧାର୍ଯ୍ୟ ସମୟ ଠାରୁ କମ୍ ଦିନ ଗୃହ ଚଳାଉଥିବାରୁ ବିଜେପି ବାରମ୍ବାର ପ୍ରତିବାଦ କରିଥିଲା। ଏବେ କ୍ଷମତାକୁ ଆସିବା ପରେ ବିଜେପି ସରକାର ସାମ୍ବିଧାନିକ ନୀତି ନିୟମ ପାଳନ ଉପରେ ଗୁରୁତ୍ୱ ଦେଇଛି। ଅସ୍ଥାୟୀ କ୍ୟାଲେଣ୍ଡର ଅନୁଯାୟୀ ସରକାରୀ କାର୍ଯ୍ୟ ପାଇଁ ଅତି କମରେ ୨୦ ଦିନ ଏବଂ ବିଲ୍ ଓ ସଂକଳ୍ପକୁ ମିଶାଇ ବେସରକାରୀ ସଦସ୍ୟ ବ୍ୟବସାୟ ପାଇଁ ୫ ଦିନ ସମୟ ରହିିଛି। ତେବେ ନଭେମ୍ବର ୨୬ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ସମସ୍ତ ରବିବାର ଗୃହ ବନ୍ଦ ରହିବ ଏବଂ ଡିସେମ୍ବର ୨୫ ରେ ଖ୍ରୀଷ୍ଟମାସ କାରଣରୁ ଗୃହ ଚାଲିବ ନାହିଁ।

Post Views: 39
Share197Tweet123Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In