• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ବାଣ ଜନିତ ବାୟୁ ପ୍ରଦୂଷଣକୁ ରୋକିଲା ବର୍ଷା

by Voice of Victims
November 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ବାଣ ଜନିତ ବାୟୁ ପ୍ରଦୂଷଣକୁ ରୋକିଲା ବର୍ଷା

ଭୁବନେଶ୍ୱର: କେହି ମାନିଲେନି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର କଟକଣା। ଢୋ ଢ଼ା କରି ଫୁଟାଇଲେ ‘ବାଣ’। ଏଥିଯୋଗୁଁ ବିଗାଡ଼ିଗଲା ବାୟୁ ପ୍ରଦୂଷଣର ସ୍ଥିତି। ରାଜଧାନୀ ଭୁବନେଶ୍ୱରର ପ୍ରଦୂଷଣର ସ୍ତର ଚିନ୍ତାଜନକ ହୋଇଥିଲା। ଲୋକେ ନିଶ୍ୱାସ ପ୍ରଶ୍ୱାସ ଜନୀତ ସମସ୍ୟାର ସମ୍ମୁଖୀନ ହେବାକୁ ଯାଉଥିଲେ। ହେଲେ ଭଗବାନ ସହାୟକ ହେଲେ। ଅଦିନିଆ ବର୍ଷା ଯୋଗୁଁ ବାୟୁୁ ପ୍ରଦୂଷଣରୁ ବର୍ତ୍ତିଗଲେ ରାଜଧାନୀବାସୀ। ଏହାସତ୍ତ୍ୱେ ବି ଏନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଭୁବନେଶ୍ୱର ସହର ସହ ତାଳଚେର, ବାଲେଶ୍ୱର, ରାଉରକେଲା ସହରର ବାୟୁ ପ୍ରଦୂଷଣର ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ। ସାରା ଭାରତ ବର୍ଷରେ ଗୋଟିଏ ଦିନରେ ଦୀପାବଳୀ ପାଳନ କରିଥିବାବେଳେ ଓଡ଼ିଶାରେ ଦୁଇ ଦିନ ପାଳନ ହୋଇଛି। ବିଭିନ୍ନ ପାଞ୍ଜିରେ ଦିଆଯାଇଥିବା ତିଥି ଓ ଲଗ୍ନକୁ ନେଇ ଦୀପାବଳି ପାଳନ କରୁଛନ୍ତି। ଏଥିଯୋଗୁଁ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି। ବିରଜା ପାଞ୍ଜିକୁ ମାନୁଥିବା ଲୋକେ ଗୁରୁବାର ଆଲୋକର ପର୍ବ ଦୀପାବଳି ପାଳନ କରିଥିବାବେଳେ କୋହେନୂର ଓ ଖଡ଼ୀରତ୍ନ ପଞ୍ଜିକାକୁ ଅନୁସରଣ କରୁଥିବା ଲୋକେ ଶୁକ୍ରବାର ଦୀପାବଳି ପାଳନ କରିଛନ୍ତି। ଦୂଇ ଦିନ ଧରି ବାଣ ଫୁଟା ହୋଇଛି। ଯଦିଓ ଦ୍ୱିତୀୟ ଦିନ ବାଣ ଫୁଟା ପ୍ରଥମ ଦିନ ଠାରୁ କମ୍ ରହିଛି ହେଲେ ପ୍ରଦୂଷଣ ସ୍ତର କମ୍ ରହିନାହିଁ, ବଢ଼ିଛି। ଓଡ଼ିଶା ସମେତ ସାରା ଦେଶରେ ସୁପ୍ରିମକୋର୍ଟ ବାଣ ଫୁଟା ଗାଇଡ଼ଲାଇନ୍ସ ଜାରି କରିଥିଲେ। ଏହାକୁ ଆଧାର କରି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶାରେ କଟକଣା ଜାରି କରିଥିଲା। ଲୋକଙ୍କୁ ବାରମ୍ବାର ଅନୁରୋଧ କରାଯାଇଥିଲା। ସକାଳେ ବାଣ ଫୁଟାଇ ନଥିଲେ ହେଁ ରାତିରେ ଅଧିକ ଫୁଟାଇଥିଲେ। ଫଳରେ ବାୟୁ ପ୍ରଦୂଷଣ ଅଧିକ ରହିଛି। ତେଣୁ ବାଣ ଫୁଟାରୁ ପ୍ରଦୂଷଣର ମାତ୍ରାକୁ ନଭେମ୍ବର ୩ ତାରିଖ ଯାଏଁ କେନ୍ଦ୍ରକୁ ସମୀକ୍ଷା ରିପୋର୍ଟ ଦିଆଯିବ। ଏହି ସୂଚନା ଦେଇଛନ୍ତି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସଚିବ କେ.ମୁରୁଗେସନ। ଶ୍ରୀ ମୁରୁଗେସନ କହିଛନ୍ତି ଯେ ବାଣ ଫୁଟା ଯୋଗୁଁ ଭୁବନେଶ୍ୱରରେ ଏୟାର କ୍ୱାଲିଟି(ଏକ୍‌ୁ୍ୟ) ଖରାପ ହୋଇଥିଲା। ବୁଧବାର ସକାଳେ ରାଜଧାନୀର ବାୟୁ ପ୍ରଦୂଷଣ ଏଫକ୍ୟୁ ସ୍ତର ୬୦-୭୦ ଥିଲା। ତାହା ସନ୍ତୋଷଜନକ ଥିଲେ ହେଁ ସନ୍ଧ୍ୟାରେ ତାହା ବଢ଼ି ୧୦୦ ଏକ୍‌ୁ୍ୟ ହୋଇଯାଇଥିଲା। ମାତ୍ର ଗୁରୁବାର ସନ୍ଧ୍ୟାରେ ବାଣ ଫୁଟା କାରଣରୁ ଏକ୍ୟୁ ସ୍ତର ବଢ଼ି ୨୩୦-୨୪୦ ହୋଇଥିଲା। ତାହା ଅଧିକ ସମୟ ପର୍ଯ୍ୟନ୍ତ ବାୟୁ ମଣ୍ଡଳରେ ରହିଥିଲେ, ନାନା ସସସ୍ୟାର ଲୋକେ ସମ୍ମୁଖୀନ ହୋଇଥାନ୍ତେ। ହେଲେ ଶୁକ୍ରବାର ସକାଳେ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଅଦିନିଆ ବର୍ଷା ହେବାରୁ ଏକ୍‌ୁ୍ୟ ସ୍ତର ୧୩୩ ରହିଛି। ଏହି କାରଣରୁ ପ୍ରଦୂଷଣର ମାତ୍ରା ହଠାତ କମିଯାଇଥିଲା। ବର୍ଷା ଲାଗି ରହିଲେ ବାୟୁ ପ୍ରଦୂଷଣ ସ୍ତର ଆହୁରି କମିଯିବ। ଶ୍ରୀ ମୁରୁଗେସନ କହିଛନ୍ତି ଯେ, ୨୦୨୨ରେ ରାଜଧାନୀ ସମେତ କିଛି ଚିହ୍ନଟ ସହରରେ ପ୍ରଦୂଷଣ ମାତ୍ରା ଅଧିକ ଥିଲାବେଳେ ୨୦୨୩ରେ ତାହା କମିଥିଲା। ୨୦୨୪ରେ ଆହୁରି କମିଛି। କେବଳ ଭୁବନେଶ୍ୱର ନୁହେଁ ବାଲେଶ୍ୱର, ରାଉରକେଲା, ତାଳଚେର ୧୦୦ ଏକ୍ୟୁ ଉପରେ ଥିଲା। ତାଳଚେରରେ ଏକ୍ୟୁ ସ୍ତର ୨୫୬ ଥିଲାବେଳେ ବାଲେଶ୍ୱର ଓ ରାଉରକେଲା ୧୩୦-୧୪୦ ଏକ୍ୟୁ ଭିତରେ ରହିଛି। ସେଇସବୁ ଇଲାକାରେ ଯଦି ବର୍ଷା ହେବ ତାହାଲେ ବାୟୁ ପ୍ରଦୂଷଣ ସ୍ତର କମିଯିବ। ଉତ୍ତର ଭାରତରେ ୩୦୦ ଏକ୍ୟୁ ହୋଇଥିଲା। ଏହାର ପ୍ରଭାବ ପଶ୍ଚିମବଙ୍ଗ, ରାଉରକେଲା, ବାଲେଶ୍ୱରରେ ଉପରେ ପଡୁଛି। ସେଥିପାଇଁ ରାଜ୍ୟରେ ଏସବୁ ଇଲାକାରେ ବାୟୂ ପ୍ରଦୂଷଣ ସମସ୍ୟା ରହୁଛି। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରର ବାୟୁ ପ୍ରଦୂଷଣ ସ୍ଥିତିକୁ ଦେଖିଲା ପରେ ସ୍ଥାୟୀ ପ୍ରତିକାର କରିବା ଚିନ୍ତା ବଢ଼ିଛି। ଅଧିକ ଗଛ ସହ ଜଳାଶୟର ଆବଶ୍ୟତା ରହିଛି। ଘରୋଇ ଗାଡ଼ି ସଂଖ୍ୟା କମ କରିବା ସହ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାର ଜରୁରୀ ହୋଇପଡ଼ିଛି ବୋଲି ସଚେତକ ମହଲରେ ମତ ପ୍ରକାଶ ପାଇଛି। 

Post Views: 37
Share197Tweet123Send
Voice of Victims

Voice of Victims

Recent Posts

  • ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?
  • ପାକିସ୍ତାନୀ ସୀମା ହାଇଦର…ନିଜ ପିଲାର ନାମ ରଖିଲେ ‘ଭାରତ’, ପିଲାଙ୍କୁ ଭଲ ଶିକ୍ଷା ଦେବା ମୂଳ ଲକ୍ଷ୍ୟ
  • ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର, ପୂର୍ବତଟ ରେଳପଥରୁ ଅଲଗା ହେଲା ପଲ୍ଲାସା-ଇଚ୍ଛାପୁରମ ଡିଭିଜନ
  • AMAZON କମ୍ପାନୀ ଉପରେ ଆକ୍ରମଣ ! ଇରାନର ଟାର୍ଗେଟରେ ଆମେରିକାର ଟେକ୍ କମ୍ପାନୀ
  • ଇରାନ ଖସାଇଲା F-35 ଯୁଦ୍ଧ ବିମାନ ! ଖଣ୍ଡନ କଲା ଆମେରିକୀୟ ସେନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In