• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସରୋଜିନୀ ସାହୁ ପାଇଲେ ୪୫ତମ ଶାରଳା ପୁରସ୍କାର

by Voice of Victims
October 30, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସରୋଜିନୀ ସାହୁ ପାଇଲେ ୪୫ତମ ଶାରଳା ପୁରସ୍କାର

ଭୁବନେଶ୍ୱର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇଣ୍ଡିଆନ୍‍ ମେଟାଲ୍‍ସ ପବ୍ଲିକ୍‍ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କଥାକାର ଡ. ସରୋଜିନୀ ସାହୁଙ୍କୁ ପ୍ରଦାନ କରାଯାଇଛି। ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ କବି ଓ କଥାକାର ଦେବଦାସ ଛୋଟରାୟ ଡ. ସାହୁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ପ୍ରାପ୍ତ ଏହି ପୁରସ୍କାର ବାବଦରେ ଲେଖିକାଙ୍କୁ ତାମ୍ରଫଳକ, ଉପାୟନ ସହିତ ସାତଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପି ସାଧନା ପାଇଁ ବର୍ଷିୟାନ୍‍ ସ୍ଥପତି ସୁଦର୍ଶନ ସାହୁ ଏବଂ ଲୋକପ୍ରିୟ କଣ୍ଠଶିଳ୍ପୀ ତାନ୍‍ସେନ୍‍ ସିଂଙ୍କୁ ଅଢ଼େଇଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ଓ ତାମ୍ରଫଳକ ସହ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ପ୍ରଦାନ କରାଯାଇଛି। ଉତ୍ସବରେ ଅଧ୍ୟକ୍ଷତା କରି ଇମ୍ପାକ୍ଟର ଟ୍ରଷ୍ଟି ଶ୍ରୀମତୀ ପାରମିତା ପଣ୍ଡା କହିଥିଲେ ଯେ ଜଣେ ଯୋଗ୍ୟ ଲେଖକ କିମ୍ବା କଳାକାର ଅର୍ଥାଭାବ ଯୋଗୁଁ ସୃଜନଶୀଳତାଠାରୁ ଦୂରେଇ ନଯାଆନ୍ତୁ, ଏହା ହିଁ ଏହି ପୁରସ୍କାର ପ୍ରଦାନର ନିହିତ ଉଦ୍ଦେଶ୍ୟ। ତ୍ରି-ସ୍ତରୀୟ ବିଚାର ପ୍ରକ୍ରିୟାରେ ‘ପ୍ରାଥମିକ ସୁପାରିସ’ ହିଁ ଏହି ମର୍ଯ୍ୟାଦାଜନକ ପୁରସ୍କାରର ମୂଳଦୁଆ। ସୁପାରିସ ଯେତେ ଅଧିକ ପରିମାଣରେ ହେବ, ଏହି ପୁରସ୍କାରର ପରିସର ସେତେ ବ୍ୟାପକ ଓ ସ୍ୱଚ୍ଛ ହେବ। ଏହି ଅବସରରେ ମୁଖ୍ୟଅତିଥି ଦେବଦାସ ଛୋଟରାୟ କହିଥିଲେ ଯେ ୨୦୦୦ ମସିହାରେ ମୋର ପିତା ନାଟ୍ୟକାର ଗୋପାଳ ଛୋଟରାୟ ଶାରଳା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ ବି ସମ୍ମାନ ଗ୍ରହଣ ପାଇଁ ଆସିପାରି ନଥିଲେ। ଉଦ୍ୟୋକ୍ତା ଇଲା ଓ ବଂଶୀଧର ପଣ୍ଡା ପୁରସ୍କାର ଆଣି ଘରେ ବାପାଙ୍କୁ ପ୍ରଦାନ କରିଥିଲେ। ଏପରି ମହାନତା କ୍ୱଚିତ ପୁରସ୍କାର ପ୍ରବର୍ତ୍ତକଙ୍କଠାରେ ଦେଖିବାକୁ ମିଳେ। ପୃଥିବୀର ଅଧିକାଂଶ ଗଳ୍ପପଢୁଥିବା ମଣିଷ ଗଳ୍ପର ବାହାରେ ଥାଆନ୍ତି। କେବଳ ଗାଳ୍ପିକ ହିଁ ଏକମାତ୍ର ଯିଏ ଗଳ୍ପ ରଚନା କରୁକରୁ ନିଜେ ବନିଯାଏ ତା’ର ମୋହରା। ଡ. ସରୋଜିନୀ ସାହୁ କହିଥିଲେ ଯେ ଶାରଳା ପୁରସ୍କାର ଘୋଷଣା ପରେ ମୁଁ ଯେମିତ ଯୋଡି ହେଇଗଲି ବାକି ତମାମ୍ ଦୁନିଆ ସହ। ମୋ ଶୈଶବ-କୈଶୋରର ବନ୍ଧୁ ଓ ସଂପର୍କୀୟମାନଙ୍କ ପାଇଁ ମୁଁ ପୁଣି ଥରେ ଜିଇଁ ଉଠିଲା ପରି ମନେହେଲା। ମୁଁ ଯେ ବଞ୍ଚିଛି ୟେ ପ୍ରକାର ହୃଦବୋଧ ହେଲା। ଏ ଏକ ଅଜବ ଜୀବନୀଶକ୍ତି। ଗଭୀର ନିଦ ଭିତରୁ ୟେ ଏକ ଅଦ୍ଭୁତ ଜାଗରଣ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଲେଖକ ଓ ସାହିତ୍ୟପ୍ରେମୀମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Post Views: 39
Share198Tweet124Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In