• About Us
  • Contact Us
Sunday, March 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭାରତକୁ ‘ସାଇବର ବିରୋଧୀ’ କହିଲା କାନାଡା

by Voice of Victims
November 2, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଭାରତକୁ ‘ସାଇବର ବିରୋଧୀ’ କହିଲା କାନାଡା

ନୂଆଦିଲ୍ଲୀ : ନିକଟରେ ଭାରତକୁ କ୍ଷମାମାଗିଥିବା କାନାଡା ଏବେ ଭାରତକୁ ଶତ୍ରୁ ଦେଶ ତାଲିକାରେ ରଖିଛି। କାନାଡାର ଜଷ୍ଟିନ ଟ୍ରୁଡେୟୁ ସରକାର ପ୍ରଥମ ଥର ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟରେ ଭାରତକୁ ‘ଶତ୍ରୁ ଦେଶ’ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି। କାନାଡା ପାଇଁ ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟରେ ବିପଦ ଥିବା ଦେଶମାନଙ୍କ ତାଲିକାରେ ଭାରତକୁ ରଖାଯାଇଛି। ସିଧାସଳଖ କହିଲେ ସାଇବର ସୁରକ୍ଷା ପ୍ରସଙ୍ଗରେ ଭାରତକୁ ସାଇବର ବିରୋଧୀ ଦର୍ଶାଇବା ପୂର୍ବକ ନିଜ ଶତ୍ରୁ ଦେଶ ତାଲିକାରେ ରଖିଛି କାନାଡା। ଏସମ୍ପର୍କୀତ ଏକ ରିପୋର୍ଟ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ଅନ୍ୟପକ୍ଷେ ଭାରତ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବଦନାମ କରିବା ପାଇଁ ଏହା ଆଉ ଏକ କାନାଡିୟ ତଥା ଟ୍ରୁଡେୟୁ ସରକାରଙ୍କ ରଣନୀତି ବୋଲି ବର୍ଣ୍ଣନା କରିଛି ଭାରତ। ଭାରତୀୟ ବିଦେଶ ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଜଷ୍ଟିନ ଟ୍ରୁଡୋଙ୍କ ଅଧୀନରେ କାନାଡାର ବରିଷ୍ଠ ଅଧିକାରୀମାନେ ଖୋଲାଖୋଲି ଭାବେ ସ୍ୱୀକାର କରିଛନ୍ତି ଯେ କାନାଡା ଭାରତ ବିରୁଦ୍ଧରେ ବିଶ୍ୱ ସମୁଦାୟଙ୍କର ମତାମତକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛି। ଏଥିରୁ କାନାଡାର ଭାରତ ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ପ୍ରତିଫଳିତ ହେଉଛି। ତେବେ ଅନ୍ୟ ମାମଲା ପରି ସେମାନଙ୍କ ସାଇବର ସୁରକ୍ଷା ରିପୋର୍ଟରେ ଏହି ଅଭିଯୋଗ କୌଣସି ପ୍ରମାଣ ବିନା କରାଯାଇଛି। ଏହାକୁ ଭାରତ ଦୃଢ଼ ଭାବେ ନିନ୍ଦା ତଥା ପ୍ରତ୍ୟାଖ୍ୟାନ କରୁଛି। ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣନ୍ଧିର ଜୈସୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଜୈସୱାଲ୍ ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, କାନ।।ଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ଏବଂ ତାଙ୍କ ନେତୃତ୍ୱାଧୀନ କାନାଡା ସରକାର ଏହାର ଘରୋଇ ରାଜନୈତିକ ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଭାରତକୁ ବଦନାମ କରିବା ପାଇଁ ନିଜର ଘୃଣ୍ୟ ତଥା କୁତ୍ସିତ ପ୍ରୟାସରେ ସମସ୍ତ ପ୍ରତିଷ୍ଠିତ ଅନ୍ତର୍ଜାତୀୟ କୂଟନୈତିକ ନିୟମ ଉଲ୍ଲଂଘନ କରିବା ଆରମ୍ଭ କରିଛନ୍ତି। ସେହିପରି କାନାଡାରେ ଅବସ୍ଥାପିତ ଭାରତୀୟ କୂଟନୀତିଜ୍ଞ ତଥା ଅନ୍ୟ ଭାରତୀୟ ମିଶନ କର୍ମଚାରୀଙ୍କୁ ଦିନରାତି ନଜର ରଖାଯାଉଛି ଏବଂ ସେମାନଙ୍କୁ ନିୟମିତ ଭାବେ ଧମକ ତଥା ହଇରାଣ ମଧ୍ୟ କରାଯାଉଛି। ଏଭଳି ତଦାରଖ କାର୍ଯ୍ୟକଳାପକୁ କୂଟନୈତିକ ଏବଂ କନସୁଲାର ସମ୍ମିଳନୀର ଚରମ ଉଲ୍ଲଂଘନ ବୋଲି ଜୈସୱାଲ୍ କହିଛନ୍ତି। ତାଙ୍କ କହିବାନୁସାରେ ଅନ୍ୟଙ୍କ ଠାରୁ ନିୟମ ପାଳନର ଆଶା ରଖୁଥିବା ଜଷ୍ଟିନ ଟ୍ରୁଡୋଙ୍କ ପ୍ରଶାସନ କିନ୍ତୁ ନିଜେ କୌଣସି ପ୍ରତିଷ୍ଠିତ କୂଟନୈତିକ ନିୟମ ଏବଂ ଅଭ୍ୟାସ ଅନୁସରଣ କରୁନାହିଁ। ଜାତୀୟ ସାଇବର ଧମକ ମୂଲ୍ୟାଙ୍କନ ୨୦୨୫-୨୬ ରିପୋର୍ଟ କାନାଡାର ସାଇବର ସୁରକ୍ଷା କେନ୍ଦ୍ର ଦ୍ୱାରା ପ୍ରକାଶ ପାଇଛି। ଏଥିରେ ଚୀନ୍‌, ରୁଷ୍‌, ଇରାନ ଏବଂ ଉତ୍ତରକୋରିଆ ସହିତ ଭାରତକୁ ମଧ୍ୟ ନିଜ ପାଇଁ ‘ଶତ୍ରୁ ଦେଶ’ ଭାବରେ ତାଲିକାଭୁକ୍ତ କରିଛି କାନାଡା। ଏପରିକି ଭାରତକୁ ସାଇବର ପ୍ରତିଦ୍ୱନ୍ଦ୍ୱୀ ଦେଶ ଭାବେ ଅଭିହିତ କରିଛି କାନାଡା। ଏଥିରେ କାନାଡା ସରକାର ଦର୍ଶାଇଛନ୍ତି ଯେ, “ଆମେ ଆକଳନ କରୁଛୁ ଯେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଧମକ ଦ୍ୱାରା ଲୋକମାନେ ଗୁପ୍ତଚର ଉଦ୍ଦେଶ୍ୟରେ କାନାଡା ସରକାରଙ୍କ ନେଟୱାର୍କ ବିରୋଧରେ କାର୍ଯ୍ୟକଳାପ କରିପାରନ୍ତି। କାନାଡା ଏବଂ ଭାରତ ମଧ୍ୟରେ ସରକାରୀ ଦ୍ୱିପାକ୍ଷିକ ସମ୍ପର୍କ କାନାଡା ବିରୋଧରେ ଭାରତ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାଇବର ଧମକ କାର୍ଯ୍ୟକଳାପକୁ ଆଗେଇ ନେବାର ଆଶଙ୍କା ରହିଛି।” ପୂର୍ବରୁ ଅକ୍ଟୋବରରେ କାନାଡା ଭାରତୀୟ ହାଇ କମିଶନର ସଞ୍ଜୟ କୁମାର ବର୍ମାଙ୍କୁ ହରଦୀପ ସିଂ ନିଜ୍ଜାର ହତ୍ୟା ମାମଲାରେ ‘ପର୍ସନ ଅଫ ଇଣ୍ଟରେଷ୍ଟ’ ଭାବେ ଘୋଷଣା କରିଥିଲା। ଏହାପରେ ଭାରତ ସରକାର ସଞ୍ଜୟ ବର୍ମାଙ୍କ ସମେତ ୬ଜଣ କୂଟନୀତିଜ୍ଞଙ୍କୁ ସ୍ୱଦେଶ ଫେରାଇ ଆଣିଥିଲେ। ତେବେ ଭାରତ ଏହି ଅଭିଯୋଗକୁ ଅବୈଧ ବୋଲି ଦର୍ଶାଇବା ସହ ଜଷ୍ଟିନ ଟ୍ରୁଡେୟୁଙ୍କ ପକ୍ଷରୁ ଘରୋଇ ଭୋଟ ବ୍ୟାଙ୍କକୁ ଖୁସି କରିବା ପାଇଁ ନିଆଯାଇଥିବା ଏହା ଏକ ପଦକ୍ଷେପ ବୋଲି କହିଛି।

Post Views: 54
Share199Tweet125Send
Voice of Victims

Voice of Victims

Recent Posts

  • ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ପର୍ଯ୍ୟାପ୍ତ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ଉପଲବ୍ଧ: କେନ୍ଦ୍ର
  • ନୂତନ ଆବେଦନ ପାଇଁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏପ୍ରିଲ ୧ ରୁ ଆରମ୍ଭ ହେବ ସୁଭଦ୍ରା ପଞ୍ଜୀକରଣ ପ୍ରକ୍ରିୟା
  • ରତ୍ନ ଭଣ୍ଡାର ଗଣତି କଥା ମୁଁ ଜାଣିନି: ପୁରୀ ଶଙ୍କରାଚାର୍ଯ୍ୟ
  • ଫାଙ୍କା ଗୁଳିଚାଳନା ଭାଇରାଲ ଭିଡିଓ ଘଟଣା, ଟିଟିଲାଗଡ଼ ବିଧାୟକ ନବୀନ ଜୈନଙ୍କ PSO ନିଲମ୍ବିତ
  • କ୍ୟାଟ ବାର ନିର୍ବାଚନ : ଦେବେନ୍ଦ୍ର ସଭାପତି, ରମାକାନ୍ତ ସମ୍ପାଦକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In