• About Us
  • Contact Us
Wednesday, March 25, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୭ତମ ବାର୍ଷିକ ଉତ୍ସବ

by Voice of Victims
November 8, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ୪୭ତମ ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀର ୪୭ ତମ ବାର୍ଷିକ ଉତ୍ସବ ନିକଟରେ ମହାସମାରୋହରେ ପାଳନ କରାଯାଇଛି। ଏହି ଭବ୍ୟ ଆୟୋଜନ ଉପଲକ୍ଷେ ଉତ୍ସବସ୍ଥଳ ଲୋଧୀ ଇଷ୍ଟେଟସ୍ଥିତ ଅଲିଆନ୍ସ ଫ୍ରନସେସର ପ୍ରେକ୍ଷାଳୟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା । ମହୋତ୍ସବରେ ସଂସ୍ଥାର ସାନ, ମଧ୍ୟମ ଓ ବରିଷ୍ଠଙ୍କୁ ମିଶାଇ ମୋଟ ୧୯ ଜଣ କଳାକାର ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ନିର୍ଦ୍ଦେଶିକା ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ତତ୍ତ୍ଵାବଧାନରେ ଖୁବ ଉତ୍ତମ ଭାବରେ ସଂରଚନା କରାଯାଇଥିବା ଓଡ଼ିଶୀ ଶୈଳୀର ପ୍ରସ୍ତୁତିଗୁଡ଼ିକୁ ତାଙ୍କର ଶିଷ୍ୟାମାନେ ଏହି ଅବସରରେ ବେଶ ଦକ୍ଷତାର ସହିତ ଉପସ୍ଥାପନା କରିଥିବା ଲକ୍ଷ୍ୟ କରାଯାଇଥିଲା।ଆନ୍ତର୍ଜାତିକସ୍ତରରେ ପ୍ରସିଦ୍ଧ ଓଡ଼ିଶୀ ଗୁରୁ ସ୍ଵର୍ଗତଃ ହରେକୃଷ୍ଣ ବେହେରାଙ୍କ ଦ୍ଵାରା ଓଡ଼ିଶୀ କେନ୍ଦ୍ର, ଦିଲ୍ଲୀ ୧୯୭୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା। ଶ୍ରୀ ବେହେରା ଓଡ଼ିଶୀ ଜଗତର ପ୍ରଥମ ଗୁରୁ ଯିଏ କି ଓଡ଼ିଶୀ ନୃତ୍ୟକୁ ୬୦ ଦଶକର ପ୍ରଥମ ଭାଗରେ ଓଡ଼ିଶାରୁ ଆଣି ରାଜଧାନୀ ଦିଲ୍ଲୀରେ ପରିଚିତ କରାଇଥିଲେ। ଗୁରୁ ଶ୍ରୀ ବେହେରାଙ୍କର ଦେଶ ବିଦେଶରେ ପ୍ରତିଷ୍ଠା ଅର୍ଜନ କରିଥିବା ଶିଷ୍ୟାମାନଙ୍କ ମଧ୍ୟରେ ଡଃ. ସୋନାଲ ମାନସିଂହ, ମାଧବୀ ମୁଦଗଲ, ରାଧା ରେଡ୍ଡୀ, କୁମକୁମ ଲାଲ, ଯାମିନୀ କୃଷ୍ଣମୂର୍ତ୍ତି, ଅଳ୍ପନା ନାୟକ, ଚିତ୍ରା ଜଗଦୀଶନ ଓ କବିତା ଦ୍ଵିବେଦୀ ପ୍ରମୁଖ ଅନ୍ୟତମ। ଶ୍ରୀ ବେହେରାଙ୍କର ଆବର୍ତ୍ତମାନରେ ତାଙ୍କର ପତ୍ନୀ ଶ୍ରୀମତୀ ପଦ୍ମାବତୀ ବେହେରା ଓଡ଼ିଶୀ କେନ୍ଦ୍ର ଦିଲ୍ଲୀର ସଭାପତି ଭାବରେ ବର୍ତ୍ତମାନ ସ୍ଵର୍ଗତଃ ଗୁରୁଙ୍କର ସ୍ଵର୍ଣ୍ଣାଭ ଅବଦାନକୁ ସକ୍ରିୟ ଭାବରେ ଆଗେଇ ନେଇ ଚାଲିଥିବା ଦେଖାଯାଉଛି। ଶ୍ରୀମତୀ ବେହେରା ଏହି ଉତ୍ସବରେ ଉପସ୍ଥିତ ଥିଲେ। ୪୭ ତମ ବାର୍ଷିକ ଉତ୍ସବ, ଆମନ୍ତ୍ରିତ ଅତିଥିମାନଙ୍କ ଦ୍ବାରା ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ଵଳନ ସହିତ ଶୁଭାରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟ ଅତିଥି ସଙ୍ଗୀତାଚାର୍ଯ୍ୟ ବଙ୍କିମ ସେଠୀ, ଗୁରୁ ଶ୍ରୀ ହରେକୃଷ୍ଣ ବେହେରାଙ୍କ ସହିତ ତାଙ୍କର ଘନିଷ୍ଠ ସମ୍ପର୍କକୁ ସ୍ମରଣ କରି ଜାତୀୟ ରାଜଧାନୀ କ୍ଷେତ୍ରରେ ଦୀର୍ଘ ୬ ଦଶକ ପୂର୍ବେ ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର ନେଇ ଗୁରୁ ଶ୍ରୀ ବେହେରାଙ୍କର ଉଦ୍ୟମ ବେଶ ପ୍ରଶଂସନୀୟ ଥିଲା ବୋଲି କହିଥିଲେ। ମୁଖ୍ୟବକ୍ତା ବିଖ୍ଯାତ କଳା ସମାଲୋଚକ ତଥା ସାମ୍ବାଦିକ ରବୀନ୍ଦ୍ର ମିଶ୍ର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ବିଶେଷତ୍ଵକୁ ପ୍ରତିଷ୍ଠିତ କରିବାରେ ପ୍ରଥମ ଗୁରୁ ଭାବରେ ଶ୍ରୀ ବେହେରାଙ୍କର ଭୂମିକା ଅନନ୍ୟ ଓ ଅବିସ୍ମରଣୀୟ ଥିଲା ବୋଲି ଦର୍ଶାଇଥିଲେ। ଦିଲ୍ଲୀ ତଥା ଜାତୀୟ ରାଜଧାନୀ କ୍ଷେତ୍ରରେ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଲୋକପ୍ରିୟ କରିବାରେ ଓଡ଼ିଶୀ କେନ୍ଦ୍ର ଖୁବ ବଳିଷ୍ଠ ଯୋଗଦାନ ଦେଇ ଆସୁଥିବା ଶ୍ରୀ ମିଶ୍ର ସୂଚାଇଥିଲେ। ସ୍ଵତନ୍ତ୍ର ଅତିଥି ବିଖ୍ଯାତ ତବଲା ବାଦକ ବିଜୟ ଶଙ୍କର ମିଶ୍ର, ଗୁରୁ ଶ୍ରୀ ବେହେରା ଏବଂ ଓଡ଼ିଶୀ କେନ୍ଦ୍ର ସହିତ ତାଙ୍କର ଦୀର୍ଘ ସମୟର ସମ୍ପର୍କକୁ ଉଲ୍ଲେଖ କରି ଅନୁଷ୍ଠାନର ଗୁରୁ ଓ ବିଦ୍ୟାର୍ଥୀ ମାନଙ୍କୁ ଶୁଭକାମନା ଜଣାଇଥିଲେ ଏବଂ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ଓଡ଼ିଶୀ କେନ୍ଦ୍ରର ବାଳୁତ କଳାକାରମାନଙ୍କ ଦ୍ଵାରା ପ୍ରସ୍ତୁତ ଆବାହନୀ ସଂରଚନା ନମସକ୍ରିୟା ଏବଂ ଗୁରୁ ଶ୍ଲୋକ ସନ୍ଧ୍ୟାର ପ୍ରଥମ ଆକର୍ଷଣ ଥିଲା। ମଞ୍ଚ ଉପରେ ପ୍ରଖର ପ୍ରତିଭାବାନ ଶିଶୁ କଳାକାରମାନଙ୍କର ଜାଦୁଗରୀ ପ୍ରଦର୍ଶନ ଦର୍ଶକମାନଙ୍କୁ ଅଭିଭୂତ କରିଦେଇଥିଲା। ଏହାପରେ ପ୍ରବୀଣ ଓ ପାରଦର୍ଶୀ ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ମଙ୍ଗଳାଚରଣ, ଗଣେଶ ସ୍ତୁତି ସମଗ୍ର ପରିବେଶକୁ ଭକ୍ତିମୟ କରିଦେଇଥିଲା। ସନ୍ଧ୍ଯାର ତୃତୀୟ ଓ ଚତୁର୍ଥ ପ୍ରସ୍ତୁତି ବଟ୍ଟୁ ନୃତ୍ୟ ଓ ମୋହନା ପଲ୍ଲବୀ ପରିବେଷଣ ସମୟରେ କଳାକାରମାନଙ୍କର ବୈଦ୍ୟୁତିକ ପଦଚାଳନା ଓ ଆକର୍ଷଣୀୟ ଅଙ୍ଗଭଙ୍ଗୀ ପ୍ରଦର୍ଶନର ଚମତ୍କାରିତା ଦେଖିବାକୁ ମିଳିଥିଲା। ଏହାପରେ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରାଙ୍କର ବରିଷ୍ଠ ଶିଷ୍ୟା ତିସ୍ତା ଗୁହା ଗାଙ୍ଗୁଲୀଙ୍କର ଖୁବ ନିଖୁଣ ଶରୀର ଚାଳନା ଓ ମର୍ମସ୍ପର୍ଶୀ ମୁଖାଭିନୟ ଦ୍ୱାରା ପରିବେଷିତ ଏକକ ନୃତ୍ୟ, ‘କାହିଁ ଗଲେ ମୁରଲୀ ଫୁଙ୍କା’ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା। ତିସ୍ତାଙ୍କର ଭାବୋଦ୍ଦୀପକ ଅଭିନୟ ଦେଖଣାହାରୀମାନଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିଲା। ଏହାପରେ ମଞ୍ଚସ୍ଥ ଓଡ଼ିଆ ଭଜନ-ଆହେ ନୀଳ ଶଇଳ’, ବସନ୍ତ ପଲ୍ଲବୀ, ଦଶାବତାର ଏବଂ ମୋକ୍ଷ ଆଦି ପ୍ରସ୍ତୁତି ବେଶ ମନୋରଞ୍ଜକ ଥିଲା ଏବଂ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ବାର୍ଷିକ ଉତ୍ସବର ପ୍ରତ୍ୟେକ ପ୍ରସ୍ତୁତି ବେଶ ଉଚ୍ଚକୋଟିର ଥିଲା। କଳାକାରମାନଙ୍କର ସାରଗର୍ଭକ ଉପସ୍ଥାପନା ସଭାଗୃହକୁ ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ଅଫୁରନ୍ତ ଉନ୍ମାଦନାର ଉଚ୍ଛ୍ଵାସରେ ଭରି ଦେଇଥିଲା। ପ୍ରତ୍ୟେକ ପ୍ରସ୍ତୁତିର ଶେଷରେ ଉପସ୍ଥିତ ଦର୍ଶକମାନେ ବିପୁଳ କରତାଳି ସହିତ କଳାକାରମାନଙ୍କୁ ଉତ୍ସାହିତ କରୁଥିବା ଦେଖାଯାଇଥିଲା । ଉଭୟ କଳାପ୍ରେମୀ ଜନସାଧାରଣ ଏବଂ ସଂସ୍କୃତି ସମୀକ୍ଷକମାନେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଖୁବ ପସନ୍ଦ କରିଥିଲେ ଏବଂ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରା ଓ ଅଂଶଗ୍ରହଣକାରୀ କଳାକାରମାନଙ୍କର ଭୂୟସୀ ପ୍ରଶଂସା କରିଥିଲେ । ଭାଗ ନେଇଥିବା ନୃତ୍ୟଶିଳ୍ପୀ ମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରେଣୀରେ ତିସ୍ତା ଗୁହା ଗାଙ୍ଗୁଲୀ, ବବିତା ପରିଡ଼ା, ରାମଶ୍ରୀ ମୂଖାର୍ଜୀ, ଶ୍ରୀୟା ସିଂହ, ଅଭିଷିକ୍ତା ପାଲ, ଆକାଶ ଲୀନା ମାଜି, ସଂସ୍କୃତି ଝା, ଶ୍ରIଇନ ଘଟକ ଝା, ଶତରୂପା ମୂଖାର୍ଜୀ, ଶ୍ରୀନିକା ଦତ୍ତା ଏବଂ କନିଷ୍ଠ ଗୋଷ୍ଠୀ ରେ ଆଦ୍ୟା ଶର୍ମା, ଆଦଭିକା ରାୱତ, ଭାନିନୀ ତ୍ରିପାଠୀ, ଶ୍ରେୟା ଚୌହାନ, ପାଭିକା ଆରୋରା, ନବ୍ୟାନିତି ଝା, କାଶଭି ଶର୍ମା, ନାଙ୍ଗବିସନI ଆର.କେ ଓ ସାନଭି ପଟ୍ଟନାୟକ ପ୍ରମୁଖ ଅନର୍ଭୂକ୍ତ ଥିଲେ । ଯନ୍ତ୍ର ସଙ୍ଗୀତରେ ସହଯୋଗ କରିଥିବା କଳାକାରମାନଙ୍କ ମଧ୍ୟରେ ମର୍ଦ୍ଦଳରେ ପ୍ରଫୁଲ୍ଲ କୁମାର ମଙ୍ଗରାଜ, ଗାୟନରେ ପ୍ରଶାନ୍ତ କୁମାର ବେହେରା,ବଂଶୀରେ ନିଖିଳ କୁମାର ବେହେରା ଏବଂ ମଞ୍ଜିରାରେ ଗୁରୁ ସୁଶ୍ରୀ କଲ୍ୟାଣୀ ବେହେରା ପ୍ରମୁଖ ସାମିଲ ଥିଲେ।

Post Views: 59
Share198Tweet124Send
Voice of Victims

Voice of Victims

Recent Posts

  • ଦିଲ୍ଲୀ ବିଧାନସଭାକୁ ମିଳିଲା ବୋମା ଧମକ, ମୋଦି ଓ ଅମିତ ଶାହଙ୍କୁ ଟାର୍ଗେଟ୍ !
  • ଥାନା ଭିତରେ ରକ୍ତ ଛିଟା, ଦୁଇ ପରିବାରର ଜାଗା ବାଡ଼ିକୁ ନେଇ ପୋଲିସ ଉପସ୍ଥିତିରେ ମାରପିଟ୍
  • ଭୁଲ ଇଞ୍ଜେକ୍ସନ ପାଇଁ ଶିଶୁ ମୃତ୍ୟୁ ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା
  • କାଲିଠୁ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ, ଏସଓପି ଆଧାରରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ କରାଯିବ
  • ଜଳିଗଲା ୨ ବଖରା ଛପର ଘର, ଲୋକମାନଙ୍କର ଉଡିଗଲା ହୋସ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In